ଓଡିଶା

odisha

ETV Bharat / bharat

ତୃଣମୂଳ କଂଗ୍ରେସରେ ଯୋଗଦେଲେ ଯଶୋବନ୍ତ ସିହ୍ନା

By

Published : Mar 13, 2021, 12:41 PM IST

Updated : Mar 13, 2021, 1:37 PM IST

ଯଶୋବନ୍ତ ସିହ୍ନା
ଯଶୋବନ୍ତ ସିହ୍ନା

12:39 March 13

ତୃଣମୂଳ କଂଗ୍ରେସରେ ଯୋଗଦେଲେ ଯଶୋବନ୍ତ ସିହ୍ନା

କୋଲକାତା: ପୂର୍ବତନ ବିଜେପି ନେତା ଯଶୋବନ୍ତ ସିହ୍ନା ତୃଣମୂଳ କଂଗ୍ରେସ(ଟିଏମସି)ରେ ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଶନିବାର ସେ ଦଳରେ ବିଧିବଦ୍ଧ ଭାବେ ଯୋଗଦେଇଛନ୍ତି ।  

ଦେଶ ଏବେ ଅଦ୍ଭୁଦପୂର୍ବ ସମସ୍ୟା ଦେଇ ଗତି କରୁଛି । ଗଣତନ୍ତ୍ର ଏବେ ଦୁର୍ବଳ ହୋଇ ପଡିଛି । ଆଇନ ବ୍ୟବସ୍ଥାଠୁ ସବୁ ବ୍ୟବସ୍ଥା ଦୁର୍ବଳ ହୋଇପଡିଛି ବୋଲି ସେ ଏହି ଅବସରରେ କହିଛନ୍ତି । ସେହିପରି ଅଟଳଜୀଙ୍କ ବିଜେପି ଓ ଏବେର ବିଜେପି ମଧ୍ୟରେ ଆକାଶ ପାତାଳ ଫରକ ଥିବା ଯଶୋବନ୍ତ କହିଛନ୍ତି ।  

ଅନ୍ୟପଟେ ଅକାଳୀ, ବିଜେଡି ପରି ଦଳ ଏନଡିଏରୁ ଛାଡିଯାଇଛନ୍ତି । ବିଜେପି ସହିତ ଏବେ କେହି ନାହାଁନ୍ତି ବୋଲି ମଧ୍ୟ ସେ କହିଛନ୍ତି । ଏହା ସହ ଏବେ ସମୟ ଆସିଛି ସମସ୍ତେ ମିଶି ବିଜେପି ସରକାର ବିରୋଧରେ ଲଢେଇ କରିବା ବୋଲି ଯଶୋବନ୍ତ କହିଛନ୍ତି । 2018 ଅପ୍ରେଲରୁ ସେ ବିଜେପିକୁ ଛାଡିଥିବାବେଳେ ଏବେ ଟିଏମସିରେ ସାମିଲ ହୋଇଛନ୍ତି ।  

ସୂଚନାଥାଉକି, ପଶ୍ଚିମବଙ୍ଗରେ ମାର୍ଚ୍ଚ 27 ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । 8ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମେ 2 ତାରିଖରେ ଗଣତି ହେବ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 13, 2021, 1:37 PM IST

ABOUT THE AUTHOR

...view details