ଓଡିଶା

odisha

ETV Bharat / bharat

Ankita Bhandari Case: CBI ତଦନ୍ତ ଦାବିରେ ହରିଶ ରାୱତଙ୍କ ଧାରଣା - ହରିଶ ରାୱତଙ୍କ ଧାରଣା

ଉତ୍ତରାଖଣ୍ଡ ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀ ମୃତ୍ୟୁ ଘଟଣା (Ankita Bhandari Case) । ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ (Former Uttarakhand CM Harish Rawat) CBI ତଦନ୍ତ ଦାବି କରି ୨୪ ଘଣ୍ଟିଆ ଧାରଣାରେ ବସିଛନ୍ତି ।

Etv Bharat
Etv Bharat

By

Published : Dec 27, 2022, 5:39 PM IST

ଡେରାଡୁନ: ଉତ୍ତରାଖଣ୍ଡ ରିସେପସନିଷ୍ଟ ଅଙ୍କିତା ଭଣ୍ଡାରୀ ମୃତ୍ୟୁ ଘଟଣା (Ankita Bhandari Case) । ସିବିଆଇ (CBI) ତଦନ୍ତ ଦାବି କରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ (Former Uttarakhand CM Harish Rawat) ୨୪ ଘଣ୍ଟିଆ ଧାରଣାରେ ବସିଛନ୍ତି । ହରିଶଙ୍କ ସହିତ କିଛି କଂଗ୍ରେସ ସମର୍ଥକ ଡେରାଡୁନ ଗାନ୍ଧୀ ପାର୍କ ନିକଟରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ଅଙ୍କିତାଙ୍କୁ ନ୍ୟାୟ ଦେବା ସହ ଏହି ଘଟଣାରେ ଜଡ଼ିତ ଥିବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ ପର୍ଦ୍ଦାଫାଶ କରିବା ଲାଗି ସେ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ସୋମବାର ଅପରାହ୍ନରେ ସେ ଧାରଣାରେ ବସିଥିବା ବେଳେ ଅଙ୍କିତା ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରାଯାଉ ବୋଲି କହିଛନ୍ତି । ଏହି ଘଟଣାରେ ରାଜ୍ୟବାସୀ ପ୍ରକୃତ ଦୋଷୀ କିଏ ଜାଣିବାକୁ ଚାହୁଁଛନ୍ତି । କାହା ନିର୍ଦ୍ଦେଶରେ ରିସର୍ଟରେ ବୁଲଡୋଜର ଚାଲିଥିଲା । ଏଯାବତ ରିସର୍ଟକୁ କାହିଁକି ସିଲ୍‌ କରାଯାଇନାହିଁ ?" ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ନେତା ବିନୋଦ ଆର୍ଯ୍ୟଙ୍କ ପୁଅ ତଥା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟଙ୍କ ଦ୍ବାରା ଏହି ରିସର୍ଟ ଚାଲୁଥିଲା । ଘଟଣା ସାମନାକୁ ଆସିବା ପରେ ବିଜେପି ଦଳୀୟ ନେତା ବିନୋଦ ଆର୍ଯ୍ୟଙ୍କୁ ଦଳରୁ ବହିଷ୍କାର କରିଥିଲା । ଗତ ସେପ୍ଟେମ୍ବର ୨୪ ତାରିଖରେ ଅଙ୍କିତାଙ୍କ ମୃତଦେହକୁ ଋଷିକେଶର ଚିଲ୍ଲା କେନାଲରୁ ଉଦ୍ଧାର କରିଥିଲା ।

ଏହା ବି ପଢନ୍ତୁ- Ankita Murder Case: ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ

ସୂଚନା ଥାଉ କି ମୁଖ୍ୟ ଅଭିଯୁକ୍ତ ପୁଲକିତଙ୍କ ରିସର୍ଟରେ କାମ କରୁଥିଲେ ୧୯ ବର୍ଷୀୟ ଯୁବତୀ ଅଙ୍କିତା । ପ୍ରଥମେ ସେ ନିଖୋଜ ଥିବାବେଳେ ତାଙ୍କ ମୃତଦେହ କେନାଲରୁ ଉଦ୍ଧାର ହୋଇଥିଲା । ଅଙ୍କିତାଙ୍କ ବାପା ଓ ଭାଇ ତାଙ୍କର ମୃତଦେହ ଚିହ୍ନଟ କରିଥିଲେ । ଅଙ୍କିତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିବା ପରେ ରିସର୍ଟ ପାଖ କେନାଲରେ ମୃତଦେହ ଖୋଜାଖୋଜି ଆରମ୍ଭ ହୋଇଥିଲା । ମୃତଦେହ ମିଳିବା ପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ପୁଲକିତ ଆର୍ଯ୍ୟଙ୍କୁ ଗିରଫ କରାଯାଇଥିଲା ।

ଅଭିଯୁକ୍ତ ପୁଲକିତ ଆର୍ଯ୍ୟକୁ ପଚରାଉଚରା ସମୟରେ ପ୍ରଥମେ ସେ ପୋଲିସକୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲା । ହେଲେ ପରେ ନିଜର ଦୋଷ ସ୍ବୀକାର କରିଥିଲା । ସେ ଅଙ୍କିତାଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରୁଥିଲେ । ତେବେ ଅଙ୍କିତା ଏଥିରେ ରାଜି ନଥିଲେ । ଏଥିଯୋଗୁଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ଅଙ୍କିତା ବାହାରେ କାଳେ ଏହିକଥା ପ୍ରଘଟ କରିଦେବ ସେହି ଆଶଙ୍କାରେ ଥିଲା ଅଭିଯୁକ୍ତ ପୁଲକିତ ।

ସେପ୍ଟେମ୍ବର ୧୮ ତାରିଖରେ ଅଭିଯୁକ୍ତ ପୁଲକିତ ନିଜ ରିସର୍ଟ ମ୍ୟାନେଜର ସୌରଭ ଭାସ୍କର ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କ ସହ ଅଙ୍କିତାକୁ ସାଙ୍ଗରେ ନେଇ ଋଷିକେଶ ଯାଇଥିଲେ । ପୁଲକିତ ଦୁଇ ଜଣଙ୍କ ସହଯୋଗରେ ଅଙ୍କିତାଙ୍କୁ ହତ୍ୟା କରିଥିଲେ । ଋଷିକେଶରେ ମଧ୍ୟ ପୂର୍ବ ପ୍ରସଙ୍ଗ ଦୋହରାଇ ଥିଲେ । ଅଙ୍କିତା ପୁଣି ଥରେ ମନା କରିଥିଲେ । ଏହାପରେ ମୃତଦେହକୁ ଚିଲ୍ଲା କେନାଲ ମଧ୍ୟକୁ ଠେଲି ଦେଇଥିବା ମାନିଥିଲେ ।

ABOUT THE AUTHOR

...view details