ଶ୍ରୀନଗର: ଭୂସ୍ବର୍ଗର ଜମ୍ମୁ କାଶ୍ମୀରରେ ଜି-20 ବୈଠକ ଆରମ୍ଭ ହୋଇଛି । ଗତକାଲିଏ ବୈଠକର ଦ୍ବିତୀୟ ଦିନ ଥିଲା । ବୈଠକରେ ଯୋଗ ଦେବାକୁ 29ଟି ଦେଶର 108 ପ୍ରତିନିଧି ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି । ଜି-20 ବୈଠକ ନେଇ ଆସିଥିବା ବିଦେଶୀ ପ୍ରତିନିଧି ଦଳ କାଶ୍ମୀରର ସୁନ୍ଦରତାକୁ ଉପଭୋଗ କରିଛନ୍ତି । ସୁନ୍ଦରୀ କାଶ୍ମୀରର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଡାଲ ନଦୀରେ ଶିକାରରେ ବୁଲିଥିବା ଦେଖିବାକୁ ମିଳିଛି ।
ଶ୍ରୀନଗରରେ ସୋମବାରଠୁ ଜି -20 ପର୍ଯ୍ୟଟନ କାର୍ଯ୍ୟକାରୀ ଗୋଷ୍ଠୀର ତୃତୀୟ ବୈଠକ ଆରମ୍ଭ ହୋଇଛି । ଗତକାଲି ଦ୍ବିତୀୟ ଦିନ ଥିଲା । ଏହି ବୈଠକ ଆଜି ଶେଷ ହେବ । ବୈଠକରେ 108 ଜଣ ଅତିଥି ସାମିଲ ହୋଇଛନ୍ତି । ଭାରତର ଭୂସ୍ବର୍ଗ ବୋଲାଉଥିବା କାଶ୍ମୀରର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତି ବିଦେଶୀ ପ୍ରତିନିଧି ଦଳ । ଡାଲ ହ୍ରଦରେ ଶିକାରରେ ବୁଲିବା ସହ ମଉଜ କରିଛନ୍ତି ବିଦେଶୀ ଅତିଥି ଦଳ ।
ନାଟୁ ନାଟୁରେ ନାଚିଲେ:ବ୍ଲକ ବ୍ଲଷ୍ଟର ଫିଲ୍ମ RRR ଗୀତରେ ମଧ୍ୟ ଧୁମ ମଚାଇଲେ ଜି-20 ବିଦେଶୀ ଅତିଥି । RRR ଫିଲ୍ମ ଅଭିନେତା ରାମଚରଣଙ୍କ ସହିତ ମଞ୍ଚରେ ଧୁମ ମଚାଇଲେ ବିଦେଶୀ ପ୍ରତିନିଧି । କୋରିଆ ଆମ୍ବାସଡର ଚାଙ୍ଗ ଜୋଏବୁକ ନାଟୁ ନାଟୁ ଗୀତରେ ନାଚି ଥିବା ଦେଖିବାକୁ ମିଳିଛି ।