ଚେନ୍ନାଇ:ତାମିଲନାଡୁରେ ଦହିକୁ ନେଇ ଦେଖାଦେଇଥିବା ବିବାଦ ଏବେ ଉଗ୍ରରୂପ ନେଇଛି । ହିନ୍ଦୀ ଭାଷାକୁ ଗୁରୁତ୍ୱକୁ ନେଇ ତାମୁଲନାଡୁ ବିଜେପି ମୁଖ୍ୟ ଆନ୍ନାମଲାଇ ମଧ୍ୟ ବିରୋଧ କରିଥିଲେ । ତେବେ ଏନେଇ ଜାତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ- FSSAI ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସେ ଗତକାଲି(ଗୁରୁବାର) ସ୍ବାଗତ କରିଛନ୍ତି । ସେ କହିଛନ୍ତି, "FSSAI ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ତାମିଲନାଡୁ ବିଜେପି ସ୍ବାଗତ କରୁଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "ଜାତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହାକୁ ପ୍ରତ୍ୟାହାର କରିବା ପାଇଁ ଆମେ ଅନୁରୋଧ କରିଥିଲୁ । ଏହାପରେ ରାଷ୍ଟ୍ରାୟତ୍ତ ସମବାୟ ଦୁଗ୍ଧ ସମିତିକୁ ଏଫଏସଏସଆଇ ପକ୍ଷରୁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି, ତାହାକୁ ଆମେ ସ୍ବାଗତ କରୁଛୁ । ବର୍ତ୍ତମାନ ପ୍ୟାକେଟ୍ ଉପରେ ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ଦହି ସହ ଆଞ୍ଚଳିକ ଭାଷାରେ ମଧ୍ୟ ଲେଖାଯିବ ।"
ଜାରି କରାଯାଇଥିବା ଆଦେଶରେ ପରିବର୍ତ୍ତନ କଲା FSSAI: ଦହିକୁ ନେଇ କର୍ଣ୍ଣାଟକ ଏବଂ ତାମିଲନାଡୁରେ ଦେଖାଯାଇଥିବା ବିବାଦର ସମାଧାନ କରିଛନ୍ତି । ଦହିରେ ନିଜ ନିଜ ଆଞ୍ଚଳିକ ଭାଷା ଲେଖିବା ପାଇଁ ଅନୁମତି ଦେଇଛନ୍ତି । ଏନେଇ ଜାତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ ପକ୍ଷରୁ କୁହାଯାଇଛି, "ଫୁଡ୍ ବିଜନେସ୍ ଅପରେଟର୍ସକୁ ଏବେ ପ୍ରଚଳିତ ଆଞ୍ଚଳିକ ନାମ ସହ ଦହି ଶବ୍ଦ ବ୍ୟବାହର କରିବାକୁ ଅନୁମତି ଦିଆଯାଇଛି । ଉଦାହରଣ ସ୍ୱରୂପ, ହିନ୍ଦୀରେ 'ଦହି' କିମ୍ବା କନ୍ନଡରେ ଦହି' (ମୋସରୁ), ତାମିଲରେ 'ଦହି' (ଥାୟିର), ତେଲୁଗୁ ଭାଷାରେ ଦହି (ପେରୁଗୁ), (ଜାମୁତଦୌଗ)ର ବ୍ୟବହାର କରାଯାଇପାରିବ ।"