ନୂଆଦିଲ୍ଲୀ: ରାତି ପାହିଲେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ । ଏହି ଅବସରରେ ମହିଳାଙ୍କୁ ଖାସ ଉପହାର ଦେଇଛନ୍ତି କେନ୍ଦ୍ରରେ ନେତୃତ୍ବାଧିନ ମୋଦି ସରକାର । ଭାରତୀୟ ପତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ମାର୍ଚ୍ଚ 8 ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଆଗ୍ରାର ତାଜମହଲ ସମେତ ଅନେକ ଐତିହ୍ୟସ୍ଥଳୀରେ ମହିଳାଙ୍କୁ ନିଶୁଳ୍କ ପ୍ରବେଶ ଅନୁମତି ଦେଇଛି । ଏନେଇ ଜାରି ହୋଇଛି ବିଜ୍ଞପ୍ତି ।
ଗତ ବର୍ଷ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ମହିଳା ଦିବସ ଅବସରରେ ଦେଶର ମହିଳାଙ୍କୁ ଏଏସଆଇ ପକ୍ଷରୁ ଚିହ୍ନଟ ଐତିହ୍ୟସ୍ଥଳୀରେ ନିଶୁଳ୍କ ପ୍ରବେଶର ସୁବିଧା ଆରମ୍ଭ କରାଯାଇଥିଲା । ଏଥର ମଧ୍ୟ ଏହି ସୁବିଧା ଦିଆଯାଇଥିବା ବିଜ୍ଞପ୍ତି ଜାରି କରି କହିଛନ୍ତି କେନ୍ଦ୍ର ସରକାର ।