ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଆଗାମୀ ଗଗନଯାନ ପ୍ରକଳ୍ପକୁ ମିଳିଲା ବଡ ସଫଳତା । ଆଉ ଏହି ସଫଳତା ହେଉଛି ‘ଲିକ୍ବିଡ ପ୍ରୋପେଲେଟ ଡେଭଲପ ଇଞ୍ଜିନ’ ବା ବିକାଶ ଇଞ୍ଜିନ । ଏହି ଇଞ୍ଜିନ ଏହାର ‘ଲଙ୍ଗ ଡ୍ୟୁରେସନ ହଟ ଟେଷ୍ଟ’ ସଫଳତାର ସହ ସଫଳ ହୋଇଛି ।
ଏହାକୁ ନେଇ ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ଏହି ପରୀକ୍ଷଣ ଗଗନଯାନ ପ୍ରକଳ୍ପର ଇଞ୍ଜିନ ଯୋଗ୍ୟତା ଓ ଜରୁରୀ GSLB MK- 3 ଟାଇପର ଯାନ ଓ L-110 ତରଳ ପର୍ଯ୍ୟାୟରେ ଏହା ସହଯୋଗ କରିବ । ଇସ୍ରୋ ଆହୁରି କହିଛି ଯେ ଏହି ପ୍ରୋପଲୋଶନ (IPRC)ର ପରୀକ୍ଷଣ ମହେନ୍ଦ୍ରଗିରି ତାମିଲନାଡୁରେ ହୋଇଛି । ପରୀକ୍ଷଣ ସେଣ୍ଟରରେ 240 ସେକେଣ୍ଡ ପାଇଁ ଫାୟାର କରାଯାଇଥିଲା । ପରୀକ୍ଷଣର ଉଦ୍ଦେଶ୍ୟ ସଫଳ ହୋଇଥିବା ବେଳେ ପରୀକ୍ଷଣ ବେଳେ ନିର୍ଦ୍ଧାରିତ ହୋଇଥିବା ସମୟସୀମା ମଧ୍ୟରେ ଏହାର ଇଞ୍ଜିନ ଆଶା ଅନୁଯାୟୀ କାର୍ଯ୍ୟ କରିଥିଲା ।
ଆସନ୍ତାବର୍ଷ ଅନ୍ତରୀକ୍ଷକୁ ମାନବ ପଠାଇବ ଭାରତ...
ଯୋଜନା ଅନୁସାରେ ଆସନ୍ତା ବର୍ଷ (2022)ରେ ମହାକାଶଚାରୀଙ୍କୁ ମହାକାଶକୁ ପଠାଇବା ପାଇଁ ଘୋଷଣା କରିଛି ଇସ୍ରୋ । ଏହି ମିଶନ ପାଇଁ ଭାରତୀୟ ବାୟୁସେନାର 4 ଜଣ ଦକ୍ଷ ପାଇଲଟଙ୍କୁ ଚୟନ କରାଯାଇଛି । ଏହାସହ ସେମାନେ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଋଷ ମସ୍କୋ ସହର ନିକଟସ୍ଥ ୟୁରି ଗାଗାରିନ ରିସର୍ଚ୍ଚ ଆଣ୍ଡ ଟେଷ୍ଟ ସେଣ୍ଟରରେ ତାଲିମ ନେଉଛନ୍ତି ।