ଓଡିଶା

odisha

ETV Bharat / bharat

ଏପ୍ରିଲ ପହିଲାରୁ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯିବ କୋରୋନା ଟିକା - କୋରୋନା ଟିକା

ଦେଶରେ ଏପ୍ରିଲ ପହିଲାରୁ ଟୀକାକରଣର ସ୍ତର ବୃଦ୍ଧି କରାଯାଉଛି । ଏବେ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ମଧ୍ୟ ନେଇପାରିବେ କୋରୋନା ଟିକା । ଅଦିକ ପଢନ୍ତୁ...

ଏପ୍ରିଲ ପହିଲାରୁ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯିବ କୋରୋନା ଟିକା
ଏପ୍ରିଲ ପହିଲାରୁ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଦିଆଯିବ କୋରୋନା ଟିକା

By

Published : Mar 23, 2021, 10:09 PM IST

ନୂଆଦିଲ୍ଲୀ: କୋରୋନା ଭ୍ୟାକ୍ସିନକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଦେଶରେ ଏପ୍ରିଲ ପହିଲାରୁ ଟୀକାକରଣର ସ୍ତର ବୃଦ୍ଧି କରାଯାଉଛି । ଏବେ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ନେଇପାରିବେ କୋରୋନା ଟିକା ।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ଏହାପୂର୍ବରୁ 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଓ 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ(ଗମ୍ଭୀର ରୋଗରେ ପୀଡିତ)ଙ୍କୁ ଟିକା ଦିଆଯାଉଥିଲା । ହେଲେ ଏବେ 45 ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କୁ କୋରୋନା ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା କହିଛନ୍ତି ଜାଭଡେକର ।

ବର୍ତ୍ତମାନ ସୁଦ୍ଧା ଦେଶରେ ସ୍ବାସ୍ଥ୍ୟକର୍ମୀ, 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ, 45 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ(ଗମ୍ଭୀର ରୋଗରେ ପୀଡିତ)ଙ୍କୁ ଟିକା ଦିଆଯାଇସାରିଛି । ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦେଶରେ ବର୍ତ୍ତମାନ ସୁଦ୍ଧା 4.85 କୋଟି ଲୋକଙ୍କୁ ଟିକା ଦିଆଯାଇ ସାରିଛି । ସେହିପରି 80 ଲକ୍ଷ ଲୋକଙ୍କୁ କୋରୋନାର ଦ୍ବିତୀୟ ଡୋଜ ଦିଆଯାଇସାରିଛି ।

ABOUT THE AUTHOR

...view details