ଓଡିଶା

odisha

By ETV Bharat Odisha Team

Published : Sep 9, 2023, 9:03 PM IST

ETV Bharat / bharat

G20 Delhi Declaration on Ukraine war: 'ପରମାଣୁ ଅସ୍ତ୍ରଶସ୍ତ୍ରର ଉପଯୋଗ ଓ ଧମକ ଗ୍ରହଣୀୟ ନୁହେଁ'

ୟୁକ୍ରେନ ଯୁଦ୍ଧକୁ ନେଇ ଋଷକୁ ଜି୨୦ ବିଶ୍ବନେତାଙ୍କ ତେରେଚ୍ଛା ବାଣ । ଆଗାମୀ ଦିନରେ ପରମାଣୁ ଅସ୍ତ୍ରଶସ୍ତ୍ର ଉପଯୋଗ ଓ ଏହାର ଧମକ ଦେବା ଅଗ୍ରହଣୀୟ । ଅଧିକ ପଢନ୍ତୁ

G20 Delhi Declaration on Ukraine war
G20 Delhi Declaration on Ukraine war

ନୂଆଦିଲ୍ଲୀ:ଭାରତର ଅଧ୍ୟକ୍ଷତାରେ ରାଜଧାନୀ ଦିଲ୍ଲୀରେ ବସିଛି ଜି-୨୦ ବୈଠକ । ଏହି ବୈଠକରେ ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା ସମୟରେ ଋଷର ନାଁ ନନେଇ ବିଶ୍ବନେତାମାନେ ତେରେଚ୍ଛା ବାଣ ମାରିଛନ୍ତି । ପରମାଣୁ ଅସ୍ତ୍ରଶସ୍ତ୍ର ଉପଯୋଗ ଓ ଧମକ ଦେବା ଅସ୍ବୀକାର୍ଯ୍ୟ ବୋଲି ନୂଆଦିଲ୍ଲୀ ସଙ୍କଳ୍ପ ବା ଘୋଷଣାନାମାରେ ନିଷ୍ପତ୍ତି ନିଆଯାଇଛି । ୟୁଏନ ଚାର୍ଟର ଅଥବା ସୁରକ୍ଷା ପରିଷଦର ନିୟମ ଅନୁଯାୟୀ କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ରର କ୍ଷେତ୍ରୀୟ ଅଖଣ୍ଡତା, ରାଜନୈତିକ ସ୍ବତନ୍ତ୍ରତା ଓ କ୍ଷେତ୍ରୀୟ ଅଧିଗ୍ରହଣ ନେଇ ଧମକ ଦେବା ଗ୍ରହଣୀୟ ହେବ ନାହିଁ ବୋଲି ଘୋଷଣା କରାଯାଇଛି ।

G20 Delhi Declaration on Ukraine war

ଋଷିଆର ନାଁ ନ ନେଇ ଜି-୨୦ ବୈଠକରେ ବିଶ୍ବନେତାମାନେ ଏ ନେଇ ନିଷ୍ପତ୍ତି ନେଇଛନ୍ତି । ୟୁକ୍ରେନ ଯୁଦ୍ଧକୁ ନେଇ ବାଲିରେ ହୋଇଥିବା ଆଲୋଚନାକୁ ପୁଣି ଦୋହରାଇଛନ୍ତି ଜି-୨୦ ସଦସ୍ୟ । ଏଥିରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତିନାମାକୁ ରାଷ୍ଟ୍ରଗୁଡ଼ିକ ପାଳନ କରିବା ଉଚିତ । ଏହାସହ ୟୁଏନ ଚାର୍ଟର ଅଥବା ସୁରକ୍ଷା ପରିଷଦର ପ୍ରସ୍ତାବ ତଥା ନୀତି ଅନୁଯାୟୀ କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ରର କ୍ଷେତ୍ରୀୟ ଅଖଣ୍ଡତା, ରାଜନୈତିକ ସ୍ବତନ୍ତ୍ରତା ଓ କ୍ଷେତ୍ରୀୟ ଅଧିଗ୍ରହଣ ନେଇ ଧମକ ଦେବା ଗ୍ରହଣୀୟ ହେବ ନାହିଁ । ଏହାସହ ପରମାଣୁ ଅସ୍ତ୍ରଶସ୍ତ୍ର ଉପଯୋଗ ଓ ଏହାର ଉପଯୋଗକୁ ନେଇ ଧମକ ଦେବା ମଧ୍ୟ ଗ୍ରହଣୀୟ ନୁହେଁ ବୋଲି ନିଷ୍ପତ୍ତି ନେଇଛନ୍ତି ବିଶ୍ବନେତା ଗଣ ।

ଏହା ବି ପଢନ୍ତୁ- G20 Summit: ଭାରତର ବଡ ଉପଲବ୍ଧି, ‘Delhi Declaration’ ଘୋଷଣାପତ୍ରକୁ 100% ସହମତି

ସେପଟେ ଆଜି ଜି-୨୦ ବୈଠକରେ ପ୍ରଥମ ଦିନର ଦ୍ବିତୀୟ ଅଧିବେଶନରେ 'ବର୍ତ୍ତମାନର ଯୁଗ ଯୁଦ୍ଧର ଯୁଗ' ନୁହେଁ ବୋଲି କହି ଶାନ୍ତି ପ୍ରତିଷ୍ଠା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବକୁ ଆହ୍ବାନ ଦେଇଥିଲେ । ପରୋକ୍ଷରେ ଏହା ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଲାଗି ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ମଧ୍ୟ ରହିଥିଲା । ପୂର୍ବରୁ ସାଙ୍ଘାଇ ସହଯୋଗ ସଂଗଠନ (SCO) ବୈଠକରେ ଭ୍ଲାଦିମିର ପୁଟିନଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା ସମୟରେ ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା ହୋଇଥିଲା । ଏହି ସମୟରେ 'ବର୍ତ୍ତମାନର ଯୁଗ ଯୁଦ୍ଧର ଯୁଗ' ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ- G20 Summit: ଡିନର ପାଇଁ ଭାରତ ମଣ୍ଡପରେ ବିଶ୍ବନେତା, ସ୍ବାଗତ କରୁଛନ୍ତି ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ଦ୍ବିତୀୟ ଅଧିବେଶନର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରି କହିଥିଲେ, "ୟୁକ୍ରେନ ଯୁଦ୍ଧକୁ ନେଇ ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ଏହା ବିଶ୍ବ ଉପରେ କୁପ୍ରଭାବ ପକାଉଛି ବୋଲି ମୋଦି କହିଥିଲେ । ଏହାସହ ବିଶ୍ବ ଖାଦ୍ୟ ଏବଂ ଶକ୍ତି ନିରାପତ୍ତା, ଯୋଗାଣ ଶୃଙ୍ଖଳା, ମାକ୍ରୋ-ଆର୍ଥିକ ସ୍ଥିରତା, ମୁଦ୍ରାସ୍ଫୀତି ଏବଂ ଅଭିବୃଦ୍ଧି ସଙ୍କଟରେ ପଡ଼ିଛି ।"

ୟୁକ୍ରେନ ଯୁଦ୍ଧକୁ ନେଇ ନୂଆଦିଲ୍ଲୀ ସଙ୍କଳ୍ପନାମାରେ ଆହୁରି କୁହାଯାଇଛି, "ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ସଙ୍କଟ ଦୂର କରିବା ପାଇଁ କୂଟନୈତିକ ସ୍ତରରେ ଆଲୋଚନା ଗୁରୁତ୍ବପୂର୍ଣ୍ଣ । ବିଶ୍ବ ଅର୍ଥନୀତିରେ ଯୁଦ୍ଧର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଆମେ ସମସ୍ତେ ଏକତ୍ରିତ ହେବା ଏବଂ ୟୁକ୍ରେନରେ ଏକ ବ୍ୟାପକ, ନ୍ୟାୟ ଏବଂ ସ୍ଥାୟୀ ଶାନ୍ତି ପାଇଁ ସମର୍ଥନ କରୁଥିବା ସମସ୍ତ ପ୍ରାସଙ୍ଗିକ ତଥା ଗଠନମୂଳକ ପଦକ୍ଷେପକୁ ସ୍ବାଗତ କରିବା । ଯାହାକି ମିଳିତ ଜାତିସଂଘ ଚାର୍ଟରର ସମସ୍ତ ଉଦ୍ଦେଶ୍ୟ ଏବଂ ନୀତିକୁ ସମର୍ଥନ କରିବ। 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ଆତ୍ମା ସହିତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଶାନ୍ତିପୂର୍ଣ୍ଣ, ବନ୍ଧୁତ୍ବପୂର୍ଣ୍ଣ ଦିଗକୁ ପ୍ରୋତ୍ସାହିତ କରିବା ।"

ABOUT THE AUTHOR

...view details