ଓଡିଶା

odisha

ETV Bharat / bharat

ଭୁବନେଶ୍ବରରେ ଆରମ୍ଭ ହେଲା G20 ସମ୍ମିଳନୀ, ଛାତ୍ରଛାତ୍ରୀଙ୍କୁ ଅଧିକ କୁଶଳୀ ଓ ଦକ୍ଷ କରିବା ଲକ୍ଷ - ଭୁବନେଶ୍ବରରେ G 20 ସମ୍ମିଳନୀ

ଭୁବନେଶ୍ବରରେ ଆରମ୍ଭ ହେଲା G20 ସମ୍ମିଳନୀର ତୃତୀୟ ଶିକ୍ଷା କାର୍ଯ୍ୟକାରୀ ପରିଷଦ ବୈଠକ । ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଆରମ୍ଭ ହେଲା G-20 ସମ୍ମିଳନୀ, ଛାତ୍ରଛାତ୍ରୀଙ୍କୁ ଅଧିକ କୁଶଳୀ ଓ ଦକ୍ଷ କରିବା ଲକ୍ଷ
ଆରମ୍ଭ ହେଲା G-20 ସମ୍ମିଳନୀ, ଛାତ୍ରଛାତ୍ରୀଙ୍କୁ ଅଧିକ କୁଶଳୀ ଓ ଦକ୍ଷ କରିବା ଲକ୍ଷ

By

Published : Apr 23, 2023, 7:07 PM IST

ଆରମ୍ଭ ହେଲା G-20 ସମ୍ମିଳନୀ, ଛାତ୍ରଛାତ୍ରୀଙ୍କୁ ଅଧିକ କୁଶଳୀ ଓ ଦକ୍ଷ କରିବା ଲକ୍ଷ

ଭୁବନେଶ୍ବର: ଆରମ୍ଭ ହେଲା G20 ସମ୍ମିଳନୀର ତୃତୀୟ ଶିକ୍ଷା କାର୍ଯ୍ୟକାରୀ ପରିଷଦ ବୈଠକ । ଏଥିରେ ଛାତ୍ରଛାତ୍ରୀଙ୍କୁ ଅଧିକ କୁଶଳୀ ଓ ଦକ୍ଷ କରିବା ଲକ୍ଷରେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଓଡିଶା ଭଳି ରାଜ୍ୟରେ ଗୁଣାତ୍ମକ ମାନବ ସମ୍ପଦର ଅଭାବ ନାହିଁ । ଉପକୂଳ ଅଞ୍ଚଳରେ କିଭଳି ଭାବେ ଗ୍ଲୋବାଲ ସ୍କିଲ ଇକୋ-ସିଷ୍ଟମରେ ସ୍ଥାନ ନିରୁପଣ କରାଯିବ, ସେନେଇ ମାନସ ମନ୍ଥନ ହେବ । ଆଗାମୀ ଦିନରେ କେବଳ ଡିଗ୍ରୀ ନୁହେ ଦକ୍ଷତା ହିଁ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି ।


ଓଡିଶାରେ ଏଜୁକେସନ ୱାର୍କିଙ୍ଗ ଗ୍ରୁପର ତୃତୀୟ ବୈଠକ ଆରମ୍ଭ ହେବ । ତାହା ପୂର୍ବରୁ ବିଭିନ୍ନ ରାଜ୍ୟର ଅଧିକାରୀଙ୍କୁ ଏକାଠି କରାଯାଇଛି । ବିଶେଷ ଭାବରେ ଏଜୁକେସନ ୱାର୍କିଙ୍ଗ ଗ୍ରୁପରେ 4ଟି ପ୍ରମୁଖ ବିଷୟରେ ଚର୍ଚ୍ଚା କରିବାରେ ନିଷ୍ପତ୍ତି ହୋଇଛି । ଫାଉଣ୍ଡେସନ ଲିଟରେସି, ଏଡୁଟେକ, ରିସର୍ଚ୍ଚ ଏବଂ ଭବିଷ୍ୟତ ସ୍କିଲ ସମ୍ପର୍କରେ ଆଲୋଚନା ହେବ । ଭୁବନେଶ୍ଵରରେ ତୃତୀୟ ଶିକ୍ଷା କାର୍ଯ୍ୟକାରୀ ପରିଷଦ ବୈଠକ ଅବସରରେ ବିଭିନ ପ୍ରକାରର ବିଷୟ ଉପରେ ଚର୍ଚ୍ଚା ଆଲୋଚନା କରାଯାଇଛି ।

