ନୂଆଦିଲ୍ଲୀ:ଆସନ୍ତା ସେପ୍ଟେମ୍ବରରେ ଭାରତର ସଭାପତିତ୍ବରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହେବ ଜି-୨୦ ସମ୍ମିଳନୀ । ଏହି ସମ୍ମିଳନୀରେ ବିଶ୍ବର ହାଇପ୍ରୋଫାଇଲ ନେତା ସାମିଲ ହେବେ । ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ଦିଲ୍ଲୀ ପୋଲିସ । ଅପରାଧୀଙ୍କୁ କାବୁ କରିବାଠୁ ଆରମ୍ଭ କରି ରସାୟନିକ ଓ ଜୈବିକ ଅସ୍ତ୍ରଶସ୍ତ୍ର ନିଷ୍କ୍ରିୟ ନେଇ ଦିଲ୍ଲୀର ପୋଲିସ ଅଧିକାରୀଙ୍କୁ ଦିଆଯାଉଛି ତାଲିମ ।
ପ୍ରଗତି ମୈଦାନର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଏହି ସମ୍ମିଳନୀ ଆୟୋଜିତ ହେବ । ଏହି ସମ୍ମିଳନୀରେ ଭାରତ ଜି-୨୦ ସମ୍ମିଳନୀରେ ଶେଷ ଥର ଲାଗି ସଭାପତିତ୍ବ କରିବେ । ଏହି ବୈଠକରେ ବିଶ୍ବର ଶୀର୍ଷ ନେତୃତ୍ବ ସାମିଲ ହେବେ । ଏଣୁ ଦିଲ୍ଲୀ ପୋଲିସ ମାସେ ପୂର୍ବରୁ ବିଭିନ୍ନ ସ୍ଥାନରେ ନିୟୋଜିତ ହେବାକୁ ଥିବା ଅଧିକାରୀମାନଙ୍କୁ ତାଲିମ ଦେଉଛି । ରସାୟନିକ ଓ ଜୈବିକ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ତଥ୍ୟ ଓ ଏହାକୁ କିପରି ଜବତ କରାଯିବ ସେ ନେଇ ସମସ୍ତ ପ୍ରକାର ତାଲିମ ଦିଆଯାଉଛି ।
ଏହା ବି ପଢନ୍ତୁ- G20 Meet: 'ଭବିଷ୍ୟତରେ ସ୍ବାସ୍ଥ୍ୟ ଏମରେଜନ୍ସିକୁ ରୋକିବାକୁ ଆମେ ପ୍ରସ୍ତୁତ ହେବା ଉଚିତ'
ସେହିପରି ସ୍ପେଶାଲ ୱିପନ ଆଣ୍ଡ ଟ୍ରାକ୍ଟିସ (SWAT) ୟୁନିଟର ମହିଳା କମାଣ୍ଡୋଙ୍କୁ ୪ ସପ୍ତାହ ପର୍ଯ୍ୟନ୍ତ ଏକ ଟ୍ରେନିଂ କୋର୍ସ ଦିଆଯାଉଛି । ଏହା ଭାରତ-ତିବ୍ବତୀୟ ବର୍ଡର ପୋଲିସ (ITBP) ପକ୍ଷରୁ ଅନୁଷ୍ଠିତ ହୋଇଛି । ମଧ୍ୟପ୍ରଦେଶ କରିରା ସ୍ଥିତ IBPO ଟ୍ରେନିଂ ସେଣ୍ଟରରେ ଦିଆଯାଉଛି ଏହି ତାଲିମ । ଏହା ବ୍ୟତୀତ ଦିଲ୍ଲୀ ପୋଲିସ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର, ବୁଲେଟ୍ ପ୍ରୁଫ୍ ଜ୍ୟାକେଟ, ଏକ୍ସ-ରେ' ମେସିନ୍ ଆଦି କ୍ରୟ କରିଥିବା ମଧ୍ୟ ଜଣାପଡ଼ିଛି । ଏ ନେଇ ସ୍ପେଶାଲ ସେଲ୍ର ଡିସିପି ଇଙ୍ଗିତ ପ୍ରତାପ ସିଂ କହିଛନ୍ତି ଯେ ଜି-୨୦ ଆମ ଦେଶ ଲାଗି ଏକ ଗୌରବ । ତେବେ ସେପ୍ଟେମ୍ବରରେ ଏହା ଆୟୋଜିତ ହେବାକୁ ଥିବାରୁ କମାଣ୍ଡୋମାନଙ୍କୁ ଆତଙ୍କୀ-ନିରୋଧୀ ତାଲିମ ଦିଆଯାଉଛି ।
ସେ ଆହୁରି କହିଛନ୍ତି ଯେ ସହରାଞ୍ଚଳରେ ୧୯ ଡଣ ସ୍ବାଟ୍ କମାଣ୍ଡୋଙ୍କୁ ମାର୍କ୍ସ ୱିମେନ୍ ଭାବେ ତାଲିମ ଦିଆଯାଉଛି । ମଧ୍ୟପ୍ରଦେଶ କରିରାଠାରେ ଏହି ତାଲିମ ଦିଆଯାଉଛି । ସେପଟେ ଦିଲ୍ଲୀ ପୋଲିସ ପ୍ରାୟ ୧୦୦ରୁ ଊର୍ଦ୍ଧ୍ବ ଅଫିସରମାନଙ୍କୁ ଏହି ସ୍ବତନ୍ତ୍ର ଧରଣର ତାଲିମ ପ୍ରଦାନ କରୁଛି । ଏହାସହିତ ବିଦେଶୀ ପ୍ରତିନିଧିଙ୍କ ସହିତ କିପରି ଯୋଗାଯୋଗ କରିବ ଏବଂ ସେମାନଙ୍କୁ କିପରି ସେବା ଯୋଗାଇବ ସେ ନେଇ ମଧ୍ୟ ଦିଆଯାଉଛି ତାଲିମ ।