ଓଡିଶା

odisha

ମାଗଣା ରାସନ ପ୍ରସଙ୍ଗରେ ବିଜେପିକୁ କଂଗ୍ରେସର ଟାର୍ଗେଟ: ‘ଦେଶରେ ଆର୍ଥିକ ସଙ୍କଟ ଓ ଅସମାନତାକୁ ବଢାଇବ’

By ETV Bharat Odisha Team

Published : Nov 5, 2023, 4:15 PM IST

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆସନ୍ତା 5 ବର୍ଷ ବୃଦ୍ଧି କରିବାକୁ ନେଇ ବିଜେପି ଉପରେ ବର୍ଷିଲା କଂଗ୍ରେସ । କହିଲା ଏହି ନିଷ୍ପତ୍ତି ଦେଶରେ ଆର୍ଥିକ ସଙ୍କଟ ଓ ଅସମାନତାକୁ ବଢାଇବ । ଅଧିକ ପଢନ୍ତୁ

ମାଗଣା ରାସନ ପ୍ରସଙ୍ଗରେ ବିଜେପିକୁ କଂଗ୍ରେସର ଟାର୍ଗେଟ, ଦେଶରେ ଆର୍ଥିକ ସଙ୍କଟ ଓ ଅସମାନତାକୁ ବଢାଇବ
ମାଗଣା ରାସନ ପ୍ରସଙ୍ଗରେ ବିଜେପିକୁ କଂଗ୍ରେସର ଟାର୍ଗେଟ, ଦେଶରେ ଆର୍ଥିକ ସଙ୍କଟ ଓ ଅସମାନତାକୁ ବଢାଇବ

ନୂଆଦିଲ୍ଲୀ:ଦେଶରେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’କୁ ଆସନ୍ତା 5ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଥିବା ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ଏହାର ଲାଭ ଦେଶର 80 କୋଟି ଗରିବ ଲୋକଙ୍କୁ ମିଳିବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଥିଲେ । ଏହାକୁ ଆଜି କଂଗ୍ରେସ ସିଧା ବିରୋଧ କରିବା ସହ ଏପରି ନିଷ୍ପତ୍ତିକୁ ନେଇ ସାଙ୍ଘାତିକ ଆଶଙ୍କା ମଧ୍ୟ ପ୍ରକାଶ କରିଛି । ଏପରି ମାଗଣା ରାସନ ବ୍ୟବସ୍ଥା ଦେଶରେ ଆର୍ଥିକ ସଙ୍କଟ ବୃଦ୍ଧି କରିବା ସହ ସମାଜରେ ଅସମାନତା ସୃଷ୍ଟି କରିବା ନିଶ୍ଚିତ ବୋଲି ଦଳ କହିଛି ।

ତେବେ ଗତକାଲି ଛତିଶଗଡର ଦୁର୍ଗ ସହରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ଏହି ବଡ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । କୋଭିଡ ସମୟରେ ଆରମ୍ଭ ହୋଇଥିବା ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’କୁ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିରେ ଦେଶର 80 କୋଟି ଗରିବ ସିଧା ଲାଭ ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତେବେ ଏଥିରେ କଂଗ୍ରେସ ସିଧା ଅର୍ଥନୀତି କଥା ଉଠାଇ ବିଜେପିକୁ ଟାର୍ଗେଟ କରିଛି ।

ଏହା ମଧ୍ୟ ପଢନ୍ତୁ :- Karnataka: ମହିଳା ଖଣି ଅଧିକାରୀଙ୍କୁ ଘରେ ପଶି ହତ୍ୟା

ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ ତଥା ଛତିଶଗଡରେ ଦଳର ରାଜ୍ୟ ପ୍ରଭାରୀ ଚନ୍ଦନ ଯାଦବ କହିଛନ୍ତି, ‘‘ଯଦି ଦେଶର ମୋଟ ଲୋକସଂଖ୍ୟାର ପ୍ରାୟ ଅଧା (50 ପ୍ରତିଶତ)ରୁ ଅଧିକରୁ ନାଗରିକ ଏପରି ମୁକ୍ତ ରାସନରେ ଅନ୍ତର୍ଭୁକ୍ତ ହେବେ, ତେବେ ତାହା ଦେଶରେ ଗମ୍ଭୀର ଆର୍ଥିକ ସଙ୍କଟକୁ ଜନ୍ମଦେବ । କେବଳ ଆର୍ଥିକ ସଙ୍କଟ ନୁହେଁ ବରଂ ସମାଜରେ ଅସମାନତା ମଧ୍ୟ ସୃଷ୍ଟି କରିବ । ରାହୁଲ ଗାନ୍ଧୀ ତାଙ୍କ ଭାରତ ଯୋଡୋ ଯାତ୍ରା ସମୟରେ ଏହି ପ୍ରସଙ୍ଗ ଉଠାଇଥିଲେ । ଦେଶର ମୋଟ ଲୋକସଂଖ୍ୟାର ଏକ ବଡ ଅଂଶର ଲୋକଙ୍କ ଆୟରେ କୌଣସି ବୃଦ୍ଧି ହେଉନାହିଁ । ଅନ୍ୟପଟେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି । ଏବେ ଦେଶରେ ବେକାରୀ ସମସ୍ୟା ସର୍ବାଧିକ ସ୍ତରରେ ପହଞ୍ଚିଛି । ତେଣୁ ଏପରି ସ୍ଥିତିରେ ଆସନ୍ତା 5 ବର୍ଷ ପାଇଁ 80 କୋଟି ଲୋକଙ୍କୁ ମାଗଣା ରାସନ ଦେବା ନିଷ୍ପତ୍ତି ଏକ ସଙ୍କଟ ସ୍ଥିତି ସୃଷ୍ଟି କରିବାକୁ ଯାଉଛି । ’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details