ଓଡିଶା

odisha

ETV Bharat / bharat

G 20 Summit: ଗୋଟିଏ ଦେଶର ରାଷ୍ଟ୍ରମୁଖ୍ୟ ସାମିଲ ନହେଲେ ଫରକ ପଡିବନି କହିଲେ ଜର୍ମାନ ରାଷ୍ଟ୍ରଦୂତ - ଜର୍ମାନ ରାଷ୍ଟ୍ରଦୂତ ଫିଲିପ ଆର୍କରମ୍ୟାନ

ଆସନ୍ତାକାଲି(ଶନିବାର)ଠୁ ଆରମ୍ଭ ହେବ ଜି-20 ଶିଖର ସମ୍ମିଳନୀ । ଚଳିତ ବର୍ଷ ସମ୍ମିଳନୀର ଆୟୋଜକ ସାଜିଛି ଭାରତ । ବିଶ୍ୱର ଶକ୍ତିଶାଳୀ ନେତାମାନଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର ରହିଛି । କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ । ଋଷ ଓ ଚୀନ ରାଷ୍ଟ୍ରପତି ସାମିଲ ନହେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜର୍ମାନ ରାଷ୍ଟ୍ରଦୂତ ଫିଲିପ ଆର୍କରମ୍ୟାନ ।

G 20 summit putin and xi jinping absent wont make any differences German
G 20 summit putin and xi jinping absent wont make any differences German

By ETV Bharat Odisha Team

Published : Sep 8, 2023, 5:11 PM IST

ନୂଆଦିଲ୍ଲୀ: ଆସନ୍ତାକାଲି(ଶନିବାର)ଠୁ ଆରମ୍ଭ ହେବ ଜି-20 ଶିଖର ସମ୍ମିଳନୀ । ଚଳିତ ବର୍ଷ ସମ୍ମିଳନୀର ଆୟୋଜକ ସାଜିଛି ଭାରତ । ବିଶ୍ୱର ଶକ୍ତିଶାଳୀ ନେତାମାନଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର ରହିଛି । କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ । ବିଶ୍ୱ ନେତାମାନଙ୍କ ଦିଲ୍ଲୀ ଆଗମନ ବି ଆରମ୍ଭ ହୋଇଯାଇଛି । ଗତକାଲି(ଗୁରୁବାର) ମରିସସ୍ ପ୍ରଧାନମନ୍ତ୍ରୀ, IMF ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଦିଲ୍ଲୀରେ ପହଞ୍ଚିଥିବା ବେଳେ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏବଂ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସମେତ ଏକାଧିକ ବିଶ୍ୱନେତାମାନେ ଦିଲ୍ଲୀ ଆସୁଛନ୍ତି ।

ଅନ୍ୟପଟେ ଜି-20 ଶିଖର ସମ୍ମିଳନୀରେ ସାମିଲ ହେଉନାହାନ୍ତି ଋଷ ରାଷ୍ଚ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । 2 ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟ ସାମିଲ ନହେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜର୍ମାନ ରାଷ୍ଟ୍ରଦୂତ ଫିଲିପ ଆର୍କରମ୍ୟାନ । ଚୀନ ଓ ଋଷ ରାଷ୍ଟ୍ରପତି ସମ୍ମିଳନୀରେ ଯୋଗ ନଦେଲେ ସେଭଳି କିଛି ଫରକ ପଡିବନି ବୋଲି କହିଛନ୍ତି ଜର୍ମାନ ରାଷ୍ଟ୍ରଦୂତ । ନ୍ୟୁଜ ଏଜେନ୍ସି ଏଏନଆଇର ସାକ୍ଷାତକାରରେ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି ଫିଲିପ୍‌ ।

ସେ ଆଉ ମଧ୍ୟ କହିଛନ୍ତି,"ଏହା ପୂର୍ବରୁ ଆୟୋଜିତ ବହୁ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ବି ପୁଟିନ ଯୋଗ ଦେଇ ନାହାନ୍ତି । ଯେଉଁଥିପାଇଁ ଚଳିତ ସମ୍ମିଳନୀରେ ବି ସେ ଯୋଗ ଦେବା ନେଇ ସେଭଳି କୌଣସି ଆଶା ନଥିଲା ।

ଏହାମଧ୍ୟ ପଢନ୍ତୁ..G20 summit: ଆଜି ପହଞ୍ଚିବେ ବାଇଡେନ-ସୁନକ, ସ୍ବାଗତ ପାଇଁ ସଜେଇ ହୋଇଛି ଦିଲ୍ଲୀ

ତେବେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଯୋଗ ନଦେବା ନିହାତି ଆଶ୍ଚର୍ଯ୍ୟକର କଥା । ଜିନପିଙ୍ଗ ଯୋଗ ନ ଦେଲେ ବି ଚୀନ ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେଉଛନ୍ତି । ମୁଁ ଭାବୁଛି ଚୀନ ପ୍ରଧାନମନ୍ତ୍ରୀ ଦେଶର ଜଣେ ଭଲ ପ୍ରତିନିଧି ଓ ଚୀନ ନିଜ କଥା ଉପସ୍ଥାପନ କରିପାରିବ ।"

ଏହାମଧ୍ୟ ପଢନ୍ତୁ..G20 summit: 3 ଦିନରେ 15 ବିଶ୍ବନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହିଁବି, ଏହା ଜି-20 ପ୍ଲସ ବୈଠକ । 18ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହୋଇଛନ୍ତି । ତେବେ କୌଣସି ଗୋଟିଏ ଦେଶର ରାଷ୍ଟ୍ରପତିଙ୍କ ଅନୁପସ୍ଥିତି ଏଥିରେ ବିଶେଷ କିଛି ପ୍ରଭାବ ପକାଇବା ଉଚିତ ନୁହେଁ ।"

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ABOUT THE AUTHOR

...view details