ଓଡିଶା

odisha

ETV Bharat / bharat

Twitter Blue Tick: ରାତାରାତି କିଙ୍ଗ ଖାନଙ୍କଠୁ ଯୋଗୀ ଆଦିତ୍ୟନାଥଙ୍କ ଗାଏବ ହୋଇଗଲା ବ୍ଲୁ ଟିକ୍‌ - ଟ୍ୱିଟରର ବ୍ଲୁ ଟିକ୍ ମାର୍କ

ଦେୟ ନଦେବାରୁ ହଟିଲା ଷ୍ଟାରଙ୍କର ଠାରୁ ଆରମ୍ଭ କରି ରାଜନେତାଙ୍କ ଆକାଉଣ୍ଟରୁ ବ୍ଲୁ ଟିକ । ନଜର ପକାନ୍ତୁ ଲିଷ୍ଟ ଉପରେ

Twitter Blue Tick
Twitter Blue Tick

By

Published : Apr 21, 2023, 9:05 AM IST

ନୂଆଦିଲ୍ଲୀ:ଟ୍ୱିଟରର ବ୍ଲୁ ଟିକ୍ ମାର୍କ ବର୍ଷ ବର୍ଷ ଧରି ପ୍ରାମାଣିକତା ଏବଂ ବିଶ୍ୱସନୀୟତାର ପ୍ରତୀକ ହୋଇ ଆସିଛି । ଅନେକ ଷ୍ଟାରଠାରୁ ଆରମ୍ଭ କରି ରାଜନେତା, ସରକାରୀ ସଂସ୍ଥା ଏବଂ ସାମ୍ବାଦିକ ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବ୍ଲୁ ଟିକ ମାର୍କ ଦିଆଯାଇଥିଲା । ତେବେ ପୂର୍ବ ଘୋଷଣା ଅନୁସାରେ ଗତକାଲି(ଗୁରୁବାର) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଟ୍ବିଟର ସିଇଓ । ଯେଉଁ ଉପଭୋକ୍ତାମାନେ ବ୍ଲୁ ଟିକ ସବସ୍କ୍ରିପସନ ପାଇଁ ଦେୟ ଦେଇନାହାନ୍ତି ସେମାନଙ୍କ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଧାରାରେ ବଲିଉଡ ଷ୍ଟାର ଶାହରୁଖ ଖାନ, ଅମିତାଭ ବଚ୍ଚନ, ଆଲିଆ ଭଟ୍ଟ ଏବଂ ସିଏମ ଯୋଗୀ ଆଦିତ୍ୟନାଥ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ବିରାଟ କୋହଲି ଏବଂ ରୋହିତଙ୍କ ଭଳି କ୍ରିକେଟରଙ୍କ ସମେତ ଅନେକ ସେଲିବ୍ରିଟିଙ୍କ ପ୍ରୋଫାଇଲରୁ ବ୍ଲୁ ଟିକ୍‌ ହଟାଯାଇଛି ।

shah rukh khan

ପ୍ରକାଶଥାଉକି, ଟ୍ବିଟର ସିଇଓ ଏଲନ ମସ୍କ ଘୋଷଣା କରିଥିଲେ ଯେ," ଟ୍ବିଟର ବ୍ଲୁ ସବସ୍କ୍ରିପସନ ପାଇଁ ଏଣିକି ଦେୟ ଦେବାକୁ ହେବ । ଯେଉଁମାନେ ଟ୍ବିଟର ବ୍ଲୁ ସବସ୍କ୍ରିପସନ ପାଇଁ ଦେୟ ନଦେବେ ତାହେଲେ ଏପ୍ରିଲ ୨୦ ତାରିଖ ପର ଠାରୁ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବ୍ଲୁ ଟିକ୍‌ ହଟାଯିବ । ଏହି କ୍ରମରେ ଗତକାଲି(ଗୁରୁବାର) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

