ଓଡିଶା

odisha

ETV Bharat / bharat

ବୁଦ୍ଧୁରୁ ମହନ୍ତ ନରେନ୍ଦ୍ର ଗିରି ଯାତ୍ରା ... କେମିତି ଥିଲା ପିଲାଦିନ କିଭଳି ଆସିଲେ ଆଧ୍ୟାତ୍ମିକ ଜଗତ? - From 'Budhau' to a seer

ତେବେ କିଏ ଏହି ମହନ୍ତ ନରେନ୍ଦ୍ର ଗିରି ? କଣ ତାଙ୍କର ଅତିତ ? କେଉଁଠି ଘର । ପରିବାରକୁ କେବେ କରିଥିଲେ ତ୍ୟାଗ । ଏବେ ଏହି ସମସ୍ତ ପ୍ରଶ୍ନ ସମସ୍ତଙ୍କ ମନରେ । ଅଧିକ ପଢନ୍ତୁ...

Budhau
Budhau

By

Published : Sep 21, 2021, 11:05 PM IST

ପ୍ରୟାଗରାଜ: ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ତଥା ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦିଗ୍ଧ ମୃତ୍ୟୁକୁ ନେଇ ଏବେ ସାରା ଦେଶରେ ଶୋକର ବାତାବରଣ । ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ହେଉଥିବା ବେଳେ, ପୋଲିସ ତଦନ୍ତକୁ ଯୋରଦାର କରିଛି । ତେବେ କିଏ ଏହି ମହନ୍ତ ନରେନ୍ଦ୍ର ଗିରି ? କଣ ତାଙ୍କର ଅତିତ ? କେଉଁଠି ଘର । ପରିବାରକୁ କେବେ କରିଥିଲେ ତ୍ୟାଗ । ଏବେ ଏହି ସମସ୍ତ ପ୍ରଶ୍ନ ସମସ୍ତଙ୍କ ମନରେ ।

ମହନ୍ତ ନରେନ୍ଦ୍ର ଗିରି ପିଲା ବେଳୁ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ । ପିଲାବେଳେ ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଘରୁ ଲୁଚି ପଳାଉଥିଲେ । କେବେ କେବେ ସ୍କୁଲ ନଯାଇ ଧାର୍ମିକ ସ୍ଥଳୀ ଓ ସାଧୁ ସନ୍ଥଙ୍କ ଗହଣକୁ ଯାଉଥିଲେ । ମହନ୍ତ ନରେନ୍ଦ୍ର ଗିରିଙ୍କ ପିଳା ବେଳର ନା ଥିଲା ବୁଦ୍ଧୁ । ପ୍ରୟାଗରାଜ ସ୍ଥିତ ଫୁଲପୁର ନିକଟ ଛତୋନା ଗାଁର ଥିଲେ ବାଳକ ବୁଦ୍ଧୁ’ ତଥା

ମହନ୍ତ ନରେନ୍ଦ୍ର ଗିରି । ପିଲା ବେଳେ ଗାଁରେ ସମସ୍ତେ ତାଙ୍କୁ ଅଯୋଗ୍ୟ କହୁଥିଲେ । ଜୀବନରେ କିଛି କରିପାରିବ ନାହିଁ ବୋଲି କହୁଥିଲେ । ଗାଁରେ ଖେଳ କୁଦ କରୁ କରୁ ଗାଁକୁ ଆସୁଥିବା ସାଧୁ ସନ୍ଥଙ୍କ ପ୍ରତି ଆକର୍ଷିତ ହେଉଥିଲେ । ତାଙ୍କ ପିତା ଭାନୁ ପ୍ରତାପ ସିଂ ବାହାରେ ରହୁଥିଲେ । ପିଲା ବେଳେ ନିଜ ନାନାଙ୍କ ଘରେ ରହି ବଡ ହୋଇଥିଲେ ‘ବୁଦ୍ଧୁ’

