ଓଡିଶା

odisha

ETV Bharat / bharat

From Rifle to Pen: ବନ୍ଧୁକ ଧରୁଥିବା ହାତ ଧରିଛି କଲମ, ମାଟ୍ରିକ ପରୀକ୍ଷା ଦେବେ 6 ନକ୍ସଲ - ଆତ୍ମସମର୍ପଣ ପରେ ଦଶମ ପରୀକ୍ଷା ପାଇଁ ପ୍ରସ୍ତୁତ ନକ୍ସଲବାଦୀ

ଦିନେ ହାତରେ ଧରୁଥିଲେ ବନ୍ଧୁକ ଆଜି ଧରିଛନ୍ତି କଲମ । ଆଉ ଉଚ୍ଚ ଅଭିଳାଷ ରଖି ପାଠପଢା ଆରମ୍ଭ କରିଛନ୍ତି । ଛତିଶଗଡ଼ରେ ୬ ଜଣ ନକ୍ସଲ ଆତ୍ମସମର୍ପଣ କରିବା ପରେ ଏବେ ଦଶମ ପରୀକ୍ଷା ଦେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

From Rifle to Pen
From Rifle to Pen

By

Published : Jan 16, 2023, 7:12 AM IST

ରାୟପୁର: ବନ୍ଧୁକ ମୁନରୁ କଲମ ମୁନ ପର୍ଯ୍ୟନ୍ତ ଯାତ୍ରା । ଯେଉଁ ହାତରେ ଦିନେ ରାଇଫଲ ଧରି ନରହତ୍ୟା କରୁଥିଲେ ଆଜି ସେହି ହାତରେ ଧରିଛନ୍ତି କଲମ । ଛତିଶଗଡ଼ରେ ୬ଜଣ ନକ୍ସଲ ଆତ୍ମସମର୍ପଣ କରିବା ପରେ ଏବେ ଦଶମ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ଏହାସହିତ ଏକ ସଫଳ ଭବିଷ୍ୟ ଲାଗି ଏହି ଛାତ୍ରମାନେ ଆଶା ପ୍ରକଟ କରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ୨୬ ବର୍ଷୀୟ ନକ୍ସଲ ପୁଣି ପାଠପଢା ଆରମ୍ଭ କରିଛନ୍ତି ।

ଏହି ନକ୍ସଲଙ୍କ ନାମ ହେଉଛି ହେମଲା । ଯିଏକି ବହୁ ବର୍ଷ ପରେ ବନ୍ଧୁକ ଧରା ହାତରେ ଏବେ କଲମ ଧରିଛନ୍ତି । ପାଠ ପଢି ଶିକ୍ଷାଗତ ଯୋଗ୍ୟତା ହାସଲ କରିବାକୁ ସେ ମନ ବଳାଇଛନ୍ତି । ୬ ଜଣ ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ହେମଲା ହେଉଛନ୍ତି ଜଣେ । ଏହି ୬ ଜଣଙ୍କ ମଧ୍ୟରୁ କିଛି ମହିଳା ମଧ୍ୟ ରହିଛନ୍ତି । ଛତିଶଗଡ଼ କାବିରଧାମ ଜିଲ୍ଲାରେ ଏମାନେ ବନ୍ଧୁକ ଫିଙ୍ଗି କଲମ ଉଠାଇଛନ୍ତି । ଏମାନେ ଦଶମ ପରୀକ୍ଷା ଲାଗି ଆବେଦନ ପତ୍ର ଭରିଛନ୍ତି । ଏହାପରେ ପାଠପଢା ଆରମ୍ଭ କରିଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଦମ୍ପତି ମଧ୍ୟ ରହିଛନ୍ତି । ଯିଏକି ଛତିଶଗଡ଼-ମଧ୍ୟପ୍ରଦେଶ ସୀମାବର୍ତ୍ତୀ କାବିରଧାମ ଜିଲ୍ଲାରେ ରହିଛି ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହିଥିଲେ ।

ଏହା ବି ପଢନ୍ତୁ- ବିଜେପି ଶାସନରେ ଗଣମାଧ୍ୟମ ସଂସ୍ଥା ଉପରେ ନଥାଏ କୌଣସି ପ୍ରତିବନ୍ଧକ: ରାଜନାଥ

ହେମଲା ବିଜାରପୁର ଜିଲ୍ଲାର କାକେକୋର୍ମା ଗ୍ରାମର ଅଧିବାସୀ । ସେ ୨୦୦୫ ମସିହାରେ ଯେତେବେଳେ ସଲୱା ଜୁଡୁମ ଆନ୍ଦୋଳନ ଆରମ୍ଭ ହୋଇଥିଲେ ସେତେବେଳେ ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ଏହି ଆନ୍ଦୋଳନ ସମୟରେ ଅଞ୍ଚଳରେ କେତେକ ସ୍କୁଲ ବନ୍ଦ ହୋଇଯାଇଥିଲା । ଭୟଭୀତ ହୋଇ ଅନେକ ପାଠପଢା ମଧ୍ୟ ବନ୍ଦ କରିଦେଇଥିଲେ । ସେ ପାଠ ପଢା ଆରମ୍ଭ କରିବା ପୂର୍ବରୁ ନକ୍ସଲ ନେତା ତାଙ୍କୁ ଉଠାଇ ନେଇ ଏହି ହିଂସାତ୍ମକ କାର୍ଯ୍ୟରେ ରହିବାକୁ ବାଧ୍ୟ କରିଥିଲେ । ଏହାପରେ ସେ ଗତ କିଛି ବର୍ଷ ଧରି ଏହି କାର୍ଯ୍ୟରେ ଲିପ୍ତ ରହିଥିଲେ ।

ମାତ୍ର ଏବେ ସେ ବନ୍ଧୁଙ୍କ ଫିଙ୍ଗି ହାତରେ କଲମ ଧରିଛନ୍ତି ଏବଂ ପାଠପଢା ପୁଣି ଆରମ୍ଭ କରିଛନ୍ତି । ହେମଲାଙ୍କ ପତ୍ନୀ ଅନିତା (୨୨) ବି ଜଣେ ନକ୍ସଲ । ସେମାନେ ଗତ ୨୦୧୯ ମସିହାରେ ନକ୍ସଲ କ୍ୟାମ୍ପରୁ ପଳାୟନ କରି ସାଧାରଣ ଲୋକ ଭାବେ ଜୀବନ ଜିଇଁବା ଆରମ୍ଭ କରିଥିଲେ । ଏହାପରେ ପତିପତ୍ନୀ ପାଠପଢା ପାଇଁ ମନ ବଳାଇଥିଲେ ।

ABOUT THE AUTHOR

...view details