ହାଇଦ୍ରାବାଦ:ଗତକାଲି ନେପାଳରେ ହୋଇଥିବା ଭୂସ୍ଖଳନରେ 4ଜଣ ବିହାରୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ବିହାର କିଶନଗଞ୍ଜ ଅଞ୍ଚଳର । ଏମାନେ ସମସ୍ତେ ନେପାଳ ଫିକାଲ ଅଞ୍ଚଳରେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟରତ ଥଲେ । ଏମାନଙ୍କର ପରିଚୟ ମଧ୍ୟ ସ୍ପଷ୍ଟ ହୋଇଛି । ସେମାନେ ମୁଜାଫର ଆଲାମ, ଅବଦ୍ଦୁଲ ଆଲାମ, ତୌସିବ ଓ ଆଜିମୁଦ୍ଦିନ । ସମସ୍ତଙ୍କ ବୟସ 22 ରୁ 30 ମଧ୍ୟରେ ହେବ । ସମସ୍ତେ କିଶନଗଞ୍ଜର ସ୍ଥାନୀୟ ବାସିନ୍ଦା ।
ନେପାଳ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ପ୍ରାୟ ଅପରାହ୍ନ 4ଟା ବେଳେ ଏହି ଭୂସ୍ଖଳନ ହୋଇଥିଲା । ଏମାନେ ଏକ ଘର ନିର୍ମାଣରେ କାର୍ଯ୍ୟରତ ଥିବା ସମୟରେ ଭୂସ୍ଖଳନ ହେବାରୁ ସମସ୍ତ 4 ଶ୍ରମିକ ମାଟି ଅତଡା ତଳେ ପୋତି ହୋଇଯାଇଥିଲେ । ଖବର ମିଳିବା ପରେ ଉଦ୍ଧାର ଅପରେସନ ଆରମ୍ଭ ହୋଇଥିଲା । କିଛି ଘଣ୍ଟାର ଅପରେସନ ପରେ ମୃତଦେହଗୁଡିକୁ ବାହାର କରାଯାଇ ଚିହ୍ନଟ କରାଯାଇଥିଲା । ସେମାନେ ଭାରତୀୟ ନାଗରିକ ବୋଲି ଜଣାପଡିବା ପରେ ଏ ସମ୍ପର୍କରେ ସେମାନଙ୍କ ପରିବାରକୁ ସୂଚନା ଦିଆଯାଇଛି । ନେପାଳରେ ହିଁ ସେମାନଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ସାରିଛି । ପରିବାର ସଦସ୍ୟ ପହଞ୍ଚିବା ପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବା ନେଇ ନେପାଳର ସ୍ଥାନୀୟ ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।