ଲକ୍ଷ୍ନୌ: ଗଣଦୁଷ୍କର୍ମ ମାମଲାରେ ଉତ୍ତପ୍ରଦେଶର ପୂର୍ବତନ ମନ୍ତ୍ରୀଙ୍କୁ ଆଜୀବନ କାରାଦଣ୍ଡ । ତାଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଆଜୀବନ କରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ୨୦୧୭ର ଏହି ଘଟଣାକୁ ନେଇ ପକ୍ସୋ କୋର୍ଟ ଶୁଣାଣି କରିଛନ୍ତି । ଏହି ମାମଲାର ଅନ୍ୟ ୪ ଜଣ ଅଭିଯୁକ୍ତ ନିର୍ଦ୍ଦୋଶରେ ଖୋଲାସ ହୋଇଛନ୍ତି ।
ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଘଟଣାର ରାୟ ଶୁଣାଇଛି କୋର୍ଟ । ଉତ୍ତରପ୍ରଦେଶ ସରକାରର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କୁ ଆଜୀବନ କାରାଦଣ୍ଡ । ଶୁକ୍ରବାର ଉତ୍ତରପ୍ରଦେଶର ଲକ୍ଷ୍ନୌର ଏମପି-ଏମଏଲଏ କୋର୍ଟ ଏକ ଗଣଦୁଷ୍କର୍ମ ମାମଲାର ଶୁଣାଣି କରିଛି । ଏହି ଘଟଣାରେ ଅଭିଯୁକ୍ତ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତିଙ୍କୁ ସହ ଅନ୍ୟ ଅଭିଯୁକ୍ତ ଆଶିଷ ଶୁକ୍କା ଓ ଅଶୋକ ତିୱାରୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏହି ମାମଲାରେ ଦୋଷୀଙ୍କ ବିରୋଧରେ ଧାରା ୩୭୬ ଡି ଏବଂ ୫ ଜି/୬ ପକ୍ସୋ ଆଇନ ଅନୁଯାୟୀ କୋର୍ଟ ଦଣ୍ଡବିଧାନ କରିଛି ।