ବେଙ୍ଗାଲୁର:ବେଙ୍ଗାଲୁରୁରେ ସିରିଜ ଦୁର୍ଘଟଣା (Serial accident in Bengaluru) । ଟ୍ରକ କାର ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବେଙ୍ଗାଲୁରୁର ପୁରଭଙ୍କାରା ଆପାର୍ଟମେଣ୍ଟ ନିକଟ ବ୍ୟାନରଘାଟା-ତୁମାକୁରୁ ନିସ ରୋଡରେ ଏହି ଦୁର୍ଘଟଣା ଘଟିଥିବାବେଳେ ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି । ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ବେଳେ ୫ଟି କାର ଓ ୩ଟି କଣ୍ଟେନର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
ବେଙ୍ଗାଲୁରୁରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ ମୃତ - ବେଙ୍ଗାଲୁରରେ ସିରିଜ ଦୁର୍ଘଟଣା
ବେଙ୍ଗାଲୁରୁରେ ସିରିଜ ଦୁର୍ଘଟଣା । ଟ୍ରକ କାର ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ । ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ବେଳେ ୫ଟି କାର ଓ ୩ଟି କଣ୍ଟେନର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଅଧିକ ପଢନ୍ତୁ
ବେଙ୍ଗାଲୁରରେ ସିରିଜ ଦୁର୍ଘଟଣା, ୪ମୃତ
ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟ୍ରକ ଡ୍ରାଇଭରର ବେପାରୁଆ ଗାଡି ଚାଳନା ହେତୁ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଏନେଇ ଅଧିକ ସୂଚନା ପାଇଁ ଏବେ ଅପେକ୍ଷା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