ନୂଆଦିଲ୍ଲୀ:ଆଜି ଦିଲ୍ଲୀରେ ଜି20 ସମ୍ମିଳନୀର ରାଷ୍ଟ୍ରମୁଖ୍ୟ ବୈଠକ ଆରମ୍ଭ ହୋଇଛି । ଏହି ଦୁଇଦିନିଆ ଶିଖର ବୈଠକର ପ୍ରଥମ ଦିନରେ ବିଶ୍ବ ଅର୍ଥନୀତି, ଭିତ୍ତିଭୂମି ଓ ଯୋଗାଯୋଗ କ୍ଷେତ୍ରରେ ଏକାଧିକ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ଓ ଘୋଷଣା ପ୍ରକାଶ ପାଇଛି । ଅତ୍ୟାଧୁନିକ ବିଶ୍ବରେ ସ୍ବଚ୍ଛ ଓ ପରିବେଶ ଅନୁକୂଳ ଇନ୍ଧନର ଉତ୍ସ, ଏହାର ଯୋଗାଣ ଶୃଙ୍ଖଳା ଓ ସ୍ଥିରତା ଉପରେ ଭାରତ ପକ୍ଷରୁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ବ ଜୈବିକ ଇନ୍ଧନ ମେଣ୍ଟ ବା Global Biofuel Alliance (GBA) ଘୋଷଣା କରିଛନ୍ତି । ଏହି ମେଣ୍ଟରେ ଭାରତ, ଆମେରିକା ଓ ବ୍ରାଜିଲ୍ ପ୍ରତିଷ୍ଠାତା ସଦସ୍ୟ ରାଷ୍ଟ୍ର ଭାବେ ରହିଛନ୍ତି । ଜି20 ସମ୍ମିଳନୀର ଅନ୍ୟ ସଦସ୍ୟ ଦେଶମାନଙ୍କୁ ଏହି ପଦକ୍ଷେପରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିମନ୍ତ୍ରଣ ମଧ୍ୟ କରିଛନ୍ତି ।
ଏହି ଘୋଷଣା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି,‘‘ ବର୍ତ୍ତମାନ ସମୟରେ ପରିବେଶ ଅନୁକୂଳ ଇନ୍ଧନ ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ସମସ୍ତ ଦେଶ ଏକାଠି କାମ କରିବା ପାଇଁ ସମୟ ଆସିଛି । ପେଟ୍ରୋଲରେ ଇଥାନଲ ମିଶ୍ରଣର ହାରକୁ 20 ପ୍ରତିଶତରେ ପହଞ୍ଚାଇବା ପାଇଁ ଆମେ ଏକ ବିଶ୍ୱସ୍ତରୀୟ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଛୁ । ଅନ୍ୟପଟେ ଆମେ ବିଶ୍ବର ବୃହତ୍ତର କଲ୍ୟାଣ ପାଇଁ ଶକ୍ତି ଯୋଗାଣ ସୁନିଶ୍ଚିତ କରିବା ସହିତ ଜଳବାୟୁ ନିରାପତ୍ତାରେ ଅନୁକୂଳ ହେବା ପରି ଇନ୍ଧନ ଯୋଗାଣ ଶୃଙ୍ଖଳା ଉପରେ ପ୍ରାଥମିକତାର ସହ କାର୍ଯ୍ୟ କରିବା ଉଚିତ । ଏହି ସବୁ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଆଜି ପରିପ୍ରେକ୍ଷୀରେ ଆଜି ଆମେ ବିଶ୍ବ ଜୈବ ଇନ୍ଧନ ଆଲାଇନ୍ସ ଆରମ୍ଭ କରୁଛୁ । ଏହି ପଦକ୍ଷେପରେ ସାମିଲ ହେବାକୁ ଭାରତ ଅନ୍ୟ ରାଷ୍ଟ୍ରଙ୍କୁ ଆମନ୍ତ୍ରଣ କରୁଛି ।’’
ଜୈବ ଇନ୍ଧନ କଣ:-