ଓଡିଶା

odisha

ସ୍ୱତନ୍ତ୍ର ସେଲ୍ ଦ୍ୱାରା ଗୋଗି ଗ୍ୟାଙ୍ଗର ଚାରି ସୁଟର ଗିରଫ

By

Published : Oct 3, 2021, 8:25 PM IST

ରୋହିଣୀ କୋର୍ଟରେ ହୋଇଥିବା କୁଖ୍ୟାତ ଅପରାଧି ଜିତେନ୍ଦ୍ର ଗୋଗୀଙ୍କ ହତ୍ୟା ଘଟଣାରେ ତାଙ୍କ ବଦଲା ନେବା ପାଇଁ ସୁଟର ବଡ ଚକ୍ରାନ୍ତ କରୁଛନ୍ତି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଦ୍ବାରା ଗିରଫ ଗୋଗୀ ଗ୍ୟାଙ୍ଗର ସୁଟର ଏହି ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ...

ସ୍ୱତନ୍ତ୍ର ସେଲ୍ ଦ୍ୱାରା ଗୋଗି ଗ୍ୟାଙ୍ଗର ଚାରି ସୁଟର ଗିରଫ
ସ୍ୱତନ୍ତ୍ର ସେଲ୍ ଦ୍ୱାରା ଗୋଗି ଗ୍ୟାଙ୍ଗର ଚାରି ସୁଟର ଗିରଫ

ନୂଆଦିଲ୍ଲୀ: ରୋହିଣୀ କୋର୍ଟରେ ହୋଇଥିବା କୁଖ୍ୟାତ ଅପରାଧି ଜିତେନ୍ଦ୍ର ଗୋଗୀଙ୍କ ହତ୍ୟା ଘଟଣାରେ ତାଙ୍କ ବଦଲା ନେବା ପାଇଁ ସୁଟର ବଡ ଚକ୍ରାନ୍ତ କରୁଛନ୍ତି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଦ୍ବାରା ଗିରଫ ଗୋଗୀ ଗ୍ୟାଙ୍ଗର ସୁଟର ଏହି ଖୁଲାସା କରିଛନ୍ତି । ସ୍ପେଶାଲ ସେଲ ଗୋଗୀର ୪ ସୁଟରଙ୍କୁ ଗିରଫ କରିଛନ୍ତି, ଯେଉଁମାନେ ଟିଲୁ ଏବଂ ତାଙ୍କ ସାଥିଙ୍କ ଉପରେ ଆକ୍ରମଣ କରିବାର ବଡ ଚକ୍ରାନ୍ତ କରୁଥିଲେ । ପୋଲିସ ତାଙ୍କଠାରୁ ବହୁତ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ।

ସୂଚନା ମୁତାବକ, ପ୍ରାୟ ଏକ ଦଶକରୁ ଟିଲ୍ଲୁ ଏବଂ ଜିତେନ୍ଦ୍ର ଗୋଗୀ ଗ୍ୟାଙ୍ଗ ମଧ୍ୟରେ ଶତ୍ରୁତା ଲାଗି ରହିଛି । ଏହି ଶତ୍ରୁତାରେ ଏପର୍ଯ୍ୟନ୍ତ ଦୁଇ ଡର୍ଜନରୁ ଅଧିକ ହତ୍ୟାକୁ ପୂର୍ଣ୍ଣରୂପ ଦିଆସରିଛି । ଗତ ୨୪ ସେପ୍ଟେମ୍ବରକୁ ରୋହିଣୀ କୋର୍ଟରେ ଟିଲ୍ଲୁଙ୍କ ସାଥି ହାଜର କରାଇବା ସମୟରେ ଜିତେନ୍ଦ୍ର ଗୋଗୀଙ୍କୁ ହତ୍ୟା କରିଥିଲେ । ଏହି ସମୟରେ ଦୁଇ ଆକ୍ରମଣକାରୀ ମଧ୍ୟ ମୃତ୍ୟୁବରଣ କରିଥିଲେ । ଏହାପରଠୁ ଉକ୍ତ ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି ବଡ ସଂଘର୍ଷର ଆଶଙ୍କା କରାଯାଉଥିଲା ଏବଂ ହତ୍ୟାର ପରିଣତିକୁ ମଧ୍ୟ ଉପେକ୍ଷା କରାଯାଇନଥିଲା । ଏହାକୁ ନେଇ ଗୋଟିଏ ପଟେ ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଇଥିବାବେଳେ ଅନ୍ୟପଟେ ସ୍ପେଶାଲ ସେଲ ଏବଂ କ୍ରାଇମବ୍ରାଞ୍ଚର ଟିମ ଦୁଇ ଗ୍ୟାଙ୍ଗର ଅପରାଧୀଙ୍କୁ ନେଇ ଛାନଭିନ କରୁଛନ୍ତି ।

ନିକଟରେ ସ୍ପେଶାଲ ସେଲର ଟିମକୁ ସୂଚନା ମିଳିଥିଲା ଯେ, ଗୋଗୀ ଗ୍ୟାଙ୍ଗର ସୁଟର ଏହି ହତ୍ୟାକାଣ୍ଡର ବଦଲା ନେବାପାଇଁ ମଉକା ଖୋଜୁଛି । ସେ ଜେଲରେ ବନ୍ଦ ଥିବା ସୁନୀଲ ମାନ ଓରଫ ଟିଲ୍ଲୁ ଏବଂ ତାଙ୍କ ଗ୍ୟାଙ୍ଗ ସହିତ ସମ୍ପୃକ୍ତ ଲୋକଙ୍କୁ ହତ୍ୟା କରିପାରନ୍ତି । ଏହି ସୂଚନା ପରେ ସ୍ପେଶାଲ ସେଲର ଟିମ ଛାନଭିନ କରୁଥିଲା । ତାଙ୍କୁ ଜଣାପଡିଲା ଯେ, ଏପରି ୪ ସୁଟର ଘଟଣା ଘଟାଇବା ପାଇଁ ବଡଧରଣର ଷଡଯନ୍ତ୍ର କରୁଛି । ଏହି ସୂଚନା ଆଧାରରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ୪ ଅପରାଧୀଙ୍କୁ ଗିରଫ କରିନେଇଛନ୍ତି । ସମ୍ପୂର୍ଣ୍ଣ ଘଟଣାର ଚକ୍ରାନ୍ତ ପାଇଁ ପଚରାଉଚୁରା ଚାଲିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details