ଓଡିଶା

odisha

By ETV Bharat Odisha Team

Published : Nov 27, 2023, 10:09 AM IST

ETV Bharat / bharat

ବନ୍ଧୁ ନାମରେ କଳଙ୍କ, ଯୁବକଙ୍କ ଉପରେ ପରିସ୍ରା କରି ଭାଇରାଲ୍‌ କଲେ ଭିଡିଓ

ମିରଟରେ ଲଜ୍ଜାଜନକ ଘଟଣା । ବନ୍ଧୁ ନାମରେ କଳଙ୍କ । ଯୁବକଙ୍କ ଉପରେ ପରିସ୍ରା କରି ଭିଡିଓ ଭାଇରାଲ କଲେ ସାଙ୍ଗ । ଅଧିକ ପଢନ୍ତୁ

youth urinating video
youth urinating video

ଲକ୍ଷ୍ନୌ: ଦିନକୁ ଦିନ ମାନବିକତା ହରାଉଛି ମନୁଷ୍ୟ । ବିବାଦରୁ ବଚସା ହେବାରୁ ସାଙ୍ଗ ସହ ଉନ୍ମତକାଣ୍ଡ ଘଟାଇଲେ ସାଙ୍ଗ । ଯୁବକଙ୍କୁ ଅପହରଣ ପରେ ପରିସ୍ରା କରି ଭିଡିଓ କଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ଘଟଣା ପଦାକୁ ଆସିଥିବା ବେଳେ ଥାନାରେ ଅଭିଯୋଗ ପରେ ପୋଲିସ ଜଣଙ୍କୁ ଗିରଫ କରିଛି । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ମିରଟରେ । ଯୁବକଙ୍କ ଉପରେ ତାଙ୍କ ସାଙ୍ଗ ପରିସ୍ରା କରିବାକୁ ବାରଣ କରିଥିଲେ ମଧ୍ୟ ଶୁଣିନଥିଲେ । ଯାହା ଭିଡିଓରେ ଦେଖିବାକୁ ମିଳିଛି । ଗତ ନଭେମ୍ବର 13 ତାରିଖ ଦିନ ଏହି ଘଟଣା ଘଟିଥିଲା ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଜାଗୃତି ବିହାରର ଯୁବକ ଏକ ପାର୍ଟିରେ ଯୋଗଦେବାକୁ ଚୌଧୁରୀ ଚରଣ ବିଶ୍ବବିଦ୍ୟାଳୟକୁ ଯାଇଥିଲେ । ସେଠାରେ ଜଣେ ଛାତ୍ରଙ୍କ ସହ କୌଣସି କଥାକୁ ନେଇ ବିବାଦ ହୋଇଥିଲା । ଏହା ପରେ ପାର୍ଟିରୁ ଫେରୁଥିବା ବେଳେ ଯୁବକଙ୍କୁ ତାଙ୍କର କିଛି ସାଙ୍ଗ ଅପହରଣ କରି ନେଇ ଜାଗୃତି ବିହାର ଏକ୍ସଟେନ୍ସନକୁ ନେଇଯାଇଥିଲା । ସେଠାରେ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ଉପରେ ପରିସ୍ରା ମଧ୍ୟ କରିଥିଲେ । ଜଣେ ଯୁବକ ତାଙ୍କ ଉପରେ ପରିସ୍ରା କରୁଥିବା ବେଳେ ତାଙ୍କୁ ଅଟକାଇବା ବଦଳରେ ଅନ୍ୟ ଜଣେ ଏହାର ଭିଡିଓ କରୁଥିଲେ ।

ଅଭିଯୁକ୍ତ ଜଣଙ୍କ ଯୁବକଙ୍କୁ ବାଲ୍କମେଲ କରୁଥିଲେ: ଭିଡିଓରେ ଦେଖିବାକୁ ମିଳିଛି ଯେ, ପୀଡ଼ିତଙ୍କ ଉପରେ ଜଣେ ଯୁବକ ପରିସ୍ରା କରୁଛନ୍ତି । ଏହି ସମୟରେ ସେ ଯୁବକ ଜଣଙ୍କୁ ପରିସ୍ରା ନକରିବାକୁ ହାତ ଯୋଡ଼ି ଅନୁରୋଧ କରୁଛନ୍ତି । ଏପରିକି ଗୋଡ଼ ମଧ୍ୟ ଝରୁଛନ୍ତି। କିନ୍ତୁ ଏତେ ସବୁ ପରେ ବି ଅଭିଯୁକ୍ତର ହୃଦୟ ଟିକେବି ତରଳି ନଥିଲା । ଏହି ଭିଡିଓକୁ ନେଇ ପରମୂହୁର୍ତ୍ତରେ ପୀଡ଼ିତଙ୍କୁ ବ୍ଲାକମେଲ କରାଯାଉଥିଲା। ଏଥିରେ ଅତିଷ୍ଠ ହୋଇ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ନଭେମ୍ବର 16 ତାରିଖରେ ଯୁବକଙ୍କ ବାପା ମେଡିକାଲ ପୋଲିସ ଷ୍ଟେସନରେ ତିନି ଯୁବକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ।

କିଛିଦିନ ପରେ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପୋଲିସ ପ୍ରଥମେ ଘଟଣାକୁ ଗୁରୁତର ଭାବେ ନେଇନଥିଲେ ମଧ୍ୟ ପରମୂହୁର୍ତ୍ତରେ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ଆଶିଷ ମଲିକଙ୍କୁ ଗିରଫ କରିଥିଲା । ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ବେଳେ ସମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଯୁବକକୁ ଲଣ୍ଡା କରି ଗାଁ ବୁଲାଇଲେ ଦୁର୍ବୃତ୍ତ, ପାଣି ମାଗିବାରୁ ପିଆଇଲେ ପରିସ୍ରା

ABOUT THE AUTHOR

...view details