ଓଡିଶା

odisha

ETV Bharat / bharat

ଯୁବକଙ୍କୁ ବିବାହ କରି ଠକୁଥିବା ଯୁବତୀ ହେଲା ଠକେଇ ଶିକାର, ହିନ୍ଦୁ କହି ବିବାହ କରିଥିଲା ମୁସଲିମ ଯୁବକ - ଉତ୍ତର ପ୍ରଦେଶରେ ଲଭ ଜିହାଦ

ବିଭିନ୍ନ ଯୁବକଙ୍କୁ ବିବାହ କରି ଲୁଟୁଥିଲା ଯୁବତୀ । ହିନ୍ଦୁ ପରିଚୟ ଦେଇ ଠକିଦେଲା ମୁସଲିମ ଯୁବକ । ଥାନାରେ ଅଭିଯୋଗ ବାହାରିଲା ଚଚ୍ଚା ଚିଠା । ଅଧିକ ପଢନ୍ତୁ

ଯୁବକଙ୍କୁ ବିବାହ କରି ଠକୁଥିବା ଯୁବତୀ ହେଲା ଠକେଇ ଶିକାର, ହିନ୍ଦୁ କହି ବିବାହ କରିଥିଲା ମୁସଲିମ ଯୁବକ
ଯୁବକଙ୍କୁ ବିବାହ କରି ଠକୁଥିବା ଯୁବତୀ ହେଲା ଠକେଇ ଶିକାର, ହିନ୍ଦୁ କହି ବିବାହ କରିଥିଲା ମୁସଲିମ ଯୁବକ

By

Published : Mar 12, 2023, 10:44 PM IST

ଲକ୍ଷ୍ନୌ: ପରିଚୟ ଲୁଚାଇ ନିଜକୁ ହିନ୍ଦୁ ବୋଲି କହି ହିନ୍ଦୁ ଯୁବତୀଙ୍କୁ ବିବାହ କରିଥିଲା ମୁସଲିମ ଯୁବକ । ଏକଥା ଜଣାପଡିବା ପରେ ସମ୍ପୃକ୍ତ ପୀଡିତା ଏବେ ଥାନାରେ ଦ୍ବାରସ୍ଥ ହୋଇଛି । ଉତ୍ତର ପ୍ରଦେଶ ବାନ୍ଦା ଜିଲ୍ଲାରେ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୀଡିତା ସ୍ଥାନୀୟ ଥାନାରେ ଏତଲା ଦେବା ପରେ ସମ୍ପୃକ୍ତ ଯୁବକ ଫେରାର ହୋଇଯାଇଛି । ହେଲେ ମାମଲା ଥାନାରେ ପହଞ୍ଚିବା ପରେ ଅଭିଯୋଗକାରୀ ଯୁବତୀଙ୍କ ସମ୍ପର୍କରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି ।

ତେବେ ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ହେଲେ ତଦନ୍ତରୁ ଯାହା ସାମ୍ନାକୁ ଆସିଲା, ତାହା ପ୍ରଥମ ଅଭିଯୋଗଠାରୁ ଆହୁରି ଆଶ୍ଚର୍ଯ୍ୟଜନକ ଥିଲା । ପ୍ରତାଡନାର ଶିକାର ହୋଇଥିବା ଅଭିଯୋଗ କରିଥିବା ଯୁବତୀ ନିଜେ ଜଣେ ଅଭ୍ୟାସଗତ ଲୁଟେରା । ବିଭିନ୍ନ ଯୁବକଙ୍କୁ ପ୍ରେମ କରି ବିବାହ କରିବା ପରେ ମାତ୍ର କିଛି ଦିନ ମଧ୍ୟରେ ସେମାନଙ୍କଠାରୁ ଲୁଟ କରି ଫେରାର ହୋଇଯାଉଥିଲା ଏହି ଯୁବତୀ । ଏସମ୍ପର୍କିତ ଗୋଟିଏ କି ଦୁଇଟି ନୁହେଁ ପଡୋଶୀ ମଧ୍ୟ ପ୍ରଦେଶର ବିଭିନ୍ନ ଥାନାରେ 22ଟି ମାମଲା ରହିଥିବା ବାନ୍ଦା ପୋଲିସ ଜାଣିବାକୁ ପାଇଛି । ହେଲେ ଏପରି ଅଭ୍ୟାସଗତ ଭାବେ ଯୁବକଙ୍କୁ ଠକୁଥିବା ଯୁବତୀ ଏଥର ଜଣେ ମୁସଲିମ ଯୁବକର ନିଜେ ପ୍ରତାଡନାର ଶିକାର ହୋଇଛି ।

ପୋଲିସ ସୂଚନା ଅନୁସାରେ, ଯୁବତୀ ମଧ୍ୟ ପ୍ରଦେଶର ପନ୍ନା ଜିଲ୍ଲାର ପୱାଇ ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା । 2019 ମସିହା ଫେବୃଆରୀ 2 ରେ ତାରିଖରେ ଚିତ୍ରକୁଟର କାମନାଥ ମନ୍ଦିରକୁ ଯାଇଥିଲେ । ସେଠାରେ ଜିତେନ୍ଦ୍ର ନାମକ ଜଣେ ଛଦ୍ମନାମଧାରୀ ଯୁବକଙ୍କ ସହ ତାଙ୍କର ପରିଚୟ ଓ ପରେ ବନ୍ଧୁତା ହୋଇଥିଲା । ଉଭୟଙ୍କ ମଧ୍ୟରେ ସମୟ କ୍ରମେ ପ୍ରେମ ସମ୍ପର୍କ ଗଢିଉଠିବା ସହ ସେମାନେ ବିବାହ ମଧ୍ୟ କରିଥିଲେ । ହେଲେ କିଛି ମାସ ପରେ ଜିତେନ୍ଦ୍ର ଜଣେ ମୁସଲିମ ଯୁବକ ବୋଲି ଜାଣିବାକୁ ପାଇଥିଲା ଯୁବତୀ । ଏନେଇ ସେ ପୋଲିସରେ ଅଭିଯୋଗ କରିବା ପାଇଁ ଥାନାରେ ପହଞ୍ଚିଥିଲା । ପୋଲିସ ମଧ୍ୟ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରିଥିଲା । ହେଲେ ପ୍ରାଥମିକ ତଦନ୍ତ ପରେ ଅଭିଯୋଗକାରିଣୀ ମହିଳା ବିରୋଧରେ ପୂର୍ବରୁ 22ଟି ବିବାହ ଓ ଲୁଟ ମାମଲା ରହିଛି ।

ଏପରି ସୂଚନା ମିଳିବା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଦିଗ ମଧ୍ୟ ବଦଳିଛି । ଉଭୟଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ଫେରାର ଯୁବକଙ୍କୁ ଗିରଫ କରିବା ପାଇଁ ପ୍ରୟାସ କରୁଛି । ମହିଳାଙ୍କ ପୂର୍ବ ମାମଲାର ରେକର୍ଡ ମଧ୍ୟ ଯାଞ୍ଚ କରିବା ପାଇଁ ମଧ୍ୟ ପ୍ରଦେଶ ପୋଲିସ ସହଯୋଗ ନେଇପାରେ ଉତ୍ତର ପ୍ରଦେଶ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details