ଭୋପାଲ:ଘର ଭଡାରେ ନେଇବ୍ୟବସାୟ ଆଳରେ ବୃଦ୍ଧାଙ୍କଠାରୁ ଫେକ ଓ୍ବିଲ କରି ପ୍ରାୟ 500 ଟଙ୍କାର ସମ୍ପତ୍ତି ଠକିି ନେଲେ ଦୁଇ ଫଳ ବ୍ୟବସାୟୀ । ବୃଦ୍ଧାଙ୍କ ମୃତ୍ୟୁ ପରେ ଏହି ସମ୍ପତ୍ତିର ମାଲିକ ଭାବେ ଦାବି କରିବା ପାଇଁ କୋର୍ଟରେ ମଧ୍ଯ ହାଜର ହୋଇଥିଲ ଏହି ଦୁଇ ଫଳ ବ୍ୟବସାୟୀ । ତେବେ ଏ ସମ୍ପର୍କରେ ଜଣାପଡିବା ପରେ ମୃତ ମହିଳାଙ୍କର ଜଣେ ସମ୍ପର୍କୀୟ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ପୂର୍ବରୁ ଦୁଇ ଫଳ ବ୍ଯବସାୟୀ ମଧ୍ୟ ତଳକୋର୍ଟରୁ ଗ୍ରୀନ ଅର୍ଡର ପାଇ କିଛି ସମ୍ପତ୍ତି ହାସଲ କରିସାରିଛନ୍ତି । ମାମଲା ଏବେ ହାଇକୋର୍ଟରେ ପହଞ୍ଚିବା ପରେ କୋର୍ଟ ଏହି ପ୍ରକ୍ରିୟାରେ ସ୍ଥଗିତାଦେଶ ଜାରି କରିବା ସହ ଏହି ସମ୍ପତ୍ତି ଦାବି କରୁଥିବା ଦୁଇ ଯୁବକଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏପରି ଏକ ଘଟଣା ମଧ୍ୟ ପ୍ରଦେଶର ଜବଲପୁରରେ ଦେଖିବାକୁ ମିଳିଛି ।
ସୂଚନା ଅନୁସୀରେ, ଜବଲପୁର ହୋଶଙ୍ଗାବାଦର ବାସିନ୍ଦା ଆନନ୍ଦ ଚୌଧୁରୀ ହାଇକୋର୍ଟରେ ଏହି ପିଟିସନ ଦାଖଲ କରିଛନ୍ତି । ଯେଉଁଥିରେ ତାଙ୍କ ମାଉସୀ ପ୍ରଭା ମୁଖାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁ ଏବଂ ତାଙ୍କ ନାମରେ ଥିବା ସମ୍ପତ୍ତିକୁ ମିଛ ଓ୍ବିଲ ମାଧ୍ୟମରେ ଦୁଇ ଜଣ ଫଳ ବ୍ୟବସାୟ କରୁଥିବା ମୁସଲମାନ ଯୁବକ ଆଶ୍ରଫ ଗୁଡଡୁ, ଆଶ୍ରଫ ଜିଲାନି ନିଜର ଦାବି କରୁଥିବା ଅଭିଯୋଗ କରିଛନ୍ତି । ଆବେଦନକାରୀଙ୍କ ଓକିଲଙ୍କ ଅନୁସାରେ, ମୃତ ବୃଦ୍ଧା ପ୍ରଭା ମୁଖାର୍ଜୀଙ୍କ ସହରରେ ଏକ 25,000 ବର୍ଗଫୁଟର ଘର ଥିଲା । ଏଥିରୁ ଜବଲପୁରରେ ଏବଂ ହୋଶଙ୍ଗାବାଦରେ 400 ଏକର ଜମି ଓ ଘର ବ୍ୟତୀତ ଅନ୍ୟାନ୍ୟ ସ୍ଥାନରେ ସମ୍ପତ୍ତି ମଧ୍ୟ ଥିଲା ।
ତେବେ 2008 ରେ ଦୁଇଜଣ ମୁସଲିମ ଯୁବକ ପ୍ରଭା ମୁଖାର୍ଜୀଙ୍କ ଘର ସମ୍ମୁଖ ଛକରେ ଏକ ଫଳ ଦୋକାନ ଖୋଲିଥିଲେ । ଫଳ ରଖିବା ପାଇଁ ସେମାନେ ପ୍ରଭାଙ୍କ ସହ କଥାବାର୍ତ୍ତା କରି ଏକ ରୁମ ଭଡା ସୂତ୍ରରେ ନେଇଥିଲେ । ହେଲେ 2010 ରୁ 2015 ମଧ୍ୟରେ ବୃଦ୍ଧା ପ୍ରଭା ମୁଖାର୍ଜୀଙ୍କ ଦୁଇ ଯବାନ ପୁଅଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଏହା ପରେ ବୃଦ୍ଧା ପ୍ରଭା ଏକା ହୋଇପଡିଥିଲେ । ଏହାର ସୁଯୋଗ ନେଇ ଦୁଇ ଯୁବକ ଏକ ମିଛ ଓ୍ବିଲ ମାଧ୍ୟମରେ ଏହାକୁ ହାତେଇବା ପାଇଁ ପ୍ରୟାସ କରିଥିଲେ ।