ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆଳରେ ଠକିଥିଲେ, ଦୁଇ ଅଭିଯୁକ୍ତ ଓଡିଶାରୁ ଗିରଫ

‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’ ଆଳରେ ହିତାଧିକାରୀଙ୍କୁ ଲଗାଇଥିଲେ ଚୂନ । ବ୍ୟାଙ୍କ ଅଧିକାରୀ କହି ଠକିଥିଲେ ଅର୍ଥ । ଦୁଇ ଅଭିଯୁକ୍ତଙ୍କୁ ଓଡିଶାରୁ ଗିରଫ କଲା ଛତିଶଗଡ ପୋଲିସ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆଳରେ ଠକିଥିଲେ, ଦୁଇ ଅଭିଯୁକ୍ତଙ୍କୁ ଓଡିଶାରୁ ଗିରଫ କଲା ଛତିଶଗଡ ପୋଲିସ
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆଳରେ ଠକିଥିଲେ, ଦୁଇ ଅଭିଯୁକ୍ତଙ୍କୁ ଓଡିଶାରୁ ଗିରଫ କଲା ଛତିଶଗଡ ପୋଲିସ

By

Published : Mar 22, 2023, 10:09 PM IST

Updated : Mar 22, 2023, 11:01 PM IST

ରାୟପୁର: ପଡୋଶୀ ଛତିଶଗଡରେ ମୁଦ୍ରା ଯୋଜନାରେ ଲୋନ କରାଇଦେବା ନାଁରେ ଠକେଇ କରିଥିବା ଦୁଇ ଅଭିଯୁକ୍ତ ଓଡିଶାରୁ ଗିରଫ । ଉଭୟଙ୍କୁ ଆଜି ଛତିଶଗଡ ପୋଲିସ ଉଠାଇ ନେଇଛି । ଉଭୟ ଅଭିଯୁକ୍ତ କାନକର ଜିଲ୍ଲାରେ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ କର୍ମଚାରୀ କହି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଲୋନ୍‌ କରାଇଦେବା ଆଳରେ ଏକାଧିକ ଲୋକଙ୍କଠାରୁ ଅର୍ଥ ଲୁଟ କରିଥିବା ପୋଲିସ କହିଛି । ଦୁଇ ଅଭିଯୁକ୍ତଙ୍କ ନାମ ରାଧେଶ୍ୟାମ ଭଟ୍ଟ ଏବଂ ବିଜୟ କୁମାର ବେହେରା ବୋଲି ଜଣାପଡିଛି ।

ପୋଲିସ ସୂଚନା ଅନୁସାରେ, ଉଭୟ ଅଭିଯୁକ୍ତ ରୟାଲ ବ୍ୟାଙ୍କ ଅଫ୍ ସ୍କଟଲ୍ୟାଣ୍ଡ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଲୋନ ଦେବାକୁ କହି 9 ହିତାଧିକାରୀଙ୍କ ସହ ପ୍ରତାରଣା କରିଛନ୍ତି । ଲୋନ କରାଇ ଦେବା ନାମରେ ଏମାନେ ହିତାଧିକାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଅର୍ଥରାଶି ହଡପ କରିବା ପରେ ଫେରାର ହୋଇଯାଇଥିଲେ । ଏନେଇ ଏକ ଅଭିଯୋଗ ସ୍ଥାନୀୟ କୋଟୱାଲୀ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିଲା । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ଏହା ଏକ ଆର୍ଥିକ ଠକେଇ ବୋଲି ଜାଣିବାକୁ ପାଇଥିଲା । ପରେ ଏହି ବ୍ୟାଙ୍କ ସମ୍ପର୍କରେ ସୂଚନା ସଂଗ୍ରହ କରାଯାଇଥିଲା । ଏହି ବ୍ୟାଙ୍କ୍‌ର ଏହି କେନ୍ଦ୍ରୀୟ ଯୋଜନା ସହ କୌଣସି ସମ୍ପର୍କ ନଥିବା ଜଣାପଡିଥିଲା । ସେହିପରି ଏହି ଦୁଇ ଅଭିଯୁକ୍ତ ମଧ୍ୟ ସମ୍ପୃକ୍ତ ବ୍ୟାଙ୍କ ସହ କୌଣସି ଅନୁବନ୍ଧିତ ବ୍ୟକ୍ତି ନୁହନ୍ତି ବୋଲି ଜଣାପଡିବା ପରେ ପୋଲିସ ଉଭୟଙ୍କୁ ଖୋଜିଥିଲା । ଆଜି ଓଡିଶାରୁ ଉଭୟଙ୍କୁ ଛତିଶଗଡ ପୋଲିସ ଗିରଫ କରିଛି ।

ଅଭିଯୁକ୍ତମାନେ ରୟାଲ ବ୍ୟାଙ୍କ ଅଫ୍ ସ୍କଟଲ୍ୟାଣ୍ଡର ନାମ ନେଇ ହିତାଧିକାରୀଙ୍କୁ ଠକିଥିଲେ । ଉକ୍ତ ବ୍ୟାଙ୍କ ସମ୍ବନ୍ଧୀୟ ସୂଚନା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ମଗାଯାଇଥିଲା । ଆରବିଆଇ ରୟାଲ ବ୍ୟାଙ୍କ ଅଫ୍ ସ୍କଟଲ୍ୟାଣ୍ଡ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲା । ଆରବିଆଇ ଅନୁଯାୟୀ, ରୟାଲ ବ୍ୟାଙ୍କ ଅଫ୍ ସ୍କଟଲ୍ୟାଣ୍ଡ ଏହି ଯୋଜନା ସହ ଆଦୌ ସମ୍ପର୍କିତ ନୁହେଁ । ଏହା ଜଣାପଡିବା ପରେ ପୋଲିସ ହିତାଧିକାରୀଙ୍କୁ ଏପରି ଠକମାନଙ୍କଠାରୁ ବଞ୍ଚାଇବା ପାଇଁ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରୁଛି ।

2014ରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାର କ୍ଷମତାକୁ ଆସିବା ପରେ ବର୍ଷ 2015 ମସିହାରେ କେନ୍ଦ୍ର ସରକାର ଏହି ‘‘ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା’’ ଶୁଭାରମ୍ଭ କରିଥିଲେ । ଏହି ଯୋଜନା କ୍ଷୁଦ୍ର ଷ୍ଟାର୍ଟଅପ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ ଥିଲା । ଏହି ଯୋଜନାରେ ଛୋଟ ବ୍ୟବସାୟୀଙ୍କୁ 10 ଲକ୍ଷ ପର୍ଯ୍ୟନ୍ତ ଋଣ ଦେବାର ବ୍ୟବସ୍ଥା ରହିଛି । ତେବେ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଇ ଋଣ ଦେବା ନାମରେ କିଛି ଠକ ସାଧାରଣ ଲୋକଙ୍କୁ ଠକିବାର ନଜିର ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 22, 2023, 11:01 PM IST

ABOUT THE AUTHOR

...view details