ଜୟପୁର: ରାଜସ୍ଥାନର ଯୋଧପୁରରେ ଭୟଙ୍କର ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟିଛି (Gas cylinders explosion in Rajasthan's Jodhpur) । ପ୍ରାଥମିକ ସୂଚନା ଅନୁସାରେ ଏହି ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ ଜଣ ଆହତ ହୋଇଛନ୍ତି । ଗ୍ୟାସ ଲିକ୍ ହେବାପରେ ପ୍ରାୟ ଏକାଧିକ ଗ୍ୟାସ ସିଲିଣ୍ଡରର ବିସ୍ଫୋରଣ ଘଟିଛି । ଆହତଙ୍କୁ ତୁରନ୍ତ ନିକଟସ୍ଥ ମହାତ୍ମା ଗାନ୍ଧୀ ହସ୍ପିଟାଲକୁ (Mahatma Gandhi Hospital ) ନିଆଯାଇଛି । ଏହି ବିସ୍ଫୋରଣ ଜନବସତି ଅଞ୍ଚଳରେ ଘଟିଛି । ଯୋଧପୁରର ରାୱତ ନଗର ଅଞ୍ଚଳର ମାତା କା ଥାନ୍ରେ ଘଟିଛି ।
ଯୋଧପୁରରେ ଫାଟିଲା ଏକାଧିକ ସିଲିଣ୍ଡର ଏହି ଅଘଟଣରେ ଗୁରୁତର ହୋଇଥିବା ଲୋକଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡ଼ିଛି । ଘଟଣା ଘଟିବା ପରେ ସ୍ଥାନୀୟ ଜିଲ୍ଲାପାଳ ହିମାଂଶୁ ଗୁପ୍ତା ହସ୍ପିଟାଲରେ ପହଞ୍ଚି ଡାକ୍ତରଙ୍କ ସହିତ ଆଲୋଚନା କରିଛନ୍ତି । ଗୁରୁତରଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବା ପାଇଁ ସେ କହିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ପୂର୍ବାଞ୍ଚଳ ପୋଲିସର ଡେପୁଟି କମିଶନର ଅମ୍ରିତା ଦୁହାନ କହିଛନ୍ତି, " ମାତା କା ଥାନ୍ ପୋଲିସ ଷ୍ଟେସନ (Mata ka Than Police Station) ସ୍ଥିତ କୀର୍ତ୍ତି ନଗର ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା ।
ଯୋଧପୁରରେ ଫାଟିଲା ଏକାଧିକ ସିଲିଣ୍ଡର ଏହା ବି ପଢନ୍ତୁ- ସଫଳ ହେଲା ବିହାର ବନବିଭାଗ, ଟଳିଲା ମଣିଷଖିଆ ବାଘ
ଘର ମାଲିକ ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ଯୋଗାଇଥାନ୍ତି । ଏଥିଲାଗି ସେ ନିଜ ଘରେ ଗ୍ୟାସ ସିଲିଣ୍ଡର ରଖିଥାନ୍ତି । ଗୋଟିଏ ସିଲିଣ୍ଡରରୁ ଅନ୍ୟ ଏକ ସିଲିଣ୍ଡରକୁ ଗ୍ୟାସ ଭର୍ତ୍ତି (Explosion during transferring of gas) କରୁଥିବା ସମୟରେ ଗ୍ୟାସ ଲିକ୍ ହୋଇଥିଲା । ଏହାପରେ ନିଆଁ ଲଗାଯାଇଥିଲା । ଘଟଣାରେ ଅନେକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ଖୋଜି ଏକ ବିଧିବଦ୍ଧ ତାଲିକା ପ୍ରସ୍ତୁତ କରାଯାଉଛି ।" ଏହାସହିତ ଜନବସତି ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ନ ରଖିବାକୁ ସେ ଲୋକଙ୍କୁ ତାଗିଦ କରିଛନ୍ତି ।
ତେବେ ଆଗକୁ ଜନବସତି ଅଞ୍ଚଳରେ ଗ୍ୟାସ ସିଲିଣ୍ଡର ଷ୍ଟୋର କରି ରଖିଲେ ପୋଲିସ ଓ ସ୍ଥାନୀୟ ପ୍ରଶାସନ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏହି ବିସ୍ଫୋରଣ ଘଟିବା ସମୟରେ ଉକ୍ତ ଅଞ୍ଚଳରେ ପ୍ରାୟ ୧୨ରୁ ଅଧିକ ପରିବାର ଉପସ୍ଥିତ ରହିଥିବା ଜଣାପଡ଼ିଛି । ଏହି ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ହଠାତ ବିସ୍ଫୋରଣର ଶବ୍ଦରେ ଉକ୍ତ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା । ଏବେ ଉକ୍ତ ଅଞ୍ଚଳରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି ।