ନୂଆଦିଲ୍ଲୀ:ଭାରତର ବହୁପ୍ରତୀକ୍ଷିତ ମାନବ ମହାକାଶ ମିଶନ ‘ଗଗନଯାନ’ର ପ୍ରଥମ ତଥା ଟ୍ରାଏଲ ଫେଜରେ ମହାକାଶକୁ ପ୍ରେରଣ ହେବ ମହିଳା ରୋବଟ । ଏହି ରୋବଟ ମାନବର ଏକ ସମ୍ପୂର୍ଣ୍ଣ ପ୍ରତିକୃତି ହେବ । ଯାହାର ନାମ ଭୌମିତ୍ରା 'Vyommitra' ରହିବା ନେଇ ସୂଚନା ଦେଇଛନ୍ତି, କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ମନ୍ତ୍ରୀ ଜିତେନ୍ଦ୍ର ସିଂ ।
ମନ୍ତ୍ରୀ ସିଂ କହିଛନ୍ତି, ଅକ୍ଟୋବର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଏହି ମିଶନ ଆରମ୍ଭ କରାଯିବ । ମହାକାଶକୁ ମାନବ ମହାକାଶଚାରୀ ପ୍ରେରଣ କରି ସେମାନଙ୍କୁ ସୁରକ୍ଷିତ ଭୂପୃଷ୍ଠକୁ ଫେରାଇବା ଏହି ମିଶନର ଲକ୍ଷ୍ୟ । ତେବେ ପ୍ରଥମ ପର୍ଯ୍ୟାୟରେ ମାନବ ସଦୃଶ୍ୟ ରୋବଟ ମହାକାଶଚାରୀ ପ୍ରେରଣ ହେବ । ଏହି ଅତ୍ୟାଧୁନିକ ରୋବଟ ମନ୍ୟୁଷ ପରି ସମସ୍ତ କାର୍ଯ୍ୟ କରିବା ପାଇଁ ସକ୍ଷମ ହେବ । ଏହାର ନାମ ଭୌମିତ୍ରା ରହିବା ନେଇ ମନ୍ତ୍ରୀ ସିଂ କହିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ମହାକାଶକୁ ମାନବ ମହାକାଶଚାରୀ ପ୍ରେରଣ କରାଯିବ ।
ଆହୁରି ମଧ୍ୟ ସେ କହିଛନ୍ତି, ଏହି ମିଶନ ବହୁପୂର୍ବରୁ ଆରମ୍ଭ କରାଯାଇ ସାରିଥିବା ବେଳେ କୋଭିଡ ମହାମାରୀ ପାଇଁ ବିଳମ୍ବିତ ହୋଇଥିଲା । ଏବେ ଏହାରୁ ତ୍ବରିତ କରାଯାଉଛି । ଅକ୍ଟୋବର ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହ ସୁଦ୍ଧା ଏହି ମିଶନର ଟ୍ରାଏଲ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଏହି ସମସ୍ତ ଟ୍ରାଏଲ ପ୍ରକ୍ରିୟା ଶେଷ କରିବା ପରେ 2024 କିମ୍ବା 25 ରେ ଶେଷ ସୁଦ୍ଧା ମାନବ ମହାକାଶଚାରୀଙ୍କୁ ମହାକାଶ ପଠାଯିବ । ସେମାନେ ମହାକାଶରେ ଗବେଷଣା କରିବା ସହ ପୁଣି ସୁରକ୍ଷିତ ଭୂପୃଷ୍ଠକୁ ଫେରାଇବା ଏହି ମିଶନର ମୁଖ୍ୟ ଲକ୍ଷ୍ୟ ।