ଓଡିଶା

odisha

ETV Bharat / bharat

G20 Summit Delhi: କେଉଁ ଶକ୍ତିଶାଳୀ ରାଷ୍ଟ୍ର ମୁଖ୍ୟ ଆସୁଛନ୍ତି, କେଉଁଠି ରହିବେ ? - କେଉଁ ଶକ୍ତିଶାଳୀ ରାଷ୍ଟ୍ର ମୁଖ୍ୟ ଆସୁଛନ୍ତି ଭାରତ

G20 ସଂଗଠନରେ ମୋଟ 20 ଟି ଦେଶ ସଦସ୍ୟ ରହିଛି । ଭାରତ, ସମେତ ଆମେରିକା, ଋଷିଆ, ଚୀନ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ବ୍ରାଜିଲ, ଆର୍ଜେଣ୍ଟିନା, ଜର୍ମାନୀ, ମେକ୍ସିକୋ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ସାଉଦୀ ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଇଂଲଣ୍ଡ, କାନାଡ, ଦକ୍ଷିଣ କୋରିଆ ସମେତ ୟୁରୋପିୟନ ସଂଘର 27 ରାଷ୍ଟ୍ର ମଧ୍ୟ ରହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 7, 2023, 7:46 PM IST

ନୂଆଦିଲ୍ଲୀ: ମଞ୍ଚ ପ୍ରସ୍ତୁତ, ଭାରତ ପ୍ରସ୍ତୁତ । ଜାରି ରହିଛି ବିଦେଶୀ ଅତିଥିଙ୍କ ଭାରତ ଆଗମନ । ବିମାନ ବନ୍ଦରରେ ରେଡକାର୍ପେଟ ସ୍ବାଗତ କରୁଛି ପୁରା ଦେଶ । ଦୁଇ ଦିନ ଧରି ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ହେବ G20 ମହାକୁମ୍ଭ । ଏହି ବିଶ୍ବସ୍ତରୀୟ ଶିଖର ସମ୍ମିଳନୀକୁ ସଫଳ ଓ ଭବ୍ୟ କରିବା ପାଇଁ ଭାରତ ସରକାର ସମସ୍ତ ଶକ୍ତି ଖଟାଇଛନ୍ତି । ସାଜସଜ୍ଜା ଠାରୁ ଆରମ୍ଭ କରି ସୁରକ୍ଷା ଯାଏଁ ସବୁ କ୍ଷେତ୍ରରେ ହୋଇଛି ସର୍ବୋତ୍ତମ ବ୍ୟବସ୍ଥା । ନୂଆଦିଲ୍ଲୀ ପ୍ରଗତି ମୈଦାନ ସ୍ଥିତ ଅତ୍ୟାଧୁନିକ ଭାରତ ମଣ୍ଡପମର କନଭେନସ ସେଣ୍ଟରରେ 9 ଓ 10 ଦୁଇ ଦିନ ଧରି ହେବ G20 ଲିଡର ସମିଟ । ସମିଟରେ ଅର୍ଥନୀତି, କୂଟନୀତି, ପରିବେଶ, କୃଷି, ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ସହଯୋଗ ଓ ବୈଷୟିକ ଆହ୍ବାନକୁ ନେଇ ହେବ ଆଲୋଚନା, ସମୀକ୍ଷା, ରଣନୀତି । ଯାହାକୁ ନେଇ ଏବେ ପୁରା ବିଶ୍ବର ନଜର ଭାରତ ଉପରେ । ଭାରତ ମଧ୍ୟ ପୁରା ବିଶ୍ବରେ ଛାପ ଛାଡିବାକୁ କରିଛି ମେଗା ବ୍ୟବସ୍ଥା । ପଢନ୍ତୁ G20 ସମିଟକୁ ନେଇ ଏହି ଖବର ।

ଏହାବି ପଢନ୍ତୁ- G20 Summit: ବାଇଡେନଙ୍କୁ ସ୍ବାଗତ କରିବେ କେନ୍ଦ୍ରମନ୍ତ୍ରୀ ବି.କେ ସିଂ, ଜାଣନ୍ତୁ କେଉଁ ରାଷ୍ଟ୍ରମୁଖ୍ୟଙ୍କୁ ସ୍ବାଗତ ଦାୟିତ୍ବରେ କେଉଁ ମନ୍ତ୍ରୀ

