ଓଡିଶା

odisha

G20 Gala Dinner politics: ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବିମାନକୁ ମିଳିଲାନି ଅନୁମତି, ଜବାବ ରଖିଲା ଗୃହ ମନ୍ତ୍ରଣାଳୟ

By ETV Bharat Odisha Team

Published : Sep 9, 2023, 10:47 PM IST

ଜି-୨୦ ସମ୍ମିଳନୀ ଉପଲକ୍ଷେ ନୈଶ୍ୟଭୋଜ ଆମନ୍ତ୍ରଣକୁ ନେଇ ଜୋର ଧରିଛି ରାଜନୀତି । ଦୁଇ କଂଗ୍ରେସର ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଅନୁମତି ମିଳିନଥିବା ଅଭିଯୋଗ ପରେ ଉତ୍ତର ରଖିଲେ ଗୃହ ମନ୍ତ୍ରଣାଳୟ । ଅଧିକ ପଢ଼ନ୍ତୁ

G20 Summit
ଜି ୨୦ ସମ୍ମିଳନୀ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ଉପଲକ୍ଷେ ନୈଶ୍ୟଭୋଜ ଆମନ୍ତ୍ରଣକୁ ନେଇ ଜୋର ଧରିଛି ରାଜନୀତି । ରାଷ୍ଟ୍ରପତିଙ୍କ ଦ୍ବାରା ଆୟୋଜିତ ରାତ୍ରୀ ଭୋଜନ କାର୍ଯ୍ୟକ୍ରମକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିମନ୍ତ୍ରଣ କରାନଯିବା ନେଇ କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲା । ଜି-୨୦ ସମ୍ମିଳନୀ ପରିସରକୁ ନୋ ଫ୍ଲାଇଙ୍ଗ୍ ଜୋନ ଦର୍ଶାଯାଇଥିବାରୁ ରାଜସ୍ଥାନ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ରାତ୍ରୀ ଭୋଜନ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିବା ଅଭିଯୋଗ ହୋଇଥିଲା । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ କହିବା ଅନୁଯାୟୀ, ତାଙ୍କ ହେଲିକପ୍ଟରକୁ ଦିଲ୍ଲୀରେ ଅବତରଣ କରିବାକୁ ଗୃହ ମନ୍ତ୍ରଣାଳୟ ଅନୁମତି ଦେଇନାହାନ୍ତି । ତେଣୁ ସେ ରାଷ୍ଟ୍ରପତିଙ୍କ ଡିନର ନାଇଟରେ ଯୋଗ ଦେଲେନାହିଁ । ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏପରି ଜବାବ ମିଳିଥିବା ସେ କହିଛନ୍ତି । କିନ୍ତୁ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଗୃହ ମନ୍ତ୍ରଣାଳୟ ।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ସୋସିଆଲ ମିଡ଼ିଆରେ ଏହି ଅଭିଯୋଗକୁ ଖଣ୍ଡନ କରି କୁହାଯାଇଛି ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ଥିବା ହେତୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ନିଜ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଷ୍ଟ୍ରପତିଙ୍କ ରାତ୍ରୀ ଭୋଜନ କାର୍ଯ୍ୟକ୍ରମକୁ ଯିବାପାଇଁ ଅସମର୍ଥ ପ୍ରକାଶ କରିଥିଲେ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରିଦିଆ ଯାଇଛି ଯେ, ଦିଲ୍ଲୀରେ ଅନୁଷ୍ଠିତ ଦୁଇ ଦିନିଆ ଜି-୨୦ ସମ୍ମିଳନୀ ପାଇଁ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିମାନକୁ ଅନୁମତି ଦିଆଯାଇଛି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ମଧ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦେଇନଥିବା ଅଭିଯୋଗ କରିଥିଲେ । ଏହାର ଜବାବ ଦେଇ ଗୃହ ମନ୍ତ୍ରଣାଳୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସ୍ବତନ୍ତ୍ର ଅବତରଣ ଅନୁମତି ପାଇଁ ଚାରିଥର ଅନୁରୋଧ ମିଳିଥିଲା । କିନ୍ତୁ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଇଁ କୌଣସି ପ୍ରତିବନ୍ଧକ ଲଗାଯାଇନଥିଲା । ତେଣୁ ଆୟୋଜିତ କାର୍ଯ୍ୟକ୍ରମକୁ ଦୁଇ ମୁଖ୍ୟମନ୍ତ୍ରୀ ଆସିବା ପାଇଁ ଇଚ୍ଛା ପ୍ରକାଶ କରିନଥିବା ମନ୍ତ୍ରଣାଳୟ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:G20 Dinner: ଭାରତୀୟ ଆଭୂଷଣରେ ଆସିଲେ ଜାପାନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ସେହିପରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ନିମନ୍ତ୍ରଣ କରାନଯିବା ଅଭିଯୋଗକୁ ଖଣ୍ଡନ କରି ଶନିବାର ଏକ ବିବୃତ୍ତିରେ କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଏଚଡି ଦେବେଗୌଡାଙ୍କୁ ରାଷ୍ଟ୍ରପତିଙ୍କୁ ରାତ୍ରି ଭୋଜନରେ ଆମନ୍ତ୍ରିତ କରାଯାଇଥିଲା । କିନ୍ତୁ ଖଡ଼ଗେଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ସାମିଲ ହୋଇପାରିନଥିବା ଏଚଡି ଦେବେଗୌଡା ସୂଚନା ଦେଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ABOUT THE AUTHOR

...view details