ଓଡିଶା

odisha

ETV Bharat / bharat

ପଞ୍ଜାବରୁ ୪୦୦ କୋଟିର ହେରୋଇନ ଜବତ; ୪ ଗିରଫ

ପଞ୍ଜାବ ଫିରୋଜପୁରରୁ ୪୦୦ କୋଟି ଟଙ୍କାର ହେରୋଇନ ଜବତ । ୪ ଗିରଫ । ଅଧିକ ପଢନ୍ତୁ

ପଞ୍ଜାବରୁ ୪୦୦ କୋଟିର ହେରୋଇନ ଜବତ
ପଞ୍ଜାବରୁ ୪୦୦ କୋଟିର ହେରୋଇନ ଜବତ

By

Published : Aug 6, 2023, 3:28 PM IST

ଚଣ୍ଡିଗଡ: ପଞ୍ଜାବରୁ ବିପୁଳ ପରିମାଣର ହେରୋଇନ ଜବତ ହୋଇଛି । ପଞ୍ଜାବ ପୋଲିସର ଗୁଇନ୍ଦା ୟୁନିଟ୍ ଦୁଇଟି ଭିନ୍ନଭିନ୍ନ ଅପରେସନ ଚଳାଇ ପ୍ରାୟ ୭୭ କେଜି ହେରୋଇନ ଜବତ କରିଛି । ଅନ୍ତର୍ଜାତୀୟ ବଜାରରେ ଏହି ଡ୍ରଗ୍ସର ମୂଲ୍ୟ ପ୍ରାୟ ୪୦୦ କୋଟି ଟଙ୍କା ହେବ । ଏହି ଘଟଣାରେ ୪ ଜଣ ଡ୍ରଗ୍ସ ଚାଲାଣକାରୀ ଧରା ପଡ଼ିଛନ୍ତି । ସେମାନଙ୍କ ନିକଟରୁ ହେରୋଇନ ସହ ୩ଟି ପିସ୍ତଲ ଜବତ କରାଯାଇଛି । ଚଳିତ ବର୍ଷର ଏହା ସବୁଠୁ ବଡ଼ ଡ୍ରଗ୍ସ ଜବତ ମାମଲା ବୋଲି ଆଜି(ରବିବାର) ପଞ୍ଜାବ ଡିଜିପି ସୂଚନା ଦେଇଛନ୍ତି ।

ପଞ୍ଜାବର ଫିରୋଜପୁର ଅଞ୍ଚଳରୁ ଏହି ହେରୋଇନ ଜବତ ହୋଇଛି । ଏନେଇ ଡିଜିପି ଗୌରବ ଯାଦବ ଟ୍ବିଟ୍ କରିଛନ୍ତି ଯେ, ଗୁଇନ୍ଦା ଏଜେନ୍ସିର ନେତୃତ୍ବରେ ଦୁଇଟି ଭିନ୍ନ ଭିନ୍ନ ଅପରେସନରେ ଫିରୋଜପୁର କାଉଣ୍ଟର ଇଣ୍ଟେଲିଜିଏନ୍ସ ୱିଙ୍ଗ ବଡ ଧରଣର ନିଶାଦ୍ରବ୍ୟ ଚୋରା ଚାଲାଣ ଉଦ୍ୟମ ପଣ୍ଡ କରିଛି । ୪ ଜଣ ଡ୍ରଗ୍ସ ମାଫିଆଙ୍କ ସମେତ ୭୭ କେଜିର ହେରୋଇନ ଜବତ କରାଯାଇଛି । ଦୁଇଟି ଅପରେସନର ଯଥାକ୍ରମେ ୪୧ କେଜି ଓ ୩୬ କେଜି ହେରୋଇନ ଜବତ ହୋଇଛି । ଚାଲାଣକାରୀଙ୍କ ଠାରୁ ୩ଟି ପିସ୍ତଲ ଜବତ ହୋଇଛି । ଏହି ମଡ୍ୟୁଲ ପଞ୍ଜାବରେ ସୀମା ପାର ଏବଂ ଆନ୍ତଃରାଜ୍ୟ ଡ୍ରଗ୍ସ କାରବାରରେ ବେଶ୍ ସକ୍ରିୟ ଥିଲା ।

ଏହାମଧ୍ୟ ପଢନ୍ତୁ: ଗୁଜୁରାଟରୁ ୪୨୫ କୋଟିର ଡ୍ରଗ୍ସ ଜବତ, ୫ ଇରାନ ନାଗରିକ ଗିରଫ

ଏହି ଗ୍ୟାଙ୍ଗ୍‌ ସୀମାନ୍ତରେ ହେରୋଇନ ଚୋରା ଚାଲାଣରେ ଜଡ଼ିତ ଥିଲା । ଏହାପରେ ପଞ୍ଜାବ ଏବଂ ଅନ୍ୟ ରାଜ୍ୟରେ ଏହି ଚୋରା ଚାଲାଣ କରୁଥିଲା । ଆନ୍ତଃରାଜ୍ୟ ଡ୍ରଗ୍ସ ଚାଲାଣ ଗ୍ୟାଙ୍ଗର ୪ ଜଣ ଚାଲାଣକାରୀ ଧରାପଡ଼ିବା ଏକ ବଡ଼ ସଫଳତା ବୋଲି ଡିଜିପି ଗୌରବ ଯାଦବ କହିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଡିପିଏସ୍‌ ଆକ୍ଟରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଏହି ରାକେଟ୍‌ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଖୋଳତାଡ କରୁଛି ।

ଦୁଇ ମାସ ତଳେ ଗୁଜୁରାଟ ଉପକୂଳରୁ ୪୨୫ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଥିଲା । ଏହି ଘଟଣାରେ ୫ ଜଣ ଇରାନ ନାଗରିକ ଗିରଫ ହୋଇଥିଲେ । ଅଭିଯୁକ୍ତମାନେ ବୋଟ୍‌ ଯୋଗେ ଡ୍ରଗ୍ସ ଚାଲାଣ ଉଦ୍ୟମ କରୁଥିଲେ । ହେଲେ ଗୁଜୁରାଟ ଏଟିଏସ୍‌ ଓ ଭାରତୀୟ ତଟରକ୍ଷୀ ବାହିନୀ ମିଳିତ ଭାବେ ଏହି ବଡ଼ ଧରଣର ନିଶାଦ୍ରବ୍ୟ ଚୋରା ଚାଲାଣ ଉଦ୍ୟମ ପଣ୍ଡ କରିଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details