ଓଡିଶା

odisha

By

Published : Apr 12, 2022, 1:07 PM IST

ETV Bharat / bharat

ପଳାତକ ନୀରବ ମୋଦିର ଘନିଷ୍ଠ ସହଯୋଗୀକୁ ବାନ୍ଧିଲା CBI

ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ସିବିଆଇକୁ ବଡ ସଫଳତା ମିଳିଛି । ନୀରବ ମୋଦିଙ୍କ ଘନିଷ୍ଠ ସହଯୋଗୀ ସୁବାଷ ଶଙ୍କରଙ୍କୁ ଗିରଫ କରିଛି ସିବିଆଇ । ଅଧିକ ପଢନ୍ତୁ

ପଳାତକ ନୀରବ ମୋଦି ଘନିଷ୍ଠ ସହଯୋଗୀକୁ ବାନ୍ଧିଲା CBI
ପଳାତକ ନୀରବ ମୋଦି ଘନିଷ୍ଠ ସହଯୋଗୀକୁ ବାନ୍ଧିଲା CBI

ମୁମ୍ବାଇ: ବହୁ ଚର୍ଚ୍ଚିତ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ସିବିଆଇକୁ ବଡ ସଫଳତା ମିଳିଛି । ମାମଲାର ମୁଖ୍ୟ ଅଭିଯୁକ୍ତ ନୀରବ ମୋଦିଙ୍କ ଘନିଷ୍ଠ ସହଯୋଗୀ ସୁବାଷ ଶଙ୍କରଙ୍କୁ ଗିରଫ କରିଛି ସିବିଆଇ । କାଇରୋରୁ ବାନ୍ଧିଲା ସିବିଆଇ ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୨ ହଜାରରୁ ଅଧିକ କୋଟି ଟଙ୍କାର ଜାଳିଆତି ମାମଲାରେ ସୁବାଷ ଶଙ୍କର ମଧ୍ୟ ଅଭିଯୁକ୍ତ ଥିଲା। କୋଟି କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ରହିଥିଲା। ସିବିଆଇ ସ୍ବତନ୍ତ୍ର ବିମାନ ଜରିଆରେ ଇଜିପ୍ଟର ରାଜଧାନୀ କାଇରୋରୁ ମୁମ୍ବାଇ ଅଣାଯାଇଛି। ସୁବାଷଙ୍କ ବିରୋଧରେ ସିବିଆଇ ପକ୍ଷରୁ ରେଡ୍‌ କର୍ଣ୍ଣର୍‌ ନୋଟିସ୍ ଜାରି କରାଯାଇଥିଲା । ୪୯ ବର୍ଷୀୟ ସୁବାଷ ଶଙ୍କର ୨୦୧୮ରେ ନୀରବ ମୋଦି ଏବଂ ମେହୁଲ ଚୋକସିଙ୍କ ସମୟରେ ଭାରତ ଛାଡି ପଳାଇଥିଲେ। ସୁବାଷ ପଳାତକ ନୀରବ ମୋଦିର ସବୁଠାରୁ ଘନିଷ୍ଠ ସହଯୋଗୀ। ତାଙ୍କୁ ମୁମ୍ବାଇ ଆଣିବା ପରେ ସିବିଆଇ ତାଙ୍କୁ ଗିରଫ କରିଛି। ହେପାଜତକୁ ନେଇ ପଚରାଉଚରା କରିବ ସିବିଆଇ ।

ପ୍ରକାଶ ଥାଉ କି, ନିରବ ମୋଦିଙ୍କ ନାମରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର 13 ହଜାର 500 କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ପିଏନବିରୁ ଅର୍ଥ ହେରଫେର ପରେ ଚକମା ଦେଇ ବିଦେଶ ପଳାଇ ଥିଲେ । ଭାରତୀୟ ଯାଞ୍ଚ ଏଜେନ୍ସିର ବାରମ୍ବାର ସମନ ସତ୍ତ୍ବେ ସେ ଭାରତ ଫେରିବାକୁ ଅମଙ୍ଗ ହୋଇଥିଲେ । 2019 ଗତ ମାର୍ଚ୍ଚ 19 ତାରିଖରେ ସ୍କଟଲ୍ୟାଣ୍ଡରୁ ଗିରଫ କରାଯାଇଥିଲା । ମାମଲା ସାମ୍ନାକୁ ଆସିବା ପରେ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି । 2021 ଡିସେମ୍ବରରେ ଗତ 5 ବର୍ଷ ଭିତରେ ସିବିଆଇ ଦ୍ବାରା ବ୍ୟାଙ୍କ ଠକେଇ ମାମଲାରେ 33 ଜଣଙ୍କ ନାମରେ ଅଭିଯୋଗ ହୋଇଛି ।

ABOUT THE AUTHOR

...view details