ଓଡିଶା

odisha

Nishank Exclusive: ତେଲେଙ୍ଗାନାରେ ସରକାର ଗଠନ କରିବ ବିଜେପି: ରମେଶ ପୋଖରୀୟାଲ

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରଶିକ୍ଷା ମନ୍ତ୍ରୀ ତଥା ବର୍ତ୍ତମାନର ହରିଦ୍ବାର ସାଂସଦ ରମେଶ ପୋଖରୀୟାଲ ନିଶଙ୍କ ଆଜି ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟିରେ ଥିବା ସୁଖୀ ଭବଃ ୱେଲନେସ ସେଣ୍ଟର ପରିଦର୍ଶନ କରିବା ସହିତ ଫିଲ୍ମ ସିଟି ଭ୍ରମଣ କରିଛନ୍ତି ।

By

Published : Jul 4, 2022, 10:01 PM IST

Published : Jul 4, 2022, 10:01 PM IST

Updated : Jul 4, 2022, 10:11 PM IST

ETV Bharat / bharat

Nishank Exclusive: ତେଲେଙ୍ଗାନାରେ ସରକାର ଗଠନ କରିବ ବିଜେପି: ରମେଶ ପୋଖରୀୟାଲ

Nishank Exclusive
Nishank Exclusive

ହାଇଦ୍ରାବାଦ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବର୍ତ୍ତମାନର ହରିଦ୍ବାର ସାଂସଦ ରମେଶ ପୋଖରୀୟାଲ ନିଶଙ୍କ (Former Uttarakhand Chief Minister Ramesh Pokhriyal Nishank) ଆଜି ହାଇଦ୍ରାବାଦ ସ୍ଥିତ ରାମୋଜୀ ଫିଲ୍ମ ସିଟି (Ramoji Film City) ରେ ଥିବା ସୁଖୀ ଭବଃ ୱେଲନେସ ସେଣ୍ଟର (Sukhibhava Wellness Center ) ର ପରିଦର୍ଶନ କରିବା ସହିତ ଫିଲ୍ମସିଟି ଭ୍ରମଣ କରିଛନ୍ତି ।

ତେଲେଙ୍ଗାନାରେ ସରକାର ଗଠନ କରିବ ବିଜେପି: ରମେଶ ପୋଖରୀୟାଲ

ଏହି ଅବସରରେ ଇଟିଭି ଭାରତ ନେଟୱାର୍କ (Etv Bharat)କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ରମେଶ ପୋଖରୀୟାଲ କହିଛନ୍ତି, "ସୁଖୀ ଭବଃ ୱେଲନେସ ସେଣ୍ଟର ମାଧ୍ୟମରେ ଏକ ବଡ ଦୃରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟ ରଖିଛନ୍ତି ରାମୋଜୀ ଫିଲ୍ମ ସିଟି ପ୍ରତିଷ୍ଠାତା ତଥା ରାମୋଜୀ ରାଓ । ରାମୋଜୀ ରାଓ ତାଙ୍କ ଜୀବନର ପ୍ରତି ମିନିଟ ବଡ ଲକ୍ଷ୍ୟ ସହ ପରିବେଶ ପାଇଁ ସମର୍ପିତ ହୋଇ କାମ କରିଆସିଛନ୍ତି । ତାଙ୍କରି କଳ୍ପନା ପରିଶ୍ରମ ବଳରେ ଏସିଆର ସର୍ବବୃହତ ଫିଲ୍ମ ସିଟି ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ଫିଲ୍ମ ସିଟିକୁ ଆସୁଥିବା ପରିଦର୍ଶକ ମାନଙ୍କୁ ସୁସ୍ଥ ରଖିବା ସହ ସ୍ବାସ୍ଥ୍ୟ ପ୍ରତି ସଚେତନ କରିବା ପାଇଁ ସୁଖୀ ଭବଃ ୱେଲନେସ ସେଣ୍ଟର କରାଯାଇଛି । ଆୟୁର୍ବେଦ ପ୍ରାକୃତିକ ଚିକିତ୍ସାକୁ ସୁଖୀ ଭବଃ ୱେଲନେସ ସେଣ୍ଟର ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।"

ତେଲେଙ୍ଗାନାରେ ସରକାର ଗଠନ କରିବ ବିଜେପି: ରମେଶ ପୋଖରୀୟାଲ

ଏହାସହ ନିଶଙ୍କ କହିଛନ୍ତି, "ସର୍ବେ ଭବଃନ୍ତୁ ସୁଖିନଃ ସର୍ବେ ଶାନ୍ତି ନିରାମୟା ରାସ୍ତାରେ ସମସ୍ତଙ୍କୁ ନେଇଯିବା ପାଇଁ ଏହି ସୁଖୀ ଭବଃ ୱେଲନେସ ସେଣ୍ଟର କାମ କରୁଛି ବୋଲି କହିଛନ୍ତି ।" ଏହାସହ ଜାତୀୟ ରାଜନୀତି ସମେତ ତେଲେଙ୍ଗାନାରେ ଦଳର ବିସ୍ତାର ନୂଆ ଶିକ୍ଷାନୀତି ଅଗ୍ନିବୀର ଯୋଜନାକୁ ନେଇ ମଧ୍ୟ ସ୍ପଷ୍ଟ ଉତ୍ତର ରଖିଛନ୍ତି ପୋଖରୀୟାଲ । ଦେଖନ୍ତୁ ପୁରା ସାକ୍ଷାତକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 4, 2022, 10:11 PM IST

For All Latest Updates

TAGGED:

ABOUT THE AUTHOR

...view details