କିନ୍ତୁ ଗୋଟିଏ ଦିନ ସେହି ବାଳକ ବୁଦ୍ଧୁ ନିଖୋଜ ହୋଇଗଲେ । ବହୁ ଖୋଜା ଖୋଜି ପରେ କିଛି ସନ୍ଥଙ୍କ ଗହଣରୁ ପରିବାର ଠାବ କଲେ । ଅନେକ ବୁଝାସୁଝା ପରେ ଘରକୁ ନେଇଆସିଲେ । ଏହାପରେ ବୁଦ୍ଧୁ ପାଠ ପଢାରେ ନିମଗ୍ନ ରହିଲେ । ହାଇସ୍କୁଲ ଶିକ୍ଷା ଶେଷ ପରେ ବ୍ୟାଙ୍କ ଅଫ ବୋରଦାରେ ନରେନ୍ଦ୍ର ସିଂ ନାମରେ ଏକ ଚାକିରୀ ମିଳିଗଲା । ଏହା ପରେ ବୁଦ୍ଧୁ ଙ୍କ ଜୀବନ ସରଳ ଓ ସ୍ବାଭାବିକ ଚାଲିଲା ।

କିନ୍ତୁ ଯେବେ ପରିବାର ଲୋକେ ବାହାଘର ପାଇଁ ଯୋଜନା କଲେ, ଗୋଟିଏ ଦିନ ବ୍ୟାଙ୍କରୁ ହିଁ କେଉଁଆଡେ ଚାଲିଗଲେ । ପରିବାର ଲୋକଙ୍କ ବହୁ ଖୋଜାଖୋଜି ପର ମଧ୍ୟ ଆଉ ବୁଦ୍ଧୁ ମିଳିନଥିଲେ । ତେବ ଅନେକ କିଛି ବର୍ଷ ପରେ ହଠାତ ଦିନେ ବୁଦ୍ଧୁ ଙ୍କ ମାମୁଁ ପ୍ରଫେସର ମହେଶ ସିଂଙ୍କ ପାଖକୁ ଫୋନ ଆସିଲା । ଆଉ ସେପଟୁ ଶୁଣାଗଲା ମୁଁ ମହନ୍ତ ନରେନ୍ଦ୍ର ଗିରି କହୁଛି । ତେବେ ଯାଇ ପରିବାର ବୁଦ୍ଧୁ ଙ୍କ ଖବର ପାଇଲେ । ପରେ କିଛି ଦିନ ପରେ ପୁରା ସନ୍ୟାସୀ ବେଶରେ ଘରକୁ ଆସିଥିଲେ । ପରେ ଜଣେ ସାଧାରଣ ଲୋକଙ୍କୁ ସନ୍ୟାସୀ ହେଲା ପରେ ଯେଉଁ ଭଳି ପରିବାର ତ୍ୟାଗ କରିବାର ପରମ୍ପରା ରହିଆସିଛି ବୁଦ୍ଧୁ ତଥା ମହନ୍ତ ନରେନ୍ଦ୍ରଙ୍କ ପରିବାର ମଧ୍ୟ ସେମିତି ବୁଦ୍ଧୁଙ୍କୁ ବିଦାୟ ଦେଇଥିଲେ । ଏହା ପରେ ବୁଦ୍ଧୁ ତଥା ମହନ୍ତ ନରେନ୍ଦ୍ର ଗିରି ଆଉ କେବେ ପରିବାର ତଥା ଘରକୁ ଆସିନଥିଲେ । କେବେ କେବେ କିଛି ସମ୍ପର୍କୀୟ ଦେଖା ହେଲା ଯାହା କିଛି ଆଲୋଚନା କରନ୍ତି ।

ତେବେ ମହନ୍ତ ନରେନ୍ଦ୍ର ଗିରିଙ୍କ ଇଚ୍ଛା ଥିଲା ନିଜ ମାମୁଁ କରିଥିବା କଲେଜକୁ ଥରି ଅତିଥି ହୋଇଯିବେ । ଯାହା ଆସନ୍ତା ନଭେମ୍ବରରେ ହୋଇଥାନ୍ତା । କିନ୍ତୁ ତା ପୂର୍ବରୁ ମହନ୍ତ ନରେନ୍ଦ୍ର ଗିରି କୈଳାଶ ନିବାଶ ପ୍ରାପ୍ତ କରିଛନ୍ତି ।

ମହନ୍ତ ନରେନ୍ଦ୍ର ଗିରି ଅଶି ଦଶକରେ ଆଧ୍ୟାତ୍ମିକ ଜଗତରେ ପାଦ ଥାପିଥିଲେ । ନିଜର କଠୋର ପରିଶ୍ରମ, କଷ୍ଟସାଧ୍ୟ ସାଧନା ସିଦ୍ଧି କରି ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ ।

@IANS

ABOUT THE AUTHOR

...view details