yogi adityanath

ଏହି ମାନ୍ୟଗଣ୍ୟ ବ୍ୟକ୍ତିଙ୍କର ଆକାଉଣ୍ଟରୁ ହଟିଛି ବ୍ଲୁ ଟିକ: ଟ୍ବିଟର ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ରାଜନେତା ଠାରୁ ଆରମ୍ଭ କରି ଅନେକ ରାଜନେତାଙ୍କ ଆକାଉଣ୍ଟରୁ ହଟିଛି ବ୍ଲୁଟିକ । ଏଥିରେ କ୍ରିକେଟର ରୋହିତ ଶର୍ମା, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, କିଙ୍ଗ କୋହଲି, ମହେନ୍ଦ୍ର ସିଂ ଧୋନି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ବିଏସପି ମୁଖ୍ୟ ମାୟାବତୀ, ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବଲିଉଡ ଅଭିନେତା ଅକ୍ଷୟ କୁମାର, ସାଉଥ ସୁପରଷ୍ଟାର ରାମ ଚରଣ, ବଲିଉଡ ଚୁଲବୁଲି କୁଇନ ଆଲିଆ ଭଟ୍ଟ ଏବଂ ଅନୁଷ୍କା ଶର୍ମା, ସଙ୍ଗୀତ ନିର୍ଦ୍ଦେଶକ ଏ ଆର ରେହମାନ, ବିଗ ବି ଅମିତାଭ ବଚ୍ଚନ, ବଲିଉଡ ଭାଇଜାନ ସଲମାନ ଖାନ, ବଲିଉଡ ବାଦଶାହ ଶାହରୁଖ ଖାନ ପ୍ରମୁଖ ସାମିଲ ହୋଇଛନ୍ତି ।

ଏହି ଦେଶରେ ସର୍ବପ୍ରଥମେ ଆରମ୍ଭ ହୋଇଥିଲା ଟ୍ବିଟର ବ୍ଲୁ ଟିକ ସର୍ଭିସ: ମିଡିଆ ରିପୋର୍ଟ ଅନୁଯାୟୀ ଟ୍ୱିଟର ପ୍ରଥମେ ଆମେରିକା, କାନାଡା, ବ୍ରିଟେନ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଦେୟଯୁକ୍ତ ବ୍ଲୁ ଟିକ୍ ସେବା ଆରମ୍ଭ କରିଥିଲା । ଏହା ପରେ ଭାରତର ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।

ବ୍ଲୁ ଟିକ ସବସ୍କ୍ରିପସନ ପାଇଁ ଏତିକି ଟଙ୍କା ଦେବାକୁ ପଡିବ ଦେୟ: ବ୍ଲୁ ଟିକ୍‌ ପାଇବାକୁ ହେଲେ ଓ୍ବେବ ୟୁଜର୍ସଙ୍କ ପାଇଁ ମାସିକ ୮ ଡଲାର ଏବଂ ଆଇଫୋନ ୟୁଜର୍ସଙ୍କ ପାଇଁ ମାସିକ ୧୧ ଡଲାର ଦେବାକୁ ପଡିବ । ଯାହାକି ଭାରତୀୟ ମୁଦ୍ରାରେ ୬୬୬ ଟଙ୍କା ଏବଂ ଆଇଫୋନ ୟୁଜର୍ସଙ୍କ ପାଇଁ ୯୦୨ ଟଙ୍କା ଅଟେ । ବ୍ଲୁ ଟିକ ସବସ୍କ୍ରିପସନ ଦ୍ବାରା ୟୁଜରଙ୍କୁ କମ ବିଜ୍ଞାପନ ଦେଖିବାକୁ ମିଳିବା ସହ ସେମାନେ ଅଧିକ ଭିଡିଓ ସେୟାର କରିପାରିବେ । ଦ୍ବିତୀୟରେ କଣ୍ଟେଣ୍ଟ୍‌ ଏଡିଟ୍‌ କରିବା ଅପ୍‌ସନ୍‌ ମିଳିବ । ମତ ବଦଳାଇବାକୁ ଥିଲେ ୩୦ ମିନିଟ ଭିତରେ ବଦଳାଇ ପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details