ରୋମ: ଆଜି(ଗୁରୁବାର) ଜି-20 ବାଚସ୍ପତିମାନଙ୍କ ଶିଖର ବୈଠକ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ଶିଖର ବୈଠକରେ ଭାଗ ନେବେ । ଆଜିଠୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ବୈଠକ । ଇଟାଲୀ ରାଜଧାନୀ ରୋମରେ ଏହି ସମ୍ମିଳନୀ ହେବ । ଏଥିରେ ଭାରତର ୮ଜଣ ସଂସଦୀୟ ସଦସ୍ୟ ଅଶଂଗ୍ରହଣ କରିବେ ।
ଏହି ପ୍ରତିନିଧି ଦଳରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ, ଲୋକସଭା ସେକ୍ରେଟାରୀ ଜେନେରାଲ୍ ଉତ୍ପଳ କୁମାର ସିଂ, ରାଜ୍ୟସଭା ସେକ୍ରେଟାରୀ ଜେନେରାଲ୍ ଡକ୍ଟର ପି.ପି.କେ. ରାମଚାରିଲ୍ୟୁ ଇଟାଲୀ ଗସ୍ତରେ ଯିବେ । ଏହି ଶିଖର ବୈଠକର ଶୀର୍ଷକ ପାର୍ଲାମେଣ୍ଟସ୍ ଫର୍ ପିପୁଲ, ପ୍ଲାନେଟ୍ ଆଣ୍ଡ୍ ପ୍ରସ୍ପରିଟି ରହିଛି ।