ଚେନ୍ନାଇ:ତାମିଲନାଡୁରେ କୋରୋନା ସଂକ୍ରମଣର ଭୟାବହତା ଦେଖିବାକୁ ମିଳିଛି । ସଂକ୍ରମଣର ଦ୍ରୁତ ଗତିକୁ ରୋକିବା ପାଇଁ ରାଜ୍ୟ ସରକାର ଆଜିଠାରୁ 24 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି । କେବଳ ଜରୁରୀକାଳୀନ ସେବା ବ୍ୟତୀତ ଲୋକଙ୍କ ଯିବା ଆସିବାରେ କଟକଣା ଲାଗୁ କରାଯାଇଛି ।
DMK ମୁଖ୍ୟ ଏମ.କେ ଷ୍ଟାଲିନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ରାଜ୍ୟର କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ଆଜିଠାରୁ 24 ତାରିଖ ଯାଏଁ ରାଜ୍ୟରେ 14 ଦିନିଆ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି ।