ଓଡିଶା

odisha

By

Published : Apr 23, 2023, 7:44 AM IST

Updated : Apr 23, 2023, 10:50 AM IST

ETV Bharat / bharat

Amritpal Arrested: ସରିଲା ଲୁଚକାଳି ଖେଳ, ପଳାତକ ଅମ୍ରିତପାଲ ସିଂହ ଗିରଫ

ପଳାତକ ଖଲିସ୍ତାନୀ ନେତା ତଥା ୱାରିସ୍ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂହ ଗିରଫ । ଅଧିକ ପଢନ୍ତୁ

ପଳାତକ ଅମ୍ରିତପାଲ ସିଂହ ଗିରଫ
ପଳାତକ ଅମ୍ରିତପାଲ ସିଂହ ଗିରଫ

Amritpal Arrested

ଚଣ୍ଡିଗଡ: ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଧରାପଡିଲା ଅମ୍ରିତପାଲ । ମାସରୁ ଅଧିକ ସମୟ ହେଲା ଫେରାର୍ ଥିବା ପଳାତକ ଖଲିସ୍ତାନୀ ନେତା ତଥା 'ୱାରିସ୍ ପଞ୍ଜାବ ଦେ' ମୁଖ୍ୟ ଅମ୍ରିତପାଲ ସିଂହ ଗିରଫ । ଆଜି (ରବିବାର) ସକାଳୁ ପଞ୍ଜାବର ମୋଗା ଜିଲ୍ଲାରୁ ତାକୁ ଗିରଫ କରାଯାଇଛି । ପଞ୍ଜାବ ପୋଲିସ ଏବଂ ଗୁଇନ୍ଦା ବିଭାଗ ମିଳିତ ଅପରେସନ କରି ପଳାତକ ଖଲିସ୍ତାନୀ ନେତାକୁ ଗିରଫ କରିଛି । ମୋଗା ଗ୍ରାମରେ ଆତ୍ମଗୋପନ କରିଥିବା ବେଳେ ଗିରଫ ସେ ଗିରଫ ହୋଇଥିବା ସୂଚନା ମିଳିଛି । ଗିରଫ ଅମ୍ରିତପାଲକୁ ପୋଲିସ ଆସାମର ଦିବ୍ରୁଗଡ ଜେଲକୁ ସ୍ଥାନାନ୍ତର କରିବ । ଏନେଇ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ମାର୍ଚ୍ଚ ୧୮ ତାରିଖରୁ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଫେରାର୍ ରହିଥିଲା । ତାକୁ ଧରିବା ପଞ୍ଜାବ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିଲା । ପୋଲିସ ଚାରିଆଡେ ଖୋଜାଖୋଜି କରିଥିଲା ହେଲେ କୌଣସି ଟେର୍ ପାଇନଥିଲା । ପୋଲିସକୁ ଚକମା ଦେଇ ଅମ୍ରିତପାଲ ଅନେକ ସହରରେ ବେଶ ବଦଳାଇ ବୁଲୁଥିଲା । କୌଣସି ଖୋଜଖବର ନମିଳିବାରୁ ଅମ୍ରିତପାଲ ସିଂହକୁ ପଳାତକ ଘୋଷିତ କରିଥିଲା ପୋଲିସ । ଏହି ଘଟଣାରେ ପୋଲିସ ତା'ର ଅନେକ ସହଯୋଗୀଙ୍କୁ ଗିରଫ କରି ପଚରାଉଚରା ମଧ୍ୟ କରିଥିଲା ।

ପଳାତକ ଅମ୍ରିତପାଲକୁ ଧରିବାରେ ବିଫଳ ହେବାରୁ ପଞ୍ଜାବ ଓ ହରିୟାଣା କୋର୍ଟ ପୋଲିସ ଉପରେ ବର୍ଷିଥିଲେ । ୮୦ ହଜାର ପୋଲିସ ଅଧିକାରୀ ରହିଥିବାବେଳେ ଏ ଯାଏଁ ଅମ୍ରିତପାଲ ସିଂହକୁ ଧରି ପାରିନାହାନ୍ତି । ସେମାନେ କ'ଣ କରୁଛନ୍ତି ଓ ଖଲିସ୍ତାନୀ ନେତା କିପରି ଖସି ପଳାଇବାରେ ସକ୍ଷମ ହେଲା ବୋଲି କୋର୍ଟ କହିଥିଲେ । ସେହିପରି ନିକଟରେ ଅମ୍ରିତପାଲର ପତ୍ନୀ କିରଣଦୀପ କୌର ଲଣ୍ଡନ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ବିମାନ ବନ୍ଦରରେ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଶେଷରେ ପଞ୍ଜାବ ପୋଲିସ ଓ ଅମ୍ରିତପାଲ ସିଂହ ମଧ୍ୟରେ ଲୁଚକାଳି ଖେଳ ସରିଛି । ଦୀର୍ଘ ଦିନ ଧରି ଫେରାର୍ ଥିବା ଏହି ଖଲିସ୍ତାନୀ ନେତାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏନେଇ ପଞ୍ଜାବ ପୋଲିସ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯିବା ସହ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରାଯାଇଛି ।

ଭାରତୀୟ ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲର ପାଇସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପର୍କ ରହିଛି । ସେ ଦୁବାଇରେ ଆଇଏସଆଇ ସହ ସମ୍ପର୍କରେ ଆସିଥିଲା । ଆଇଏସଆଇ ନିର୍ଦ୍ଦେଶରେ ସେ ଶିଖ୍ ଯୁବଗୋଷ୍ଠୀଙ୍କୁ ନେଇ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିଲା । ପଞ୍ଜାବରେ ଆଇନ ଶୃଙ୍ଖଳା ସ୍ଥିତି ବିଗାଡିବାକୁ ରାଜ୍ୟର ଯୁବବର୍ଗଙ୍କୁ ନିଜ ଗୋଷ୍ଠୀରେ ସାମିଲ କରିବା ପାଇଁ ପାଇସ୍ତାନୀ ଗୁଇନ୍ଦା ସଂସ୍ଥା ପକ୍ଷରୁ ତାକୁ ନିର୍ଦ୍ଦେଶ ମିଳିଥିଲା ।

Last Updated : Apr 23, 2023, 10:50 AM IST

ABOUT THE AUTHOR

...view details