ଜାକାର୍ତ୍ତା:ଇଣ୍ଡୋନେସିଆର ବାଲିରେ 17ତମ ଜି 20 ସମ୍ମିଳନୀ ଜାରି ରହିଛି । ଆଜି ଏହି ସମ୍ମିଳନୀରେ ଦ୍ବିତୀୟ ଦିନ । ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ଅନ୍ୟ ଜି -୨୦ ନେତାମାନେ ବାଲିରେ ଥିବା ହେନ୍ତାଳ ବଣ (mangrove forest) ବୁଲିବା ସହ ବୃକ୍ଷରୋପଣ କରିଛନ୍ତି ।
ଜି-20 ସମ୍ମିଳନୀରେ ବିଶ୍ବ ନେତା ଏକାଠି ହୋଇଛନ୍ତି । ଦ୍ବିତୀୟ ଦିନରେ ମ୍ୟାନଗ୍ରୋଭ ଫରେଷ୍ଟ(ହେନ୍ତାଳ ବଣ) ବୁଲିଛନ୍ତି ଜି-20 ନେତା । ବାଲି ଗସ୍ତର ଦ୍ବିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ମ୍ୟାନଗ୍ରୋଭ ଫରେଷ୍ଟରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ସ୍ବାଗତ କରିଥିଲେ । ସେଠାରେ ବଣ ବୁଲିବା ସହିତ ବୃକ୍ଷରୋପଣ କରିଥିଲେ ପ୍ରଧାନମନ୍ତ୍ରୀ । 17 ଜି-20 ସମ୍ମିଳନୀରେ ସାମିଲ ହେବା ପାଇଁ ସୋମବାର ବାଲିରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଇଣ୍ଡୋନେସିଆ, ଫ୍ରାନ୍ସ, ସିଙ୍ଗାପୁର, ଜର୍ମାନୀ,ଇଟାଲୀ, ଅଷ୍ଟ୍ରେଲିଆ ଆଦି ଦେଶ ମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ।