ଡେରାଡୁନ : ଉତ୍ତରାଖଣ୍ଡର ବେରିନାଗ ଅଞ୍ଚଳସ୍ଥିତ ପମତୋଡ଼ି ନିକଟରେ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ୧୦୦ ଫୁଟ ଗଭୀର ଖାଇ ଭିତରକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ଚାରିଜଣ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୨ଜଣ ଯୁବକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।
ସଡ଼କ ଦୁର୍ଘଟଣା: ୧୦୦ ଫୁଟ ଗଭୀର ଖାଇ ଭିତରକୁ ଖସିଲା କାର୍, ୪ ମୃତ - ବେରିନାଗରେ ଭୟଙ୍କର ସଡ଼କ ଦୁର୍ଘଟଣା
ବେରିନାଗ ଅଞ୍ଚଳରେ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ୧୦୦ ଫୁଟ ଗଭୀର ଖାଇ ଭିତରକୁ ଖସି ପଡ଼ିଛି । ଏହି ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ
Etv Bharatସଡ଼କ ଦୁର୍ଘଟଣା : ୧୦୦ ଫୁଟ ଗଭୀର ଖାଦାନ ଭିତରକୁ ଖସିଲା କାର୍, ୪ ମୃତ
ସୂଚନାନୁସାରେ ନୈନିତାଲର ହାଲଡୱାନିରେ ଶିକ୍ଷକ ଚନ୍ଦନ ସିଂ ବସେଡ଼ା (୬୧) ନିଜ ପରିବାର ସହ ବସେଡ଼ାମୁଲ ଗାଁକୁ ପୂଜା କରିବା ପାଇଁ ଯାଇଥିଲେ । ସେଠାରୁ କାମ ସାରି ବାଗେଶ୍ବର ଫେରୁଥିବା ବେଳେ ଗାଡ଼ିରେ ଭାରସାମ୍ୟ ହରାଇ ବସାଇଥିଲେ । ଫଳରେ ୧୦୦ ଫୁଟ ଗଭୀର ଖାଇ ଭିତରକୁ ଖସିପଡ଼ିଥିଲା କାର୍ । ସ୍ଥାନୀୟ ବାସିନ୍ଦା ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