ଓଡିଶା

odisha

FRIENDSHIP DAY 2022: ଅଟଳ ବିହାରୀ ଓ ତାସି ଦାଓ୍ବାଙ୍କ ବନ୍ଧୁତା

By

Published : Aug 7, 2022, 7:25 PM IST

ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରବିବାରରେ ବନ୍ଧୁତ୍ୱ ଦିବସ ପାଳନ କରାଯାଏ । ଏଥର ବନ୍ଧୁତ୍ୱର ଏହି ବିଶେଷ ଦିନ 7 ଅଗଷ୍ଟରେ ପାଳନ କରାଯାଉଛି । ବନ୍ଧୁତା ପାଇଁ ଉତ୍ସର୍ଗୀକୃତ ଏହି ଦିନରେ, ଆମେ ଆପଣଙ୍କୁ ଏକ ବନ୍ଧୁତା ବିଷୟରେ କହିବୁ ଯାହାର ଉଦାହରଣ ସର୍ବଦା ଦିଆଯିବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରକୃତ ବନ୍ଧୁତା ଦ୍ୱାରା ଅଟଳ ଟନେଲ ରୋହତାଙ୍ଗର ମୂଳଦୁଆ ପକାଯାଇଥିଲା । ଏହା କିପରି ହୋଇଥିଲା ଏବଂ ଏହି ସାଙ୍ଗମାନେ କିଏ ? ଅଧିକ ପଢନ୍ତୁ

FRIENDSHIP DAY 2022 TASHI DAWA AND ATAL BIHARI VAJPAYEE FRIENDSHIP
FRIENDSHIP DAY 2022: ଅଟଳ ବିହାରୀ ଓ ତାସି ଦାଓ୍ବାଙ୍କ ବନ୍ଧୁତା

ହିମାଚଳ ପ୍ରଦେଶ: ଆଜି ବନ୍ଧୁତା ଦିବସ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ହେଉଛି ଏମିତି ଏକ ବନ୍ଧନ ଯାହାର ପରିଭାଷାକୁ ବର୍ଣ୍ଣନା କରି ହେବ ନାହିଁ । ଏହି ଦିନ ସାଙ୍ଗମାନେ ପରସ୍ପରକୁ ବ୍ୟାଣ୍ଡ୍‌, ଚକଲେଟ୍‌, ଗ୍ରିଟିଙ୍ଗସ କାର୍ଡ ପରି ଅନେକ ଜିନିଷ ଉପହାର ଦେଇ ନିଜର ବନ୍ଧୁତା ଜାହିର କରିଥାନ୍ତି । କିନ୍ତୁ ଏଠାରେ ଆମେ ଏମିତି ଏକ ବନ୍ଧୁତାକୁ ନେଇ ଆଲୋଚନା କରିବା ଯେଉଁଥିରେ ଜଣେ ବନ୍ଧୁ ଏମିତି ଏକ ଉପହାର ଦେଇଥିଲେ ଯାହା ଆଜି ବି ପୂରା ଭାରତବର୍ଷ ମନେ ପକାଉଛି । ଯଦି ଦୁଇ ଜଣଙ୍କ ବନ୍ଧୁତ୍ୱରେ, ଯଦି ଜଣେ ବନ୍ଧୁ ଦେଶର ମୁଖ୍ୟ ହୁଅନ୍ତି, ତେବେ ଉପହାର ଆପେ ଆପେ ବଡ ହୋଇଯାଏ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ତାସି ଦାୱାଙ୍କ ବନ୍ଧୁତ୍ୱର ଏହି ଉଦାହରଣ ଆଜି ଅଟଳ ଟନେଲ ରୋହଟାଙ୍ଗ ରୂପରେ ଆମ ସମସ୍ତଙ୍କ ସାମ୍ନାରେ ।

ପ୍ରକୃତ ବନ୍ଧୁର ଉଦାହରଣ ହେଉଛି ଅଟଳ ଟନଲ: 1942 ମସହାରେ ଆରଏସଏସ ସଂଘର ଏକ ପ୍ରଶିକ୍ଷଣ ସଭାରେ ଅଟଳବିହାରୀ ବାଜପେୟୀଙ୍କ ସହ ଭେଟ ହୋଇଥିଲେ ଦାୱା । ସେଠାରୁ ହିଁ ତାଙ୍କ ବନ୍ଧୁତାର ଆରମ୍ଭ ହୋଇଥିଲା । ପୁଣିଥରେ 1998 ବାଜପେୟୀଙ୍କୁ ଦେଖା କରିବାକୁ ଦାବା ଦିଲ୍ଲୀରେ ପହଞ୍ଚିଥିଲେ । ଯେତେବେଳେ ପ୍ରଧାନମନ୍ତ୍ରୀ ଭାବରେ ବାଜପେୟୀ କିଲୋଙ୍ଗରେ ପହଞ୍ଚିଥିଲେ, ଜୁନ୍ 3, 2000ରେ ତାଙ୍କ ହିମାଚଳ ଗସ୍ତରେ ଲାହଲର ମୁଖ୍ୟାଳୟରେ ତାଙ୍କ ବନ୍ଧୁ ତାସି ଦାଓ୍ବାଙ୍କ ଉପସ୍ଥିତିରେ ସାଧାରଣ ସଭାରେ ଟନେଲ ନିର୍ମାଣ ଘୋଷଣା କରିଥିଲେ । ଯାହା ଥିଲା ବନ୍ଧୁତାର ଏକ ବଡ ଉପହାର । ତେଣୁ ସେହି ଟନେଲକୁ ଅଟଲ ଟନେଲ ରୋହତାଙ୍ଗ ନାମରେ ରଖାଯାଇଛି । ଯେଉଁଥି ପାଇଁ ସାରା ଭାରତ ବର୍ଷ ଏବେ ବି ଏହି ବନ୍ଧୁତ୍ବକୁ ମନେ ରଖିଛି ।

କିପରି ସ୍ଥାପିତ ହେଲା ରୋହତାଙ୍ଗ ଟନେଲ: ପୂର୍ବ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ନିଜର କିଶୋରବସ୍ଥାରେ ନିଜର ବନ୍ଧୁ ଟସି ଦାବାଙ୍କ ମାଗିବାରେ ଏମିତି ଏକ ଉପହାର ଦେଇଥିଲେ ଯାହା ରୋହତାଙ୍ଗ ଟନଲ ନାମରେ ପରିଚିତ । ଯାହା ସାରା ଦେଶ ପାଇଁ ଏହା ଏକ ବରଦାନ ସାବିତ ହୋଇଛି । ରୋହତାଙ୍ଗ ଟନଲ କେବଳ ଭାରତୀୟ ସେନାଙ୍କ ପାଇଁ ଗୁରୁତ୍ବପୂର୍ଣ ନୁହଁବରଂ, ପ୍ରବଳ ତୁଷାରପାତ ସମୟରେ ମଧ୍ୟ ଏହା ଲାହୋଲକୁ ଦେଶର ଅନ୍ୟାନ୍ୟ ଅଂଶ ସହିତ ସଂଯୁକ୍ତ ରଖେ ।

ABOUT THE AUTHOR

...view details