କିଏ G20 ସଦସ୍ୟ ରାଷ୍ଟ୍ର: G20 ସଂଗଠନରେ ମୋଟ 20 ଟି ଦେଶ ସଦସ୍ୟ ରହିଛି । ଭାରତ, ସମେତ ଆମେରିକା, ଋଷିଆ, ଚୀନ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ବ୍ରାଜିଲ, ଆର୍ଜେଣ୍ଟିନା, ଜର୍ମାନୀ, ମେକ୍ସିକୋ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ସାଉଦୀ ଆରବ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଇଂଲଣ୍ଡ, କାନାଡ, ଦକ୍ଷିଣ କୋରିଆ ସମେତ ୟୁରୋପିୟନ ସଂଘର 27 ରାଷ୍ଟ୍ର ମଧ୍ୟ ରହିଛନ୍ତି ।

ଭାରତ କାହାକୁ ନିମନ୍ତ୍ରଣ କରିଛି: ଚଳିତ 18 ତମ G20 ସମିଟର ଅଧ୍ୟକ୍ଷତା କରୁଛି ଭାରତ । ଅଧ୍ୟକ୍ଷ ରାଷ୍ଟ୍ର ଭାବେ ଭାରତର ଅଧିକାର ରହିଛି ନିଜ ବନ୍ଧୁ ରାଷ୍ଟ୍ରଙ୍କୁ ସମିଟରେ ସାମିଲ ହେବାକୁ । ସେହି ଆଧାରରେ ଭାରତ G20 ସମିଟରେ ସାମିଲ ହେବାକୁ ୟୁଏଇ, ଓମାନ, ବାଂଲାଦେଶ, ମରିଶସ, ନାଇଜେରିଆ, ସ୍ପେନ, ସିଙ୍ଗାପୁର, ନେଦର୍ସଲାଣ୍ଡ ଭଳି ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କରିଛି ।

ଏହାବି ପଢନ୍ତୁ- G20 Summit: ଆଜି ନୁହେଁ କାଲି ଭାରତ ଆସିବେ ବାଇଡେନ, ସୁରକ୍ଷା ବ୍ୟବସ୍ଥା କଡାକଡି

କଣ ରହିଛି G20 ଏଜେଣ୍ଡା: ଚଳିତ 18 ତମ G20 ସମିଟରେ ଏଜେଣ୍ଡା ରହିଛି ଆର୍ଥିକ, ଜଳବାୟ, ପରିବେଶ, ଶିକ୍ଷା, କୃଷି, ପ୍ରଯୁକ୍ତିବିଦ୍ୟା ଉପରେ ଗଭୀର ଚର୍ଚ୍ଚା ଆଲୋଚନା ହେବ । ଏହାବାଦ ଭାରତ ପକ୍ଷରୁ ଜଳବାୟୁ ପରିବର୍ତ୍ତନ, ବିଶ୍ବଶାନ୍ତି, ଖାଦ୍ୟ ସୁରକ୍ଷା ଓ ମାନବବାଦ ପ୍ରସଙ୍ଗ ମଧ୍ୟ ଉପସ୍ଥାପନା କରାଯିବ ।

କେଉଁ କେଉଁ ନେତା G20 ସମିଟରେ ହେବେ ସାମିଲ:G20 ସମିଟରେ ସାମିଲ ହେବା ପାଇଁ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଇଂଲଣ୍ଡ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫିମିୟୋ କିଶିଦୋ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲବନୀଜ, ଦକ୍ଷିଣ ଆଫ୍ରିକା, ତୁର୍କୀ, ଆର୍ଜେଣ୍ଟିନା ରାଷ୍ଟ୍ରପତି, ଜର୍ମାନୀ ଚାନସେଲର, ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମେକ୍ରୋଁ, କାନାଡ ପ୍ରଧାନମନ୍ତ୍ରୀ, ମେକ୍ସିକୋ ରାଷ୍ଟ୍ରପତି, ଚୀନ ପ୍ରଧାନମନ୍ତ୍ରୀ, ଋଷିଆ ବୈଦେଶିକ ମନ୍ତ୍ରୀ ଭାରତ ଆସୁଛନ୍ତି । ଏହା ବ୍ୟତୀତ ଭାରତ ନିମନ୍ତ୍ରଣ କରିଥିବା ବିଶେଷ ରାଷ୍ଟ୍ରର ରାଷ୍ଟ୍ର ଅଧ୍ୟକ୍ଷ ମଧ୍ୟ ଭାରତ ଆସୁଛନ୍ତି ।

କେଉଁ କେଉଁ ନେତା ଆସିବେ ନାହିଁ: G20 ସମିଟରେ ସାମିଲ ହେବେ ନାହିଁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ଭାରତ ପକ୍ଷରୁ ବିଦ୍ଧିବଧ ଭାବେ ନିମନ୍ତ୍ରଣ ଯାଇଥିଲେ ମଧ୍ୟ ଜିନପିଙ୍ଗ ଭାରତ ଆସିବାକୁ ଚାହିଁଲେ ନାହିଁ । ଏହାସହ ଋଷିଆ-ୟୁକ୍ରେନ ଯୁଦ୍ଧ ପରଠାରୁ ପ୍ରାୟତଃ ବିଦେଶ ଗସ୍ତ କରୁନଥିବା ଋଷିଆ ରାଷ୍ଟ୍ରପତି ମଧ୍ୟ ଭାରତ ଆସିବେ ନାହିଁ । ଯଦିଓ ଋଷିଆ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କରି ତାଙ୍କ ସନ୍ଦେଶ ଦେବା ସହ G20 ଅଧ୍ୟକ୍ଷତାକୁ ନେଇ ଭାରତକୁ ପ୍ରଶଂସା କରିଛନ୍ତି । ତାଙ୍କ ବଦଳରେ ଋଷିଆ ବୈଦେଶିକ ମନ୍ତ୍ରୀ ସର୍ଗେୟି ଲାବରୋବ ଭାରତ ଆସୁଛନ୍ତି ।

ଏହାବି ପଢନ୍ତୁ- G20 Summit Delhi: ଗୋଟିଏ ଦିନ ପରେ ବିଶ୍ବ ମହାକୁମ୍ଭ, ଥରେ ଦେଖନ୍ତୁ ଦିଲ୍ଲୀ ଦୃଶ୍ୟ

କେଉଁ ରାଷ୍ଟ୍ର ମୁଖ୍ୟ କେଉଁଠି ରହିବେ: G20 ସମିଟରେ ସାମିଲ ହେବାକୁ ଆସୁଥିବ ବିଶ୍ବନେତାଙ୍କ ରହଣୀ ପାଇଁ ଦିଲ୍ଲୀ ଓ ଗୁରୁଗ୍ରାମର ଏକାଧିକ ହୋଟେଲରେ ସରକାର ବ୍ୟବସ୍ଥା କରିଛନ୍ତି । ଯେଉଁଥିରେ ଏକାଧିକ ପ୍ରତିଷ୍ଠିତ ହୋଟେଲ ରହିଛି ।

ଆମେରିକା ରାଷ୍ଟ୍ରପତି- ଜୋ ବାଇଡେନ- ହୋଟେଲ ଆଇଟିସି ମୌର୍ଯ୍ୟ, ଦିଲ୍ଲୀ

ଇଂଲଣ୍ଡ ପ୍ରଧାନମନ୍ତ୍ରୀ - ଋଷି ସୁନକ- ହୋଟେଲ ସାଙ୍ଗରୀ ଲା, ଦିଲ୍ଲୀ

ଫ୍ରାନ୍ସ ରାଷ୍ଟ୍ରପତି - ଇମାନୁଏଲ ମାକ୍ରନ- କ୍ଲୋରେଜେସ ହୋଟେ, ଦିଲ୍ଲୀ

ଜାପାନ ପ୍ରଧାନମନ୍ତ୍ରୀ- ଫିମିୟୋ କିଶିଦୌ- ଦ ଲଳିତ ହୋଟେଲ, ଦିଲ୍ଲୀ

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ- ଆନ୍ଥୋନୀ ଅଲବନୀଜ- ଏମ୍ପୋରିଲୟ ହୋଟେଲ, ଦିଲ୍ଲୀ

ତୁର୍କୀ ରାଷ୍ଟ୍ରପତି- ରସିପ ତେୟପ ଏର୍ଦୋଗାନ- ଓବେରାୟ ହୋଟେଲ- ଗୁରୁଗ୍ରାମ

ଦକ୍ଷିଣ କୋରିଆ ରାଷ୍ଟ୍ରପତି- ୟୁନ ସୁକ ୟୌଲ- ଓବେରାୟ ହୋଟେଲ- ଗୁରୁଗ୍ରାମ

ଚୀନ ପ୍ରଧାନମନ୍ତ୍ରୀ - ଲି କିୟାଙ୍ଗ- ତାଜ ପ୍ୟାଲେସ -ଦିଲ୍ଲୀ

ଇଣ୍ଡୋନେସିଆ ରାଷ୍ଟ୍ରପତି- ଏମ୍ପୋରିଲୟ ହୋଟେଲ, ଦିଲ୍ଲୀ

ବ୍ରାଜିଲ ପ୍ରତିନିଧି ମଣ୍ଡଳୀ- ତାଜ ପ୍ୟାଲେସ- ଦିଲ୍ଲୀ

ଇଟଲୀ ପ୍ରତିନିଧୀ ମଣ୍ଡଳୀ- ହୟାତ ରିଜେନ୍ସୀ- ଦିଲ୍ଲୀ

ସାଉଦୀ ଆରବ ପ୍ରତିନିଧୀ ମଣ୍ଡଳୀ- ଲୀଲା ହୋଟେଲ - ଗୁରୁଗ୍ରାମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details