ଓଡିଶା

odisha

ETV Bharat / bharat

ସଂଘର୍ଷରୁ ସଫଳ ଉଦ୍ୟୋଗୀ, ଯୁବପିଢିଙ୍କୁ ରାହା ଦେଖାଉଛନ୍ତି ଶକୁନ୍ତଳା

From No school to Founder's lab: ଯୁବପିଢିକୁ ଏଣ୍ଟରପ୍ରନରସିପ୍ ଆଡକୁ ପ୍ରୋତ୍ସାହିତ କରିବାକୁ ସଫଳ ମହିଳା ଉଦ୍ୟୋଗୀ କସରଗଡ୍ଡା ଶକୁନ୍ତଳା ପ୍ରତିଷ୍ଠା କରିଛନ୍ତି ଫାଉଣ୍ଡର୍ସ ଲ୍ୟାବ । ତାଙ୍କ ପାଇଁ ପାଠପଢାର ରାସ୍ତା ଏତେ ସହଜ ନ ଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Nov 16, 2023, 9:32 PM IST

ହାଇଦ୍ରାବାଦ: ଆଜିର ଯୁବପିଢି ଭଲ ରୋଜଗାର ପାଇଁ ଦେଶ ଛାଡି ବିଦେଶକୁ ପଳାଉଛନ୍ତି । ଏହାଦ୍ବାରା ଦେଶର ଭବିଷ୍ୟତ ଓ ବିକାଶରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଏଥିପାଇଁ ଛାତ୍ର ସମାଜଙ୍କୁ ଷ୍ଟାର୍ଟଅପ୍ ଆଡକୁ ପ୍ରୋତ୍ସାହିତ କରିବାକୁ ସଫଳ ମହିଳା ଉଦ୍ୟୋଗୀ କସରଗଡ୍ଡା ଶକୁନ୍ତଳା ପ୍ରତିଷ୍ଠା କରିଛନ୍ତି ଫାଉଣ୍ଡର୍ସ ଲ୍ୟାବ । ତାଙ୍କର ବାଲ୍ୟକାଳ ସଂଘର୍ଷରେ କଟିଥିଲା । ତାଙ୍କର ପୈତୃକ ଗ୍ରାମ ଆନ୍ଧ୍ରପ୍ରଦେଶର ବନ୍ଦିପାଲେମ ଥିଲା । ତାଙ୍କ ପାଇଁ ପାଠପଢାର ରାସ୍ତା ଏତେ ସହଜ ନ ଥିଲା । ସେ ଘରେ ପ୍ରତିବନ୍ଧକ ସତ୍ତ୍ବେ ନିଜ ବଡଭାଇଙ୍କ ବହିରୁ ପାଠ ପଢୁଥିଲେ । 12 ବର୍ଷ ବୟସରେ ତାଙ୍କ ପିତାଙ୍କ ଦେହାନ୍ତ ପରେ ପରିବାର ଲୋକ ତାଙ୍କ ପାଠପଢା ପାଇଁ ରାଜି ହୋଇଥିଲେ । ଏହା ପରେ ସୋସିଓଲେୋଜିରେ ଗ୍ରାଜୁଏସନ୍ କରିବା ପରେ ଓସମାନିଆ ବିଶ୍ବବିଦ୍ୟାଲୟରେ ସେ ନିଜର ପିଜି ଶେଷ କରିଥିଲେ । ସିଭିଲ ସର୍ଭିସ୍ ପରୀକ୍ଷାର ପ୍ରସ୍ତୁତି ପାଇଁ ସେ ଦିଲ୍ଲୀ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ ....ମହାକାଶ ଯାତ୍ରାରେ ଅଧିକ ମହିଳାଙ୍କୁ ସାମିଲ କରିବା ମୋ ଇଚ୍ଛା: ଇସ୍ରୋ ମୁଖ୍ୟ

