ନୂଆଦିଲ୍ଲୀ: 95 ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ମନ କି ବାତ କାର୍ଯ୍ୟକ୍ରମରେ ପ୍ରଥମରୁ G20 ସମ୍ମିଳନୀ କଥା କହିଛନ୍ତି ବୋଲି । ଆଗକୁ ଭାରତ ଜି20 ସମ୍ମିଳନୀର ସଭାପତିତ୍ବ କରିବାକୁ ଯାହାକୁ ନେଇ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଖୁବଶୀଘ୍ର ମନ କି ବାତ କାର୍ଯ୍ୟକ୍ରମ 100ତମ ଅଧ୍ୟାୟ ପୂରଣ କରିବାକୁ ଯାଉଛି ବୋଲି ସେ କହିଛନ୍ତି ।
ଜି20 ସମ୍ମିଳନୀ ନେଇ ଆସୁଛି ଚିଠି
ସେ କହିଛନ୍ତି ,"ବାଲିରେ ଆୟୋଜିତ 17ତମ ଜି20 ସମ୍ମିଳନୀରେ ଆୟୋଜକ ଇଣ୍ଡୋନେସିଆ ସମ୍ମିଳନୀର ଆସନ୍ତା ସଂସ୍କରଣ ପାଇଁ ଅଧ୍ୟକ୍ଷତା ଭାର ଭାରତକୁ ହସ୍ତାନ୍ତର କରିଛି (Indonesia hands over the presidency of G20)। ଏହା ଆମ ପାଇଁ କେତେ ଗର୍ବିତ ସେନେଇ ଦେଶର ବିଭିନ୍ନ ସ୍ଥାନରୁ ଲୋକେ ମୋତେ ଚିଠି ଲେଖିଛନ୍ତି । G20 presidency ଆମ ପାଇଁ ଏକ ଗର୍ବର ବିଷୟ ଅଟେ । ଆମକୁ ବିଶ୍ବର ମଙ୍ଗଳ ଉପରେ ଧ୍ୟାନ ଦେବାକୁ ପଡିବ । ଶାନ୍ତି, ଏକତା ଏବଂ ନିରନ୍ତର ବିଶ୍ବାସ ରଖିବା ଉଚିତ୍ । ଯାହା ଫଳରେ ଆମ ସମସ୍ୟାର ସମାଧାନ ହୋଇପାରିବ । ଚଳିତ ଥରର ଥିମ ରହିଛି, ଆମେ 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ'(One Earth, One Family, One Future)। "
ଏହା ମଧ୍ୟ ପଢନ୍ତୁ: ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗ, ଆନ୍ଦୋଳନକୁ ଓହ୍ଲାଇଲା ପ୍ରାଥମିକ ଶିକ୍ଷକ ସଂଘ
8ଟି ନାନୋ ସାଟେଲାଇଟ୍ ଉତ୍କ୍ଷେପଣ କଥା କହିଲେ ମୋଦି
ଏହାସହ ମୋଦି 8ଟି ନାନୋ ସାଟେଲାଇଟ୍ ଉତ୍କ୍ଷେପଣର ସଫଳତା ଉପରେ ମଧ୍ୟ ପ୍ରତିପାଦନ କରିଛନ୍ତି । PSLV-C54/EOS-06 ମାଧ୍ୟମରେ ମହାକାଶକୁ ଓସନସ୍ୟାଟ-3 ସମେତ 8ଟି ନାନୋ ସାଟେଲାଇଟ୍ ଉତ୍କ୍ଷେପଣ କରାଯାଇଛି। ଏହି ସାଟେଲାଇଟ ଭାରତ ଏବଂ ଭୁଟାନ ଦ୍ବାରା ବିକଶିତ କରାଯାଇଛି । ଏଥିରୁ ଭାରତ ଏବଂ ଭୁଟାନ ମଧ୍ୟରେ ରହିଥିବା ସମ୍ପର୍କ ସ୍ପଷ୍ଟ ହେଇଛି ବୋଲି କହିଛନ୍ତି ମୋଦି ।
ମନ କି ବାତରେ ବିକ୍ରମ-ଏସର ସଫଳତା କଥା
ଏହାସହ ନଭେମ୍ବର 18 ତାରିଖରେ ଦେଶର ପ୍ରଥମ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ରକେଟ୍ 'ବିକ୍ରମ-ଏସ୍'ର ସଫଳ ପରୀକ୍ଷଣ କରାଯାଇଥିଲା।(India first private rocket Vikram-S launched successfully) । ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଲଞ୍ଚ୍ ପ୍ୟାଡରୁ ଦିନ 11:30ରେ ଏହି ପରୀକ୍ଷଣ କରାଯାଇଥିଲା । ଏହା ଆମର ଏକ ସଫଳତା ବୋଲି କହିଛନ୍ତି ମୋଦି।