ରାଜ୍ୟରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ IIT, NIT, ନାଇଜର, ଆଇଜର, ସ୍ଥାନୀୟ ବିଶ୍ୱବିଦ୍ୟାଳୟ ଗୁଡିକ ସମସ୍ତେ ଏକାଠି ହୋଇ ଏହାକୁ ପ୍ରତିନିଧିତ୍ବ କରୁଛନ୍ତି । ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଏକାଠି ହୋଇଛନ୍ତି । ଆଗାମୀ ଦିନରେ ଚାକିରିର ସ୍ଵାଭାବ କ’ଣ ରହିଛି ଓ ବ୍ୟବାହାର କ‘ଣ ରହିବା ସେନେଇ ଆଲୋଚନା କରାଯିବା ନେଇ ଧର୍ମେନ୍ଦ୍ର କହିଛନ୍ତି ।

ଓଡିଶା ଭଳି ରାଜ୍ୟରେ ଗୁଣାତ୍ମକ ମାନବ ସମ୍ପଦର ଅଭାବ ନାହିଁ । ଉପକୂଳ ଅଞ୍ଚଳରେ କିଭଳି ଗ୍ଲୋବାଲ ସ୍କିଲ ଇକୋସିଷ୍ଟମରେ ସ୍ଥାନ ନିରୁପଣ କରିବ । ଆଗାମୀ ଦିନରେ ଡିଗ୍ରୀ ନୁହେଁ ଦକ୍ଷତା ହିଁ ମହତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବ । ତା ସହ ବିଶ୍ବରେ ଯେଉଁ ଭଳି ପରିବର୍ତ୍ତନ ହେବାକୁ ଯାଉଛି ଆଗାମୀ 2047 ସୁଧା ଯୁବପିଢି ବିଶ୍ଵର ଜନସଂଖ୍ୟାର କେବଳ 25 ପ୍ରତିଶତ କେବଳ ଭାରତରେ ରହିବେ। ତେଣୁ ଆଗାମୀ 25 ବର୍ଷରେ ଅମୃତ କାଳରେ ଭାରତର ଯୁବ ସମ୍ବଳକୁ କିଭଳି ଭାବରେ ପ୍ରସ୍ତୁତି କରିବା ତା ପାଇଁ ଏହି ଜି20 ର ୱାର୍କସପରେ ମାନସ ମନ୍ଥନ ହେବା ନେଇ ଧର୍ମେନ୍ଦ୍ର କହିଛନ୍ତି ।

ଏହାପୂର୍ବରୁ 1 ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ 20 ଏପ୍ରିଲ ପର୍ଯ୍ୟନ୍ତ ରାଜ୍ୟର 1 ଲକ୍ଷରୁ ଅଧିକ ଛତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମକରେ ଅଂଶଗ୍ରହଣ କରିଛନ୍ତି । ସୂଚନା ଅନୁଯାୟୀ, ଆଜି ଭୁବନେଶ୍ଵରରେ G20 ତୃତୀୟ ଶିକ୍ଷା କାର୍ଯ୍ୟକାରୀ ପରିଷଦ ବୈଠକକୁ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଏହି କାର୍ଯ୍ୟକ୍ରମକୁ ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଆୟୋଜନ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details