ଓଡିଶା

odisha

ETV Bharat / bharat

Kotpally Dam: କୋଟପାଲି ଡ୍ୟାମରେ ଅଘଟଣ, ପହଁରୁଥିବା ବେଳେ ଗୋଟିଏ ପରିବାରର ୪ ମୃତ - କୋଟପାଲି ଡ୍ୟାମରେ ଅଘଟଣ

ମକର ସଂକ୍ରାନ୍ତି ପର୍ବ ବେଳେ ତେଲେଙ୍ଗାନା କୋଟପାଲି ଡ୍ୟାମରେ ଅଘଟଣ । ବୁଡିଯିବା ଫଳରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jan 17, 2023, 7:39 AM IST

ହାଇଦ୍ରାବାଦ:ରାଜ୍ୟରେ ମକର ସଂକ୍ରାନ୍ତିକୁ ନେଇ ଖୁସିର ମାହୋଲ ରହିଥିବା ବେଳେ ଘଟିଛି ଅଘଟଣ । କୋଟପାଲି ଡ୍ୟାମରେ ପହଁରୁଥିବା ବେଳେ ଏକା ବେଳେ ଚାଲିଗଲା ୪ ଜଣଙ୍କ ଜୀବନ । ଦୁଃଖର ବିଷୟ ହେଉଛି ଏହି ୪ ମୃତକ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ଏମାନେ ମଜାମସ୍ତି କରିବା ଲାଗି ଡ୍ୟାମକୁ ଆସି ପହଁରୁଥିବା ବେଳେ ହଠାତ ବୁଡି ଯାଇ ଅକାଳରେ ସେମାନଙ୍କ ପ୍ରାଣହାନୀ ଘଟିଛି ।

ଏହି ଡ୍ୟାମର ଗଭୀର ଅଧିକ ହୋଇଥିବାରୁ ଏହି ୪ ଯୁବକଙ୍କ ମୃତ୍ୟୁ ଘଟିଛି । ଡ୍ୟାମରେ ଏମାନେ ବୁଡି ଯିବା ପରେ ସ୍ଥାନୀୟ ବାସିନ୍ଦା ସେମାନଙ୍କୁ ଉଦ୍ଧାର ଚେଷ୍ଟା କରିଥିଲେ । ତେବେ ଉଦ୍ଧାର କରିବା ବେଳକୁ ସେମାନଙ୍କ ମୃତ୍ୟୁ ଘଟିଥିଲା । ଏହି ମୃତକମାନେ ହେଉଛନ୍ତି ଲୋକେଶ, ଜଗଦୀଶ, ଭେଙ୍କଟେଶ ଓ ରାଜେଶ । ଏମାନେ ପୁଡୁରୁ ମଣ୍ଡଳର ମାନିଗୁଡ଼ା ଅଞ୍ଚଳବାସୀ । ଏମାନଙ୍କ ମୃତଦେହକୁ ଭିକ୍ରାବାଦ ସରକାରୀ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ଏହି ଘଟଣା ନେଇ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ- 10-Seater Motorbike: ସୌରଚାଳିତ ୧୦ସିଟର୍ ବାଇକ, ଥରେ ଚାର୍ଜ ହେଲେ ଗଡିବ 100KM

ପୋଲିସର ସୂଚନା ଅନୁସାରେ ମକର ସଂକ୍ରାନ୍ତି ଲାଗି ସହରରେ ଛୁଟି ଥିଲା । ଅନେକ ରାଜ୍ୟବାସୀ ଛୁଟି କାଟିବା ଲାଗି ଅନନ୍ତଗିରି ପର୍ବତକୁ ଆସିଥିଲେ । ଏଠାରେ ଛୁଟି ସମୟକୁ ଅତିବାହିତ କରିବା ପରେ ସେମାନେ କୋଟପାଲ୍ଲି ଡ୍ୟାମକୁ ଯାଇଥିଲେ । ଏଠାକୁ ଯାଇ କିଛି ସମୟ ବୁଲିବା ପରେ ସେମାନେ ପହଁରିବାକୁ ନିଷ୍ପତ୍ତି ନେଇଥିଲେ । ଏମାନେ ପହଁରୁଥିବା ବେଳେ ଭିତରକୁ ଯାଇଥିଲେ । ଡ୍ୟାମ ଗଭୀର ଥିବାରୁ ଏମାନେ ବୁଡି ଯାଇଥିଲେ । ପ୍ରଥମେ ୨ ଜଣ ପହଁରିବାକୁ ଯାଇଥିଲେ । ସେମାନେ ବୁଡିଯାଉଥିବା ଦେଖି ଅନ୍ୟ ୨ ଜଣ ରକ୍ଷା କରିବା ଲାଗି ଡ୍ୟାମକୁ ଡେଇଁଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ଜିଲ୍ଲା ପ୍ରଶାସନ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ବିଧାୟକ ମେଟୁକୁ ଆନନ୍ଦ ହସ୍ପିଟାଲରେ ପହଞ୍ଚିବା ପରେ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏହି ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦିଆଯିବ ବୋଲି ଜଣାପଡ଼ିଛି । ମୃତକଙ୍କ ପରିବାରକୁ ଯେକୌଣସି ପରିସ୍ଥିତିରେ ସାହାଯ୍ୟ କରିବା ଲାଗି ବିଧାୟକ ଆନନ୍ଦ ପ୍ରତିଶୃତି ଦେଇଛନ୍ତି ।

ABOUT THE AUTHOR

...view details