ଓଡିଶା

odisha

By

Published : Aug 14, 2021, 4:59 PM IST

ETV Bharat / bharat

ସ୍ବାଧୀନତା ଦିବସ ପୂର୍ବରୁ ସେନାକୁ ସଫଳତା, ୪ JeM ଆତଙ୍କବାଦୀ ଗିରଫ

ସ୍ବାଧୀନତା ଦିବସ ପୂର୍ବରୁ ଜମ୍ମୁରେ ଭାରତୀୟ ସେନାକୁ ବଡ ସଫଳତା । ୪ ଜୈଶ-ଏ-ମହମ୍ମଦ (JeM) ଆତଙ୍କୀ ଗିରଫ । ସ୍ବାଧୀନତା ଦିବସରେ ବଡ ଆକ୍ରମଣ ଯୋଜନା ପଣ୍ଡ । ଅଧିକ ପଢନ୍ତୁ...

ସ୍ବାଧୀନତା ଦିବସ ପୂର୍ବରୁ ସେନାକୁ ସଫଳତା, ଗିରଫ ହେଲେ ୪ ଜୈଶ-ଏ-ମହମ୍ମଦ ଆତଙ୍କୀ
ସ୍ବାଧୀନତା ଦିବସ ପୂର୍ବରୁ ସେନାକୁ ସଫଳତା, ଗିରଫ ହେଲେ ୪ ଜୈଶ-ଏ-ମହମ୍ମଦ ଆତଙ୍କୀ

ଶ୍ରୀନଗର: ସ୍ବାଧୀନତା ଦିବସ ପୂର୍ବରୁ ଜମ୍ମୁରେ ଭାରତୀୟ ସେନାକୁ ବଡ ସଫଳତା । ଗିରଫ ହେଲେ ଜୈଶ-ଏ-ମହମ୍ମଦ (JEM)ର ୪ ଜଣ ଆତଙ୍କବାଦୀ । ଏମାନେ ସ୍ବାଧୀନତା ଦିବସରେ କୌଣସି ଅଘଟଣ ଘଟାଇବା ଯୋଜନାକୁ ରୂପ ଦେବା ପୂର୍ବରୁ ସେନା ସେମାନଙ୍କୁ ଧରିବାରେ ସଫଳ ହୋଇଛି । ଏନେଇ କାଶ୍ମୀର ଆଇଜି ସୂଚନା ଦେଇଛନ୍ତି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଗିରଫଦାରୀ ଶୃଙ୍ଖଳାରେ ପ୍ରଥମେ ଆତଙ୍କାବଦୀ ମନସୁର ଅମମ୍ମଦ ଭଟ୍ଟର ପୁଅ ମୁନତାଜିର ମନଜୁର ଆଲିଆସ ସୈଫିଲା ଗିରଫ ହେବା ପରେ ଅନ୍ୟ ୩ ଆତଙ୍କୀଙ୍କ ଗତିବିଧି ନେଇ ସୂଚନା ପାଇଥିଲା ପୋଲିସ । ପରେ ଅନ୍ୟ ୩ ଆତଙ୍କୀଙ୍କୁ ମିଶାଇ ମୋଟ ୪ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ଅନ୍ୟ ୩ ଗିରଫ ଆତଙ୍କୀ ହେଲେ ଇଜହାର ଖାନ ଆଲିୟାସ, ତୌସିଫ ଅହମଦ ଖାନ ଓ ଅଦନମ । ଗିରଫଙ୍କ ମଧ୍ୟରୁ ୩ ଜଣ କାଶ୍ମୀର ଅଞ୍ଚଳର ହୋଇଥିବାବେଳେ ଜଣେ ଆତଙ୍କୀ ଉତ୍ତରପ୍ରଦେଶ ନିବାସୀ ବୋଲି ଜଣାପଡିଛି ।

ଏମାନଙ୍କ ନିକଟରୁ ମାଗାଜିନ, ୮ ରାଉଣ୍ଡ ଅଫୁଟା ଗୁଳି, ଗୋଟିଏ ପିସ୍ତଲ ଓ କିଛି ଚାଇନା ନିର୍ମିତ ହ୍ୟାଣ୍ଡ ଗ୍ରେନେଡ ମଧ୍ୟ ଜବତ କରାଯାଇଛି । ଏଥିସହିତ କାଶ୍ମୀର ଘାଟିରେ ସକ୍ରିୟ ଆତଙ୍କୀ ଗୋଷ୍ଠୀକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ବ୍ୟବହୃତ ହୋଇଆସୁଥିବା ଏକ ଟ୍ରକକୁ ମଧ୍ୟ ଜବତ କରାଯାଇଛି ।

ସ୍ବାଧୀନତା ଦିବସ ପୂର୍ବରୁ ଡ୍ରୋନ ସାହାଯ୍ୟରେ ଆଇଡି ବିସ୍ଫୋରଣ ଘଟାଇବା ପାଇଁ ସଂଗଠନକୁ ଦାୟିତ୍ବ ଦିଆଯାଇଥିଲା । ପୋଲିସ କହିଛି ଘାଟିରେ ସକ୍ରିୟ ଥିବା ଆତଙ୍କବାଦୀ ଗୋଷ୍ଠୀକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ସ୍ବାଧୀନତା ଦିବସରେ କାଶ୍ମୀର ସମେତ ଅନ୍ୟ କିଛି ସ୍ଥାନରେ ଅଘଟଣ ଘଟାଇବା ଯୋଜନା କରିଥିଲା ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ । ତେବେ ୪ ଆତଙ୍କୀ ଗିରଫ ହେବା ପରେ ଆକ୍ରମଣ ଯୋଜନା ପଣ୍ଡ ହୋଇଥିବା ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details