ନୂଆଦିଲ୍ଲୀ: ବିଶ୍ବସ୍ତରରେ ବଢୁଛି ଭାରତୀୟଙ୍କ ପତିଆରା । ଗୋଟିଏ କି ଦୁଇଟା ନୁହେଁ ସୂଚନା ପ୍ରଯୁକ୍ତିବିଦ୍ୟା (IT) କ୍ଷେତ୍ରରେ ବିଶ୍ବର କିଛି ପ୍ରମୁଖ ବହୁଦେଶୀୟ କମ୍ପାନୀ (Multi national company) ର ଶୀର୍ଷ ନତୃତ୍ବ ନେଉଛନ୍ତି ଭାରତୀୟ । ନିକଟରେ twitter CEO ଭାବରେ ପରାଗ ଅଗ୍ରୱାଲଙ୍କ ଦାୟିତ୍ବ ଗ୍ରହଣ ପରେ ପୂର୍ବ ତାଲିକାରେ ଆଉ ଜଣେ ସଫଳ ଭାରତୀୟଙ୍କ ନାଁ ଯୋଡି ହୋଇଯାଇଛି ।
ବର୍ତ୍ତମାନ ବିଶ୍ବ ବୈଷୟିକ ତଥା ସୂଚନା ପ୍ରଯୁକ୍ତି ବିଦ୍ୟା (information technology)କ୍ଷେତ୍ରକୁ ଦେଖିବାକୁ ଗଲେ ଅଧାରୁ ଅଧିକ ବିଶ୍ବର ପ୍ରମୁଖ କମ୍ପାନୀ ବର୍ତ୍ତମାନ ଭାରତୀୟ-ଆମେରିକୀୟଙ୍କ ଦ୍ୱାରା ପରିଚାଳିତ ହେଉଛି । ଗୁଗୁଲର ସୁନ୍ଦର ପିଚାଇଙ୍କ ଠାରୁ MICROSOFT ର ସତ୍ୟ ନାଡେଲା, Adobeର ଶାନ୍ତନୁ ନାରାୟଣ କୁହନ୍ତୁ କିମ୍ବା IBMର ଅରବିନ୍ଦ କ୍ରିଷ୍ଣାଙ୍କ ପର୍ଯ୍ୟନ୍ତ ଲମ୍ବା ତାଲିକା ବର୍ତ୍ତମାନ ସାମ୍ନାକୁ ଆସିଛି । ଯାହା ବିଶ୍ବବ୍ୟାପି ଭାରତୀୟଙ୍କ ଦକ୍ଷତା ଓ କର୍ମକୁଶଳତାର ପରିଚୟ ବହନ କରିଛି ।
ଦେଖନ୍ତୁ ବିଶ୍ବର ପ୍ରମୁଖ ବହୁଦେଶୀୟ ବୈଷୟିକ କମ୍ପାନୀର ଶୀର୍ଷ ପରିଚାଳନାଗତ ପଦବିରେ ଥିବା ଭାରତୀୟଙ୍କୁ
ସୁନ୍ଦର ପିଚାଇ:- googleର ବର୍ତ୍ତମାନର ceo ତଥା ଭାରତୀୟ ସୁନ୍ଦର ପିଚାଇ । 2015 ମସିହାରେ ଅଗଷ୍ଟରେ ସୁନ୍ଦର ପିଚାଇଙ୍କୁ googleର ନୂତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ceo ଭାବେ ଦାୟିତ୍ବ ମିଳିଥିଲା । ସଂସ୍ଥାର ପୂର୍ବତନ ceo ଏରିକ୍ ଶିମିଡ୍ ଏବଂ ସହ-ପ୍ରତିଷ୍ଠାତା ଲ୍ୟାରି ପେଜ୍ ପରେ କମ୍ପାନୀର ତୃତୀୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଦାୟିତ୍ବରେ ଅବସ୍ଥାପିତ ହୋଇଥିଲେ ସୁନ୍ଦର ପିଚାଇ।ତେବେ ୨୦୧୫ ରେ ଗୁଗୁଲରେ ସାମିଲ ହୋଇଥିବା ସୁନ୍ଦର ପିଚାଇ 2019 ଡିସେମ୍ବରରେ ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟର ସିଇଓ ପଦକୁ ଉନ୍ନିତ ହୋଇଥିଲେ । ବର୍ତ୍ତମାନ ସେ ବିଶ୍ବର ଏହି ପ୍ରତିଷ୍ଠିତ ବହୁଦେଶୀୟ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ଜାରି ରଖିଛନ୍ତି ।
ପାରାଗ ଅଗ୍ରୱାଲ:-