କିନ୍ତୁ ବିଧିର ଥିଲା ଅଲଗା ବିଧାନ । ତାଙ୍କ ଜେଜେ ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ଚାକିରି କରିବାକୁ ପଡିଥିଲା । ଏହା ସହ ତାଙ୍କୁ ଟାଟା ଟ୍ରଷ୍ଟ ତରଫରୁ ଫେଲୋସିପ ମିଳିଥିଲା ଫଳ ସ୍ବରୂପ ସେ ମଦୁରାଇରେ ଡନ ଫାଇଣ୍ଡେସନରେ ଯୋଗ ଦେଇଥିଲେ । ଏହି ସମୟରେ ସେ ତୃଣମୂଳ ସ୍ତରରେ ଥିବା ସମସ୍ୟା ଯେମିତିକି ପିଇବା ପାଣିର ସମସ୍ୟା, ନାରୀଙ୍କ ରୋଜଗାର ସମସ୍ୟା ଗୁଡିକ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ହାଇଦ୍ରାବାଦ ଫେରିବା ପରେ ତାଙ୍କ ନେତୃତ୍ବରେ ମୌଲାଲିରେ କମ୍ୟୁନିଟି ସ୍କୁଲ ଖୋଲା ଯାଇଥିଲା ଯାହା ପରବର୍ତ୍ତୀ ସମୟରେ ସରକାରୀ ମାନ୍ୟତା ପ୍ରାପ୍ତ ହୋଇଥିଲା । ଏହା ପରେ ସେ ବିୱାଇଏସଟି, ଅର୍ନଷ୍ଟ ଏବଂ ୟଙ୍ଗରେ ଯୁବ ଏଣ୍ଟରପ୍ରନରସିପ୍ ଏବଂ ଆନ୍ଧ୍ର ସରକାରଙ୍କ ସହ ଡିଜିଟାଲ ଗଭର୍ଣ୍ଣାନ୍ସ ଉପରେ କାମ କରିଥିଲେ । ୱିହବରେ ସୋସିଆଲ ଇମ୍ପାକ୍ଟ ଏଣ୍ଟରପ୍ରନରର ମୁଖ୍ୟ ଭାବେ ସେ 250 ଟି ଷ୍ଟାର୍ଟଅପ୍ ସହ କାମ କରିଥିଲେ । ନିଜର ଉଚ୍ଚ ବେତନ ଯୁକ୍ତ ଚାକିରି ଛାଡି ଦେଶରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଚଳିତ ବର୍ଷ ସେ 'ଫାଉଣ୍ଡର୍ସ ଲ୍ୟାବ୍' ପ୍ରତିଷ୍ଠା କରିଥିଲେ । ସେମାନଙ୍କୁ ବ୍ୟବସାୟ ପ୍ରତି ପ୍ରୋତ୍ସାହିତ କରିବା ଓ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ କଲେଜକୁ ଯାଇ ଚୁକ୍ତିନାମା କରିଥିଲେ ।

ଏହା ମଧ୍ୟ ପଢନ୍ତୁ ...ରୋଜଗାରର ରାହା ଦେଖାଇଲା ଗୋପାଳନ, ସ୍ବାବଲମ୍ବୀ ହୋଇ 25 ପରିବାରର ଅନ୍ନଦାତ୍ରୀ ସାଜିଲେ କୋରାପୁଟର ନମିତା

ସାଧାରଣତଃ ଛାତ୍ରଛାତ୍ରୀଙ୍କ ମନରେ ଅନେକ ଆଇଡିଆ ଥାଏ, କିନ୍ତୁ ତାହାକୁ କେମିତି ପ୍ରକାଶ କରିବେ ତାହା ସେମାନେ ଜାଣି ପାରନ୍ତି ନାହିଁ। ଏଥିପାଇଁ ଆମେ ଏକ ପ୍ଲାଟଫର୍ମ ଯୋଗାଇ ଦେଉଛୁ । ବିଭିନ୍ନ କ୍ଷେତ୍ର ଯଥା 'ସ୍ବାସ୍ଥ୍ୟ, ପ୍ରତିରକ୍ଷା, କୃଷି ଆଦିର ଲୋକଙ୍କ ସହ ମିଶି କାମ କରିବାର ସୁଯୋଗ ମଧ୍ୟ ଦେଉଛୁ। ଏନଜିଓ ସହାୟତାରେ ସରକାରୀ ଡିଗ୍ରୀ କଲେଜର ଛାତ୍ରଛାତ୍ରୀଙ୍କୁ ବ୍ୟବସାୟ ଶିକ୍ଷା ଦେଉଛୁ । 15 ହଜାର ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟରୁ ଆମ ସହ ଯୋଡ଼ି ହୋଇଛନ୍ତି ବୋଲି ଶକୁନ୍ତଳା ଦେବୀ ମତ ପ୍ରକାଶ କରିଛନ୍ତି । ଏହି ଟିମରେ ବିଭିନ୍ନ ଭାଷା ଓ କ୍ଷେତ୍ରର 12 ଜଣ ସଦସ୍ୟ ଅଛନ୍ତି । ଆମେ 24 ଘଣ୍ଟା ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ । ମୁଁ ପ୍ରମାଣ କରିବାକୁ ଲକ୍ଷ୍ୟ ରଖିଛି ଯେ ସାମାନ୍ୟ ସହାୟତାରେ ଷ୍ଟାର୍ଟଅପ୍ ନିୟମିତ କଲେଜ ଛାତ୍ରଛାତ୍ରୀ ଠାରୁ ଆସିପାରିବ । ସ୍ବାମୀ ସତ୍ୟପ୍ରସାଦଙ୍କ ସହଯୋଗରେ ଫାଉଣ୍ଡର ଲ୍ୟାବ୍ ର କାର୍ଯ୍ୟ ଆଗେଇ ଚାଲିଛି । ଆଜିର ସମୟରେ ଆର୍ଥିକ ସ୍ବାଧୀନତା ମିଳିବ। ଦ୍ବାରା ନିଜର ଉଜ୍ବଳ ଭବିଷ୍ୟତର ନିର୍ଦ୍ଧାରଣ ହୋଇଥାଏ । ଏହା ହିଁ ପ୍ରକୃତ ସ୍ବାଧୀନତା ବୋଲି ଶକୁନ୍ତଳା ଦେବୀ ଆଜିର ପିଢ଼ିକୁ ଏହ ବାର୍ତ୍ତା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details