ଓଡିଶା

odisha

ETV Bharat / bharat

ତାମିଲନାଡୁରେ ଜଳପ୍ରଳୟ: ଉବୁଟୁବୁ ଚେନ୍ନାଇ, ୪ ମୃତ - chennai heavy rainfall

ଲଗାଣ ବର୍ଷାରେ ବେହାଲ ତାମିଲନାଡୁ । ରାଜଧାନୀ ଚେନ୍ନାଇ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ...

ତାମିଲନାଡୁରେ ଜଳପ୍ରଳୟ; ବେହାଲ ଚେନ୍ନାଇ, ୪ ମୃତ
ତାମିଲନାଡୁରେ ଜଳପ୍ରଳୟ; ବେହାଲ ଚେନ୍ନାଇ, ୪ ମୃତ

By

Published : Nov 9, 2021, 8:25 AM IST

ଚେନ୍ନାଇ: ତାମିଲନାଡୁରେ ଜଳପ୍ରଳୟ । ଲଗାଣ ବର୍ଷାରେ ତାମିଲନାଡୁ ସମେତ ରାଜଧାନୀ ଚେନ୍ନାଇରେ ସ୍ଥିତି ସାଙ୍ଘାତିକ ହୋଇପଡିଛି । ବର୍ଷା ଯୋଗୁଁ ଏଠାରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ୪ ଜଣଙ୍କ ପ୍ରାଣ ଯାଇଥିବା ସୂଚନା ମିଳିଛି । ଆଜି(ମଙ୍ଗଳବାର) ମଧ୍ୟ ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛନ୍ତି । ରାଜ୍ୟର ନୀଳଗିରିସ(Nilgiris), କୋଏମ୍ବାଟୁର(Coimbatore), ଦିଣ୍ଡିଗୁଲ(Dindigul), ଥେନି(Theni), ତେନକାଶି(Tenkasi ) ଏବଂ ତିରୁନେଲଭେଲି(Tirunelveli ) ଜିଲ୍ଲାଗୁଡିକ ପାଇଁ ଏହି ସତର୍କ ସୂଚନା ରହିଛି ।

ତାମିଲନାଡୁ ସରକାର ଏକ ବିବୃତ୍ତି ଜରିଆରେ କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ଚେନ୍ନାଇ, ଥେନି, ମଦୁରାଇରେ ପ୍ରବଳ ବର୍ଷା ଯୋଗୁଁ ଏ ଯାବତ୍ ୪ ଜଣଙ୍କୁ ମୃତ୍ୟୁ ହୋଇଛି । ଏଥିରେ ପ୍ରାୟ ୬୦ଟି ବାସଗୃହ ନଷ୍ଟ ହୋଇଥିବା କୁହାଯାଇଛି । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବର୍ଷା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ବିଭିନ୍ନ ଅଞ୍ଚଳରେ ପ୍ରଭାବିତଙ୍କୁ ରିଲିଫ୍ ସହାୟତା ଯୋଗାଇ ଦିଆଯାଉଛି । ରିଲିଫ କାର୍ଯ୍ୟ ସୁପରଭାଇଜ କରିବାକୁ ରାଜ୍ୟ ସରକାର ୧୫ ଜଣ IAS ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ମଦୁରାଇ, ଚେଙ୍ଗେଲପେଟ ଏବଂ ତିରୁଭାଲ୍ଲୁର ଅଞ୍ଚଳରେ ଦୁଇଟି NDRF ଟିମ୍ ମୁତୟନ ହୋଇଛନ୍ତି ।

ଆଜି ମଧ୍ୟ ଚେନ୍ନାଇ ସମେତ ବହୁ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ଦୃଷ୍ଟିରେ ରଖି ମଦୁରାଇ ଜିଲ୍ଲା ପ୍ରଶାସନ ଆଜି ଜିଲ୍ଲାର ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଛନ୍ତି । ତେବେ ୨୦୧୫ ପରେ ଚେନ୍ନାଇରେ ଏହା ସବୁଠୁ ବଡ ବର୍ଷା ହୋଇଥିବା ଜଣାପଡିଛି ।

ସେହିପରି ଜରୁରୀକାଳୀନ ସେବା ପାଇଁ ଚେନ୍ନାଇରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଛି । ୧୦୭୦ ଏବଂ ୧୦୭୭ ନମ୍ବର ଜରିଆରେ ଲୋକେ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିପାରିବେ । ସେହିପରି ୧୯୧୩ ଟୋଲ୍ ଫ୍ରି ନମ୍ବର ଡାଏଲ କରି ଚେନ୍ନାଇ ବାସିନ୍ଦା ଲୋକାଲ ବଡ ସହ ଯୋଡି ହୋଇପାରିବେ ।

ABOUT THE AUTHOR

...view details