ବେଙ୍ଗାଲୁରୁ:ଜଳ ପ୍ରପାତରେ ବିପଦପୂର୍ଣ୍ଣ ସେଲ୍ଫି ନେବା ହେଲା କାଳ । ପାଣିରେ ବୁଡି ୪ ଯୁବତୀ ପ୍ରାଣ ହରାଇଛନ୍ତି । କର୍ଣ୍ଣାଟକର ମହାରାଷ୍ଟ୍ର ସୀମାନ୍ତବର୍ତ୍ତୀ ବେଲଗାଭି ଜିଲ୍ଲାର କିଟାଓ୍ବାଡା ଜଳ ପ୍ରପାତରେ ଏପରି ଦୁର୍ଘଟଣା ଘଟିଛି (Four Young Women Dies While Taking Selfie)। ସେଲ୍ଫି ନେଉଥିବାବେଳେ, ଏହି ପାଦ ଖସି ଯିବାରୁ ୫ ଜଣ ଯୁବତୀ ପାଣି ମଧ୍ୟକୁ ଖସି ପଡିଥିଲେ । ସେଠାରେ ଉପସ୍ଥିତ ଲୋକେ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବାବେଳେ ୪ଜଣ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନ ସହୟତାରେ ସମସ୍ତ ୪ମୃତଦେହ ଉଦ୍ଧାର ହେବା ସହ ମୃତକମାନଙ୍କ ପରିଚୟ ମଧ୍ୟ ସ୍ପଷ୍ଟ ହୋଇଛି ।
ସୂଚନା ଅନୁସାରେ, ବେଲଗାଭିରୁ ପ୍ରାୟ ୪୦ମହିଳା ଓ ଯୁବତୀ ଏକ ପରିଭ୍ରମଣରେ କାଟିଓ୍ବାଡା ଜଳ ପ୍ରପାତ ଯାଇଥିଲେ । ସେଠାରେ ସେଲ୍ଫି ନେବା ବେଳେ ୫ଜଣ ମହିଳା ପାଣିକୁ ଖସି ପଡିଥିଲେ । ତେବେ ସେଠାରେ ଥିବା ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଅନ୍ୟ ୪ ଯୁବତୀଙ୍କ ମୃତ୍ୟୁ ହୋଇଛି । ଉଦ୍ଧାର ମହିଳା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ପହଞ୍ଚି ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇଛି । କେଉଁ ପରିସ୍ଥିରେ ଏପରି ଅଘଟଣ ଘଟିଲା ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ ।