ଜୟପୁର:ଅନଲାଇନ ଗେମ ଜରିଆରେ ପିଲାମାନଙ୍କୁ ଟାର୍ଗେଟ କରିବା ବଢିବାରେ ଲାଗିଛି । ନିକଟରେ ସାଇବର ହ୍ୟାକର ଜଣେ 13 ବର୍ଷର ନାବାଳିକାକୁ ଫସାଇଥିବା ଦେଖିବାକୁ ମିଳିଛି । ହ୍ୟାକର ନାବାଳିକାକୁ ଧମକାଇ ତାଙ୍କ ବାପାମାଆଙ୍କ ଫୋନ ହ୍ୟାକ କରିଥିବା ଜଣାପଡିଛି । 6 ଦିନ ପୂର୍ବରୁ ନାବାଳିକାକୁ ଅପହରଣ କରି ନେଇଥିବା ଜଣାପଡିଛି ।
ଅନଲାଇନ ଗେମ ଜରିଆରେ ନାବାଳିକାକୁ ଅପହରଣ ଉଦ୍ୟମ, ଅଭିଯୁ୍କ୍ତ କାବୁ - ରାଜସ୍ଥାନ ଖବର
ଅନଲାଇନ ଗେମ ଜରିଆରେ ପିଲାମାନଙ୍କୁ ଟାର୍ଗେଟ କରିବା ବଢିବାରେ ଲାଗିଛି । ନିକଟରେ ସାଇବର ହ୍ୟାକର ଜଣେ 13 ବର୍ଷର ନାବାଳିକାକୁ ଫସାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ
![ଅନଲାଇନ ଗେମ ଜରିଆରେ ନାବାଳିକାକୁ ଅପହରଣ ଉଦ୍ୟମ, ଅଭିଯୁ୍କ୍ତ କାବୁ ଅନଲାଇନ ଗେମ ଜରିଆରେ ନାବାଳିକାକୁ ଅପହରଣ ଉଦ୍ୟମ](https://etvbharatimages.akamaized.net/etvbharat/prod-images/768-512-15659895-thumbnail-3x2-vvv.jpg)
ଅନଲାଇନ୍ ଗେମ୍ ମାଧ୍ୟମରେ ଯୋଗାଯୋଗ କରିବା ପରେ ନେପାଳକୁ ଅପହରଣ କରି ନିଆଯାଉଥିବା କଥା ଜଣାପଡିଥିଲା । ସେପଟେ ପୋଲିସ ବିହାରରୁ ଯୁବକ ଜଣଙ୍କୁ ଗିରଫ କରିଛି। ଫ୍ରି ଫାୟର ଖେଳ ମାଧ୍ୟମରେ, ଜଣେ 13 ବର୍ଷୀୟ ନାବାଳିକା ସହ ବନ୍ଧୁତା କରିଥିଲା 25 ବର୍ଷୀୟ ଯୁବକ । ବନ୍ଧୁତା ଫାଇଦା ଉଠାଇ ବାଳିକାଙ୍କୁ ଦେଖା କରିବାକୁ କତରରେ ପହଞ୍ଚିଥିଲା ଯୁବକ । ନାବାଳିକାଙ୍କୁ ରେଳ ଷ୍ଟେସନ ଡାକି ତାଙ୍କୁ ନେପାଳ ଅପହରଣ କରି ନେଇଥିଲା । ଏହା ପରେ ପୋଲିସକୁ ସୂଚନା ଦେଇଥିଲେ ପରିବାର । ପୋଲିସ ତଦନ୍ତ ଆରମ୍ଭ କରି ବିହାରରୁ ଯୁବକକୁ କାବୁ କରିଥିଲା ।
ଦୌସା ଏସପି କହିଛନ୍ତି ଯେ, ଘଟଣା ନେଇ ବାନ୍ଦିକୁଇ ପୋଲିସ ଷ୍ଟେସନର ଦାୟିତ୍ବରେ ଥିବା ଏକ ଦଳ ବିହାରକୁ ପଠାଯାଇଥିଲା । ବିହାରର ଦାରବଙ୍ଗା ରେଳ ଷ୍ଟେସନରେ ଚଢାଉ କରିବା ପରେ ଏହି ଟିମ୍ ଅଭିଯୁକ୍ତକୁ ଗିରଫ କରିଛି । ରାଜକୁମାର ଗୁପ୍ତା କହିଛନ୍ତି ଯେ, ଅଭିଯୁକ୍ତ ଜଣକ ନିଜର ନକଲି ପରିଚୟ ପତ୍ର ତିଆରି କରିଛି । ଅଭିଯୁକ୍ତ ପ୍ରକୃତରେ ଜଣେ ଶ୍ରମି । ପୋଲିସ ନାବାଳିକାକୁ ଉଦ୍ଧାର କରି ଅଭିଯୁକ୍ତକୁ ଗିରଫ କରିଛି ।