ଅଗରତାଲା: ଝିଅମାନଙ୍କ ମାସିକ ଋତୁସ୍ରାବରେ ସ୍ବଚ୍ଛତା ଆଣିବା ପାଇଁ ବିଦ୍ୟାଳୟରେ ସାନିଟାଇଜର ନାପକିନ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ତ୍ରିପୁରା ରାଜ୍ୟ ସରକାର । ରାଜ୍ୟରେ ସ୍କୁଲ୍ ଯାଉଥିବା ଛାତ୍ରୀଙ୍କୁ ମାଗଣାରେ ନାପକିନ୍ ବିତରଣ କରିବା ନିଷ୍ପତିକୁ ମଞ୍ଜୁରୀ ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
ତ୍ରିପୁରାରେ ସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣା ନାପକିନ୍ - ତ୍ରିପୁରା ସ୍କୁଲ ଝିଅଙ୍କୁ ନାପକିନ୍
ଋତୁସ୍ରାବରେ ସ୍ବଚ୍ଛତା ଆଣିବା ପାଇଁ ସ୍କୁଲ୍ ଛାତ୍ରୀଙ୍କୁ ମାଗଣା ନାପକିନ୍ ବିତରଣ କରିବାକୁ ନିଷ୍ପତ୍ତି ନେଇଛି ତ୍ରିପୁରା ରାଜ୍ୟ ସରକାର । ଅଧିକ ପଢନ୍ତୁ...
ତ୍ରିପୁରା ସ୍କୁଲ ଝିଅଙ୍କୁ ମିଳିବ ମାଗଣା ନାପକିନ୍
ମୁଖ୍ୟମନ୍ତ୍ରୀ ଦେବ ଟ୍ବିଟରରେ #NariShakti4NewIndia ଏବଂ #7YearsOfSeva ହ୍ୟାସ ଟ୍ୟାଗ ରଖିଛନ୍ତି । ଏହି ସେବା ମାଧ୍ୟମରେ ରାଜ୍ୟର 4 ହଜାର 940 ଟି ସରକାରୀ ସ୍କୁଲର ଏକ ଲକ୍ଷ 68 ହଜାର ଛାତ୍ରୀ ଉପକୃତ ହେବେ । ଏଥିସହ ଏହି ଯୋଜନାରେ 1000 ବେସରକାରୀ ସ୍କୁଲର ଛାତ୍ରୀଙ୍କୁ ମଧ୍ୟ ସାମିଲ କରାଯାଇଛି । ଏଥିପାଇଁ 3.61 କୋଟି ବ୍ୟୟ ବରାଦ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