ଓଡିଶା

odisha

ETV Bharat / bharat

ଖୁବଶୀଘ୍ର ଦ୍ବିତୀୟ ଡୋଜ ଟୀକାକରଣ ଶେଷ କରିବ ଭାରତ ! - ସମ୍ପୂର୍ଣ୍ଣ ଟୀକାକରଣ

ଟୀକାକରଣ କ୍ଷେତ୍ରରେ ଭାରତକୁ ପୁଣି ବଡ ସଫଳତା । ସମ୍ପୂର୍ଣ୍ଣ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ଗୋଟିଏ ଡୋଜ ନେଇଥିବା ସଂଖ୍ୟାକୁ ଟପିଛି । ଅଧିକ ପଢନ୍ତୁ

ଖୁବଶୀଘ୍ର ଦ୍ବିତୀୟ ଡୋଜ ଟୀକାକରଣ ଶେଷ କରିବ ଭାରତ !
ଖୁବଶୀଘ୍ର ଦ୍ବିତୀୟ ଡୋଜ ଟୀକାକରଣ ଶେଷ କରିବ ଭାରତ !

By

Published : Nov 18, 2021, 7:45 AM IST

ନୂଆଦିଲ୍ଲୀ: ଟୀକାକରଣ କ୍ଷେତ୍ରରେ ଭାରତକୁ ପୁଣି ବଡ ସଫଳତା । ଦେଶରେ ୩୮ କୋଟି ଲୋକେ ନେଇଛନ୍ତି ଦ୍ବିତୀୟ ଡୋଜ । ବଡ କଥା ହେଉଛି ଦେଶରେ ସମ୍ପୂର୍ଣ୍ଣ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟା ଗୋଟିଏ ଡୋଜ ନେଇଥିବା ଲୋକଙ୍କ ସଂଖ୍ୟାକୁ ଅତିକ୍ରମ କରିଛି । ମୋଟ ଟୀକାକରଣରେ ଗୋଟିଏ ଡୋଜ ନେଇଥିବା ଲୋକଙ୍କ ମଧ୍ୟରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ରହିଛି । ୧୮ ରୁ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ୩୮ କୋଟି ଲୋକେ ୨ଟି ଯାକ ଡୋଜ ନେଇଥିବାବେଳେ ୩୭.୫ କୋଟି ଲୋକେ ପ୍ରଥମ ଡୋଜ ନେଇଛନ୍ତି ।

ଗୋଟିଏ ଡୋଜ ନେଇଥିବା ଲୋକଙ୍କ ମଧ୍ୟରେ ଯୁବବର୍ଗଙ୍କ ସଂଖ୍ୟା ଅଧିକ ଥିବାରୁ ଦେଶରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଟୀକାକରଣ ଆଡକୁ ଅଗ୍ରସର ହେଉଥିବା ଜଣାପଡୁଛି । ଭାରତରେ ଦ୍ରୁତ ଟୀକାକରଣକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଜନ ଭାଗିଦାରୀ ଏବଂ ହର ଘର ଦସ୍ତକ ଅଭିଯାନ ଭଳି ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟକ୍ରମ ଏବଂ ସରକାରଙ୍କ ଉପରେ ଲୋକଙ୍କୁ ବିଶ୍ବାସ ଯୋଗୁଁ ଦେଶ ଟୀକାକରଣ କ୍ଷେତ୍ରରେ ସଫଳତା ପାଇଛି । ଏଥିସହ ସେ ଯୋଗ୍ୟ ହିତାଧିକାରୀଙ୍କୁ ଯଥାଶୀଘ୍ର ଦୁଇଟି ଯାକ ଡୋଜ ନେବାକୁ ନିବେଦନ କରିଛନ୍ତି ।

ନିକଟରେ ଭାରତ ୧୦୦ କୋଟି ଟୀକାକରଣ ପାର୍ କରି ବିରଳ ରେକର୍ଡ ସ୍ଥାପନ କରିଥିଲା । ଏବେ ଦ୍ବିତୀୟ ଡୋଜ ଟୀକାକରଣ ଶେଷ କରିବାକୁ ଯାଇ ପୁଣି ଏକ ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details