ସଦ୍ୟତମ ସଫଳ ଭାରତୀୟ ତାଲିକାରେ ସ୍ଥାନ ପାଇଛନ୍ତି ପରାଗ ଅଗ୍ରୱାଲ। ବିଶ୍ବରପ୍ରମୁଖ ତଥା ଲୋକପ୍ରିୟ ସୋସିଆଲ ମିଡିଆଟ୍ୱିଟରର ନୂତନ ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି ପରାଗ । ପରାଗ ଅଗ୍ରୱାଲ ଭାରତୀୟରେ ଉଚ୍ଚଶିକ୍ଷା ଶେଷ କରିଥିବା ବେଳେ ପରବର୍ତ୍ତୀ ସମୟରେ ଆମେରିକାରେ ମଧ୍ୟ ବୈଷୟିକ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ପରାଗ ଅଗ୍ରୱାଲ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଟୁଇଟର ସହିତ ରହିଛନ୍ତି ଏବଂ 2017 ରୁ ମୁଖ୍ୟ ଟେକ୍ନୋଲୋଜି ଅଫିସର ଭାବେ କାର୍ଯ୍ୟ କରିଆସୁଥିଲେ । ତେବେ ଗତକାଲି ସେ ନୂତନ ମୁଖ୍ୟ ନିର୍ବାହୀ ଅଧିକାରୀ (ceo) ଭାବେ ଶୀର୍ଷ ପରାଚଳନା ଭାର ଗ୍ରହଣ କରିଛନ୍ତି ।
ସତ୍ୟ ନାଡେଲା:-
ସେହିପରି ବିଶ୍ବର ଅନ୍ୟତମ ପ୍ରତିଷ୍ଠିତ କମ୍ପାନୀ ମାଇକ୍ରୋସଫ୍ଟର CEO ହେଉଛନ୍ତି ଅନ୍ୟତମ ସଫଳ ଭାରତୀୟ ସତ୍ୟ ନାଡେଲା।2014 ମସିହା ଫେବୃଆରୀରେ ସତ୍ୟା ଏହି ପ୍ରମୁଖ ଦାୟିତ୍ବରେ ଅବସ୍ଥାପିତ ହୋଇଥିଲେ । ବିଶ୍ବର ସଫ୍ଟଓ୍ବେର କ୍ଷେତ୍ରେର ଏକଦା ଶୀର୍ଷସ୍ଥାନ ଅଧିକାର କିରଥିବା ମାଇକ୍ରୋସଫ୍ଟର ସେ ବର୍ତ୍ତମାନ ଏହି ପ୍ରମୁଖ ଦାୟିତ୍ବରେ କାର୍ଯ୍ୟଭାର ତୁଲାଉଛନ୍ତି ।
ଅରବିନ୍ଦ କୃିଷ୍ଣା:-
ଜାନୁୟାରୀ 2020ରେ, ଭାରତୀୟ ଜନ୍ମିତ ଅରବିନ୍ଦ କୃଷ୍ଣଙ୍କୁ ବିଶ୍ୱର ଅନ୍ୟମତ ଆମେରିକୀୟ ପ୍ରଯୁକ୍ତି ବିଦ୍ୟା କମ୍ପାନୀ IBMର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ଭାବରେ ନିଯୁକ୍ତ କରାଯାଇଥିଲା । ତାଙ୍କର କାର୍ଯ୍ୟ ଦକ୍ଷତା ତଥା କର୍ମ କୁଶଳତା ପାଇଁ ସେ ଜଣେ ଜଣେ ସଫଳ ବୈଷୟିକ ପ୍ରଶାସକ ଭାବେ ମଧ୍ୟ ବର୍ଣ୍ଣିତ ହୋଇଥିଲେ । କମ୍ପାନୀକୁ ନୂଆ ବୈଷୟିକ ଯୁଗରେ ଏକ ପ୍ରମୁଖ ସଂସ୍ଥା ଭାବେ ପଦ ବଜାୟ ରଖିବାରେ ତାଙ୍କର କୁଶଳ ନେତୃତ୍ବ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । 59 ବର୍ଷୀୟ ଅରବିନ୍ଦ କୃୀଷ୍ଣା 1990 ରେ IBM ଯୋଗ ଦେଇଥିଲେ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି IIT କାନପୁରର ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ଉର୍ବାନା-ଚମ୍ପେନ୍ ଠାରେ ଇଲିନୋଇସ୍ ୟୁନିଭରସିଟିରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଉଚ୍ଚ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ ।
ଶାନ୍ତନୁ ନାରାୟଣ:-