ଓଡିଶା

odisha

ETV Bharat / bharat

କୋଭିଡ ସଂର୍ଘଷରେ ଭାରତକୁ ସହଯୋଗର ହାତ ବଢାଇଲା ଫ୍ରାନ୍ସ - ଫ୍ରାନ୍ସ ରାଷ୍ଟ୍ରପତି

କୋରୋନା ମହାମାରୀ ବିରୁଦ୍ଧରେ ଲଢେଇ କରୁଥିବା ଭାରତକୁ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ଫ୍ରାନ୍ସ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ଅଧିକ ପଢନ୍ତୁ...

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ର
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ର

By

Published : Apr 23, 2021, 2:28 PM IST

ନୂଆଦିଲ୍ଲୀ: ଅଦୃଶ୍ୟ ଶକ୍ତି ସହିତ ଲଢେଇ କରୁଛି ସାରା ଦେଶ । କୋରୋନା ମହାମାରୀ ବିରୁଦ୍ଧରେ ଲଢେଇ କରୁଥିବା ଭାରତକୁ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ଫ୍ରାନ୍ସ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ।

ଭାରତବାସୀଙ୍କୁ ଏକତାର ବାର୍ତ୍ତା ଦେଇ ଇମାନୁଏଲ କହିଛନ୍ତି, ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଭାରତୀୟଙ୍କ ଏହି ଯୁଦ୍ଧରେ ପ୍ରତିଟି ମୂହୁର୍ତ୍ତରେ ଫ୍ରାନ୍ସ ଭାରତ ସହିତ ଅଛି ବୋଲି କହିଛନ୍ତି ଇମାନୁଏଲ । ଆମେ ଭାରତକୁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଇମାନୁଏଲ ।

ଭାରତରୁ ଫ୍ରାନ୍ସକୁ ଆସୁଥିବା ଯାତ୍ରୀଙ୍କ ପାଇଁ 10ଦିନିଆ କ୍ବାରେଣ୍ଟାଇନରେ ରହିବା ନିୟମ ଆଗାମି ଦିନରେ ଲାଗୁ ହେବ ବୋଲି ସୂଚନା ମିଳିଛି । କୋରୋନାକୁ ପ୍ରତିହତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । କୋରୋନାର ସଂକ୍ରମଣ ବୃଦ୍ଧି ନେଇ ଅନେକ ଦେଶ ଭାରତୀୟ ଯାତ୍ରୀଙ୍କ ଉପରେ କଟକଣା ଲଗାଇଥିବା ବେଳେ ଫ୍ରାନ୍ସ ଭାରତକୁ ସାହାଯ୍ୟର ହାତ ବଢାଇଛି ।

ପ୍ରକାଶ ଥାଉ କି, ଆଜି ଗୋଟିଏ ଦିନରେ 3 ଲକ୍ଷ 32 ହଜାର730 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଭାରତରେ24 ଲକ୍ଷ 28 ହଜାର 616ଟି ସକ୍ରିୟ ମାମଲା ରହିଛି ।

@ANI

ABOUT THE AUTHOR

...view details