ନୂଆଦିଲ୍ଲୀ: ସଂସଦରେ ତୈଳଦର ବୃଦ୍ଧି ତାତି । ରାଜ୍ୟସଭା ଓ ଲୋକସଭା ଆରମ୍ଭରୁ ଗୃହରେ ତୈଳଦର ପ୍ରସଙ୍ଗ ଉଠାଇଲେ ବିରୋଧୀ । ତୈଳଦର ବୃଦ୍ଧିକୁ ନେଇ କଲେ ନାରାବାଜି ।
ସଂସଦରେ ତୈଳଦର ବୃଦ୍ଧି ତାତି; ରାଜ୍ୟସଭା 12ଟା, ଲୋକସଭା 12.30 ଯାଏଁ ମୁଲତବୀ - Fuel Price Hike Issue
ତୈଳଦର ବୃଦ୍ଧି ପ୍ରସଙ୍ଗରେ ରାଜ୍ୟସଭା 12ଟା ଓ ଲୋକସଭା 12.30 ଯାଏ ମୁଲତବୀ । ଅଧିକ ପଢନ୍ତୁ...
![ସଂସଦରେ ତୈଳଦର ବୃଦ୍ଧି ତାତି; ରାଜ୍ୟସଭା 12ଟା, ଲୋକସଭା 12.30 ଯାଏଁ ମୁଲତବୀ ସଂସଦ](https://etvbharatimages.akamaized.net/etvbharat/prod-images/768-512-10945926-thumbnail-3x2-c.jpg)
ସଂସଦ
ଫଳରେ ରାଜ୍ୟସଭାକୁ ଦିନ 12ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ଉପରାଷ୍ଟ୍ରପତି । ସେପଟେ ଲୋକସଭାରେ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ପାଇଁ 12ଟା 30 ଯାଏ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।
ସୂଚନାଥାଉକି, ତୈଳଦର ବୃଦ୍ଧି ପ୍ରସଙ୍ଗରେ ଗତ ଦୁଇ ଦିନ ହେବ ଉଭୟ ଗୃହ ବାରମ୍ବାର ମୁଲତବୀ ହେଉଛି । ବିରୋଧୀ ଦଳ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରି ସଂସଦରେ ହୋହଲ୍ଲା କରୁଛନ୍ତି ।