ଓଡିଶା

odisha

ETV Bharat / bharat

କୃଷି ମହୋତ୍ସବର ମୁଖ୍ୟ ଆକର୍ଷଣ ମଇଁଷି , ଯିଏ ପ୍ରତିଦିନ ପିଏ 15 ଲିଟର କ୍ଷୀର - କୃଷି ମହୋତ୍ସବର ମୁଖ୍ୟ ଆକର୍ଷଣ

ଗତ 15 ବର୍ଷ ଧରି ଚାଲିଆସୁଥିବା କୃଷି ପର୍ବରଚଳିତ ବର୍ଷ ଗଜେନ୍ଦ୍ର ନାମକ ମଇଁଷି ମହୋତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା। ଅଧିକ ପଢନ୍ତୁ

କୃଷି ମହୋତ୍ସବର ମୁଖ୍ୟ ଆକର୍ଷଣ ମଇଁଷି
କୃଷି ମହୋତ୍ସବର ମୁଖ୍ୟ ଆକର୍ଷଣ ମଇଁଷି

By

Published : Jan 29, 2023, 8:00 AM IST

ମୁମ୍ବାଇ:ପ୍ରତିବର୍ଷ ଭଳିମହାରାଷ୍ଟ୍ରର ବିଡ୍‌ରେ ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଛି କୃଷି ଭିତ୍ତିକ ମେଳା ରେଡା । ଗତ 15 ବର୍ଷ ଧରି ଚାଲି ଆସୁଛି ଏହି କୃଷି ମେଳା । ହେଲେ ଚଳିତ ବର୍ଷ ଗଜେନ୍ଦ୍ର ନାମକ ମଇଁଷି ଏହି କୃଷି ମହୋତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା । ଯାହାର ଓଜନ ଦେଢ ଟନ୍ ହୋଇଥିବା ବେଳେ ଲୋକମାନେ ଏହି ମଇଁଶିକୁ କିଣିବାକୁ ଦେଢ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି । ଆଉ ସବୁଠାରୁ କୌତୁହଳର ବିଷୟ ହେଉଛି ଏହି ଗଜେନ୍ଦ୍ର ନାମକ ମଇଁଶିକୁ ଦେଖିବାକୁ କୃଷକମାନେ ଭିଡ଼ ଜମାଇଥିବା ଦେଖିବାକୁ ମିଳୁଛି ।

ଏନେଇ ଗଜେନ୍ଦ୍ରର ମାଲିକ କହିଛନ୍ତି, "ଗଜେନ୍ଦ୍ରକୁ କିଣିବାକୁ 1.5 କୋଟି ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଅଛନ୍ତି । ଗଜେନ୍ଦ୍ରର ଓଜନର ଅଧା ଟନ ରହିଛି । ଆମେ ଗଜେନ୍ଦ୍ରକୁ ପ୍ରତିଦିନ ପନ୍ଦର ଲିଟର କ୍ଷୀର ଏବଂ ତିନି କିଲୋ ଆପଲ୍ ଖାଇବାକୁ ଦେଇଥାଉ । ଏଥିସହ ପ୍ରତିଦିନ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ମଧ୍ୟ ଦିଆଯାଏ । ଏହାଛଡା ଆମ ଘରେ 50ଟି ମଇଁଷି ଥିବା ଦିନକୁ 100ରୁ 150 ଲିଟର ବିକ୍ରି ହେବା ସହ ପ୍ରତିଦିନ ଚାରିରୁ ପାଞ୍ଚ ହଜାର ରୋଜଗାର ହୋଇଥାଏ ।"

ତେବେ ଗଣେଶରାଓ ବେଦ୍ରେଙ୍କ ସ୍ମୃତିରେ ପ୍ରତିବର୍ଷ ବିଡରେ କୃଷି ମହୋତ୍ସବ ଆୟୋଜିତ ହୋଇଥାଏ । ତେବେ ଚଳିତ ବର୍ଷ ଏହି ମହୋତ୍ସବରେ ପ୍ରାୟ 180 ଷ୍ଟଲ ଲାଗିଛି । ଏଥିରେ କୃଷକମାନଙ୍କ ପାଇଁ ଉପଯୋଗୀ ସମସ୍ତ ସାମଗ୍ରୀ ସହିତ ବିଭିନ୍ନ ଉପକରଣର ଷ୍ଟଲ୍ ରହିଥିଲା । କିନ୍ତୁ ସବୁଠାରୁ କୌତୂହଳର ବିଷୟ ହେଉଛି, କୃଷକମାନଙ୍କ ମଧ୍ୟରେ ପଶୁପାଳନ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ମୁଖ୍ୟ ଆକର୍ଷଣ ଭାବେ କର୍ଣ୍ଣାଟକ ରାଜ୍ୟର ବେଲଗାମ୍‌ରୁ ଗଜେନ୍ଦ୍ର ନାମକ ମଇଁଷିକୁ ଅଣାଯାଇଥିଲା। ଏନେଇ ଆୟୋଜକ ମହେଶ ବେନ୍ଦ୍ରେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details